Odisha news

୧୦୦ଲିଟର ଦେଶୀମଦ ସହ ୩ଗିରଫ   

0
ବାରଙ୍ଗ : ବରଙ୍ଗଥାନା ପୋଲିସ ଗୁରୁବାର ଦିନ ଚଢଉ କରି ପଞ୍ଚୁପାଳ ସାମଲସାହିରେ ଦେଶୀମଦ ବିକୁଥିବା ବେଳେ ଚୌଦ୍ୱାର ଅଞ୍ଚଳର ବୁଧଦେଵ ଜେନା ନାମକ ବ୍ୟକ୍ତିଙ୍କୁ ଗିରଫ କରି ତାଠାରୁ ୨୦ଲିଟର ଦେଶୀମଦ ଜବତ କରିଥିଲେ।ଏହାପରେ ପୋଲିସ  ପୁରିମେନ କେନାଲ ଦେଇ ଗୋଡିସାହି ଆଡେ ଯାଉଥିବାବେଳେ ହନୁମାନ ବାଟୀକା ପାଖରେ କଳା ପଲସରରେ  ଆସୁଥିବା ଦୁଇଜଣ ଯୁବକଙ୍କୁ ରୋକିବା ପରେ ସେମାନଙ୍କଠାରୁ ୪ଟି ବ୍ଲଡ଼ରରେ ଥିବା ୮୦ଲିଟର ରନ୍ଧା ଦେଶୀମଦ ସହ  ପଲସରକୁ ଜବତ କରିଥିଲେ।ଏହାସହ ଢେଙ୍କାନାଳ ଅଞ୍ଚଳର ରଜାନାୟକ ଓ ବାରଙ୍ଗ ଅଞ୍ଚଳର  ତରୁଣ ଜେନା ନାମକ ଯୁବକ ଦ୍ୱୟଙ୍କୁ ଗିରଫ କରି ୨୨୧ଓ୨୨୨/୨୨ନମ୍ବରରେ ଦୁଇଟି ମକଦମା ରୁଜୁକରି କୋର୍ଟଚାଲଣ କରିଛନ୍ତି।
Nalco
Leave A Reply