ବାରଙ୍ଗ : ବସ ମାଲିକଙ୍କ ଗୁଣ୍ଡାରାଜ୍ । ରାସ୍ତା ରେ ବସ କୁ ଅଟକାଇ କାଣ୍ଡକ୍ଟରଙ୍କୁ ମାଡ଼ ମାରି ଟଙ୍କା ଓ ସୁନା ମୁଦି ଛଡ଼ାଇ ନେଇ ଫେରାର ଥିବା ବସ ମାଲିକ କୁ ଗିରଫ କରିଛି ନନ୍ଦନକାନନ ଥାନା ପୋଲିସ । ପୂର୍ବରୁ ବିଭିନ୍ନ ଅପରାଧିକ ମାମଲା ରେ ଜଡ଼ିତ ଥିବା ବସ ମାଲିକ ରଘୁନାଥପୁର ଗାଁମର ବାପୁନି ଓରଫ ମାନସ ରଞ୍ଜନ ସାହୁ ବୋଲି ସୂଚନା ମିଳିଛି । କେବଳ ଏତିକି ନୁହେଁ ନନ୍ଦନକାନନ ଚିଡ଼ିଆଖାନା ରେ ମଧ୍ୟ ମଦ ପିଇ ନନ୍ଦନକାନନ ବନ୍ଦ ଦିନରେ ଭିତରେ ପ୍ରବେଶ କରି ସୁରକ୍ଷା କର୍ମୀ କୁ ଆକ୍ରମଣ କରି ମଧ୍ୟ ପୂର୍ବରୁ ଗିରଫ ହୋଇଥଲା ବାପୁନି । ପୁଣି ଆଜି ବାପୁନି କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି।
ପ୍ରକାଶଯେ, ସୌମେନ୍ଦ୍ରଙ୍କର ଓଡି ୦୨-ସିଏଲ- ୨୧୨୨ ନମ୍ବର ବିଶିଷ୍ଟ ବସ ନିୟମିତ ଭାବେ ଭୁବନେଶ୍ବରରୁ ତାଳଚେର ଯିବା ଆସିବା କରୁଥିବା ବେଳେ, ସେହି ରାସ୍ତା ଦେଇ ଓଡି ୦୨-ଏ ୱାଇ-୧୩୫୦ ନମ୍ବର ବିଶିଷ୍ଟ ବାପୁନୀ ବସ ମଧ୍ୟ ଭୁବନେଶ୍ବରରୁ ଅନୁଗୁଳକୁ ଯିବା ଆସିବା କରିଥାଏ । ବାପୁନି ବସରେ ଭୁବନେଶ୍ବର-ଅନୁଗୁଳ ପରିବର୍ତ୍ତେ ଭୁବନେଶ୍ବର-ତାଳଚେର ବ୍ୟାନର ଲଗାଉଥିବା ନେଇ ସୌମେନ୍ଦ୍ର ଦେଖିବାକୁ ପାଇଥିଲେ । ଏହି ଘଟଣାକୁ କେନ୍ଦ୍ରକରି ଉଭୟ ପକ୍ଷ ମଧ୍ୟରେ ପାଟିତୁଣ୍ଡ ସୃଷ୍ଟି ହୋଇଥିଲା। ବାପୁନୀବସର ମାଲିକ ସୌମେନ୍ଦ୍ର ଙ୍କୁ ଅଶ୍ରାବ୍ୟଭାଷାରେ ଗାଳିଗୁଲଜ କରିଥିଲେ । ଗତ ୫ ତାରିଖ ସନ୍ଧ୍ୟାରେ ବାପୁନି ତାଳଚେର ଯାଉଥିବା ସୌମେନ୍ଦ୍ରଙ୍କ ବସକୁ ରଘୁନାଥପୁର ମାଉସୀମାମନ୍ଦିର ନିକଟ ପେଟ୍ରୋଲପମ୍ପ ପାଖରେ ଅଟକାଇ ଭିର୍ଣ୍ଣକ୍ଷମ କଣ୍ଡକ୍ଟର ପ୍ରଶାନ୍ତ ବେହେରାଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିବା ସହିତ କାଠ ଫାଳିଆ ସାହାଯ୍ୟରେ ମରଣାନ୍ତକ ଆକ୍ରମଣ କରିଥିଲେ। ଏହି ବସରେ ଡିଉଟି କଲେ ଜୀବନରୁ ମାରିଦେବେ ବୋଲି ଧମକ ମଧ୍ୟ ଦେଇଥିଲେ । ପରେ କଣ୍ଡକ୍ଟରହାତରେ ପିନ୍ଧିଥିବା ସୁନାମୁଦି ଏବଂ ପକେଟରେ ରଖିଥିବା ଟଙ୍କାକୁ ବାପୁନି ଜୋରଜବରଦସ୍ତ ଛଡାଇ ନେଇ ଯାଇଥିଲେ ବୋଲି ସୌମେନ୍ଦ୍ର ନନ୍ଦନ କାନନ ଥାନାରେ ଅଭିଯୋଗ କରିଥିଲେ। ନନ୍ଦନକାନନଥାନା ଅଧିକାରୀଣୀ ସମିତା ମିଶ୍ର ଏହାକୁ ଗୁରୁତର ସହ ନେଇ ତଦନ୍ତ କରିବା ଆରମ୍ଭ କରିଥିଲେ।ପୋଲିସ ଖୋଜୁଥିବାର ଜାଣି ବାପୁନି ଫେରାର ହୋଇଯାଇଥିଲା।ସୋମବାର ରଘୁନାଥପୁର ଗାଁମୁଣ୍ଡ ବ୍ୟାଙ୍କ ଅଫ ଇଣ୍ଡିଆରେ ଥିବାର ଖବର ପାଇଁ ପୋଲିସ ସଦଳବଳେ ପହଁଚି ବ୍ୟାଙ୍କ ଭିତରୁ ବାପୁନିକୁ ଗିରଫ କରିବା ସହ କୋର୍ଟଚାଲଣ କରିଛି।