ବାରଙ୍ଗ : ବାରଙ୍ଗ ଅଂଚଳର ପ୍ରଥମକରି ଚିହ୍ନଟ ହୋଇଥିବା ଦାଢାପାଠଣା ଗ୍ରାମରେ କରୋନା ରୋଗୀ ଶନିବାର ସକାଳେ ମୃତୁ୍ୟବରଣ କରିଛି । ଏହି ଘଟଣା ପ୍ରଚାର ହେବା ପରେ ଆଖପାଖ ଗ୍ରାମବାସୀମାନଙ୍କ ପାଇଁ ଚିନ୍ତାର କାରଣ ସାଜିଛି । ସ୍ଥାନୀ ୟ ସରପଂଚ ଦାଢାପାଟଣା ଗ୍ରାମକୁ ୭ଦିନ ପାଇଁ ସଟ ଡାଉନ ଘୋଷଣା କରିବା ସହ ଗ୍ରାମର ପ୍ରବେଶ ପଥରେ ବାଉଁଶ ବାଡ ଦେଇ ଯାତାୟତ ବନ୍ଦ କରିଛନ୍ତି ।
ପ୍ରକଶ ଯେ , ବାରଙ୍ଗ ବ୍ଲକ ଦାଢାପାଟଣା ପଂଚାୟତର ୫ ନମ୍ବର ୱାର୍ଡରେ ରହୁଥିବା ଜଣେ ଟ୍ରକ ଚାଳକ ଯାହାଙ୍କ ବୟସ ୨୮ ବର୍ଷ , ତାଙ୍କର ଶୁକ୍ରବାର କରୋନା ପଜିଟିଭ ଥିବାର ଚିକିତ୍ସ୍ୟା ଧିନ ବେଳେ ଜଣାପଡିଥିଲା । ଶନିବାର ଦିନ ସୁକିନ୍ଦାରୁ ମାଲ ପକେଇ ରବିବାର ସକାଳ ରେ ଘରକୁ ଫେରିଥିଲା । ସୋମବାର ରାତିରେ ଭିଷଣ ଜ୍ୱର ହେବାରୁ ରାତାରାତି ଆମ୍ବୁଲାନ୍ସ ଡାକି କ୍ୟାପିଟାଲ ହସ୍ପିଟାଲକୁ ଯାଇଥିଲେ । ସେଠାରେ ଡାକ୍ତର ପ୍ରାଥମିକ ଚିକିତ୍ସ୍ୟା କରି ଘରକୁ ଛାଡିଥିଲା । ବୁଧବାର ଦିନ ଦେହ ବହୁତ ଖରାପ ହେବା ସହ ଜ୍ୱର କମିନଥିଲା । ଗ୍ରାମର କିଛି ଯୁବକମାନେ ଏକ ଅଟୋଯୋଗେ ତାଙ୍କୁ ଚିକିତ୍ସ୍ୟା ପାଇଁ କିମ୍ସ ହସ୍ପିଟାଲ କୁ ନେଇଥିଲେ ।
ସେଠାରେ ତାଙ୍କୁ କେଭିଡ୍ କୁ ସ୍ଥାନାତରିତ କରାଯାଇଥିଲା । ସେଠାରେ ତାଙ୍କର ସ୍ୱାବ୍ ଟେଷ୍ଟ ପାଇଁ ପଠାଯାଇଥିଲା । ଶୁକ୍ରବାରରାତି ସାଢେ ୯ଟା ସମୟରେ ବିଏମ୍ସି ପକ୍ଷରୁ କରୋନା ପଜିଟିଭ ବୋଲି ପରିବାରକୁ ଫୋନ କରି ଜଣାଇଦେଇଥିଲେ ।ଶନିବାର ସକାଳ ୬.୩୦ ରେ ତାଙ୍କର ମୃତୁ୍ୟ ହୋଇଛି । ଏହା ଜଣାପଡିବାପରେ ଦାଢାପାଟଣା ଗ୍ରାମରେ ଭୟର ବାତାବରଣ ସୃଷ୍ଟି ହେବା ସହିତ ଆଖପାଖ ଗ୍ରାମର ଲୋକମନଙ୍କ ମ୍ମରେ ଛନକା ପଶିଯାଇଛି । ଏହାପରେ ପଂଚାୟତ ପକ୍ଷରୁ ସରପଂଚ ।ଦଢାପାଟଣାଗ୍ରାମକୁ ୭ଦିନ ପାଇଁ ସଟ ଡାଉନ ଘୋଷଣା କରିବା ସହିତ ପ୍ରବେଶପଥରେ ବାଉଁଶ ବାନ୍ଧି ରାସ୍ତାକୁ ସିଲ କରିଛନ୍ତି । ଏହି ଯୁବକଙ୍କ ସଂସ୍ପର୍ଷରେ ଆସିଥିବା ୧୬ ଜଣଙ୍କୁ ସଂଗରୋଧ ରହିବାକୁ ପଂଚାୟତ ପକ୍ଷରୁ କୁହାଯାଇଥିବାର ଜଣାପଡିଛି ।
