ବାରଙ୍ଗ : ଚନ୍ଦକା ଅଭୟାରଣ୍ୟରକୁ ରବିବାର ରାତିରେ କେଉଁଝରରୁ ୫ ମାସ ର ଗୋଟିଏ ଅଣ୍ଡିରା ହାତୀ ଛୁଆ ଆସିଥିବା ବେଳେ ସୋମବାର ବିଳମ୍ବିତ ରାତିରେ ପୁଣି ଗୋଟିଏ ୪ମାସ ର ମାଇ ହାତୀ ଛୁଆ ଭବାନୀପାଟଣା ରୁ ଉଦ୍ଧାର ହୋଇ ଆସିଛି। ମାଇ ହାତୀ ଛୁଆ ଟି ଜଙ୍ଗଲ ରେ ମା ସହ ବୁଲୁଥିବା ବେଳେ ମା ହାତୀ ଟି ଏଲେକ୍ଟ୍ରି ସକ୍ ରେ ମୃତ୍ୟୁ ହୋଇଥିଲା । ଛୁଆ ହାତୀ ଟି ମା ଛେଉଣ୍ଡ ହୋଇ ଏଣେତେଣେ ବୁଲୁଥିଲା। ବନ କର୍ମଚାରୀମାନେ ହାତୀ ଛୁଆ ଟି ଉଦ୍ଧାର କରି ପ୍ରାଥମିକ ଚିକିତ୍ସା କରି ତାର ନାମ ରାଧିକା ରଖାଯାଇଥିଲା । ଛୁଆ ହାତୀ ଟି ଟିକେ ସୁସ୍ଥ ହେବା ପରେ ଚନ୍ଦକା ଅଭୟାରଣ୍ୟରେ ଛାଡିଛନ୍ତି ।ଏଠାକୁ ଆସିବା ପରେ ମଙ୍ଗଳବାର ଦିନ ଏହି ହାତୀ ଛୁଆ ର ନାମ ରାଧିକା ପରିବର୍ତ୍ତନ କରି ରାଧା ଏବଂ କେଉଁଝରରୁ ଆସିଥିବା ଅଣ୍ଡିରା ହାତୀ ଛୁଆ ର ନାମ ଜଗୁ ପରିବର୍ତ୍ତନ କରି କାହ୍ନା ନାମକରଣ ପିସିସିଏଫ୍ କରିଛନ୍ତି । ଏଠାରେ ଏବେ ୮ଟି ହାତୀ ରହିଥିବା ସୂଚନା ମିଳିଛି ।