Odisha news

ହାରିଗଲା ଗଲା ନନ୍ଦନ , ଶେଷରେ ଆଖିବୁଜିଲା

0
ବାରଙ୍ଗ :  ଦୀର୍ଘ ୪ ମାସ କାଳ ମୃତ୍ୟୁ ସହ ସଂଗ୍ରାମ କରି ଶେଷରେ ହାରିଗଲା ନନ୍ଦନ । ଶନିବାର ବଢ଼ିଭୋରୁ ନନ୍ଦନ ର ମୃତ୍ୟୁ ହୋଇଛି । ମୃତ୍ୟୁ ର ପ୍ରକୃତ କାରଣ ଜଣାପଡ଼ିନଥିବା ବେଳେ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ସୂଚନା ମିଳିଛି। ନନ୍ଦନକାନନ କୁ ବୁଲିବାକୁ ଆସୁଥିବା ପର୍ଯ୍ୟଟକ ମାନଙ୍କ ମୁଖ୍ୟ ଆକର୍ଷଣ ର କେନ୍ଦ୍ରବିନ୍ଦୁ ସାଜିଥିଲା  ଜଙ୍ଗଲି ବାଘ ନନ୍ଦନ ।   ଦୀର୍ଘ ୪ ମାସ ଧରି ଶ୍ନାୟୁ ଜନିତ ରୋଗରେ ଆକ୍ରାନ୍ତ ହୋଇ ପଶୁ ଚିକିତ୍ସକ ଙ୍କ ନଜର ବନ୍ଦୀ ରେ ରହି ଚିକିତ୍ସିତ ହେଉଥିଲା । ହେଲେ ବିଡମ୍ବନା ର ବିଷୟ ନନ୍ଦନ ଦୀର୍ଘ ୪ ମାସ ହେବ ଚିକିତ୍ସା ହେଉଥିବା ବେଳେ ସୁସ୍ଥ ହେଉନଥିଲା କାହିଁକି ? କଣ ପଶୁଚିକିତ୍ସକ ରୋଗ ଚିହ୍ନିବାରେ ବିଳମ୍ବ କରିଦେଲେ କି? ନା ଅବିଜ୍ଞ ଚିକିତ୍ସକ ହାତରେ ଚିକିତ୍ସା ହେଉଥିଲା କି ନନ୍ଦନ । ଯାହାଫଳରେ ରୋଗ ଚିହ୍ନିବାରେ ବିଳମ୍ବ କରିଦେଲେ । ଏମିତି ଅନେକ ପ୍ରଶ୍ନ ପଶୁପ୍ରେମୀ ମହଲରେ ଉହଙ୍କି ମାରୁଥିବା ବେଳେ ଯଦି ସଠିକ୍ ରୋଗ ଚିହ୍ନି ଚିକିତ୍ସା କରାଯାଇଥାନ୍ତା ତେବେ ନନ୍ଦନ ସୁସ୍ଥ ହୋଇଥାନ୍ତା ବୋଲି ସଧାରଣ ରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ପ୍ରାଣୀ ଉଦ୍ୟାନ କୁ ଜଣେ ବିଜ୍ଞ ପଶୁ ଚିକିତ୍ସକ ଆଣିବାକୁ ପଶୁପ୍ରେମୀ ମତ ପ୍ରକାଶ କରିଛନ୍ତି।  ଅନ୍ୟପଟେ ଜନ୍ତୁ ବିଭାଗ ଅଧିକାରୀ ଏବେ ଜୀବଜନ୍ତୁ ଙ୍କ ବିଷୟରେ ଚିନ୍ତା କରିବା ପରିବର୍ତ୍ତେ ଏବେ ପର୍ଯ୍ୟଟକ ପରିଚାଳନା କଥା ବେଶୀ ଚିନ୍ତା କରୁଛନ୍ତି ବୋଲି ନନ୍ଦନକାନନ ରେ ଚର୍ଚ୍ଚା ଜୋର ଧରିଛି। ପର୍ଯ୍ୟଟକ ପରିଚାଳନା ଦାୟିତ୍ୱରେ ଅଧିକାରୀ ଏଠାରେ ଅଛନ୍ତି ।  କିନ୍ତୁ ଜନ୍ତୁ ଅଧିକାରୀ ଙ୍କ ଜୀବଜନ୍ତୁ ଙ୍କ ସୁରକ୍ଷା କଥା ଚିନ୍ତା କରିବା ପରିବର୍ତ୍ତେ ପର୍ଯ୍ୟଟକ ପରିଚାଳନା କଥା ଗୁରୁତ୍ଵ ଦେବା , ଅଧିକାରୀ ଙ୍କ କାର୍ଯ୍ୟ ଦକ୍ଷତା ଉପରେ  ପ୍ରଶ୍ନ ଉଠାଇଛନ୍ତି ବୃଦ୍ଧିଯିବି । ପ୍ରକାଶ ଥାଉକି , ୨୦୧୩ ମସିହା ଫ୍ରେବୃଆରି ମାସରେ ଚନ୍ଦକା ଡମପଡା ଓ ନନ୍ଦନକାନନ ଜଙ୍ଗଲ ଆତଙ୍କ ସୃଷ୍ଟି କରିଥିଲା ନନ୍ଦନ । ଶେଷରେ ନନ୍ଦନକାନନ ରେ ରହୁଥିବା ଜଙ୍ଗଲି ବାଘୁଣୀ ସାରା ପ୍ରେମରେ ପଡି  ନନ୍ଦନକାନନରେ ଧରା ପଡି  ପୁଣି ଖସି ବି ଯାଇଥିଲା । ଦୀର୍ଘ ଚାରିମାସର କସରତପରେ ଶେଷରେ ୨୦୧୩ ଜୁନ ୬ ତାରିଖରେ ଧରା ପଡି ନନ୍ଦନକାନନରେ ବନ୍ଦୀ ଜୀବନ ବିତାଉଥିବା ଜଙ୍ଗଲି ବାଘ ହେଉଛି ନନ୍ଦନ ।ପରବର୍ତିସମୟରେ  ବାଘୁଣୀ ମେଘା ଓ ସାରାସହ ମିଶି ଜଙ୍ଗଲି ବାଘ ବଂଶ ବୃଦ୍ଧି କରିବାରେ ନନ୍ଦନକାନନର ସମ୍ମାନକୁ ଆଗକୁବଢାଇବାରେ ସହାୟକ ସାଜିଥିଲା ।   ଶ୍ନାୟୁ ଜନିତ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ବେଳେ ଚଳିତ ବର୍ଷ ଜାନୁୟାରୀ ୨୧ ତାରିଖରେ ପୁଣି ଅସୁସ୍ଥ  ହୋଇପଡ଼ିଥିଲା  ।  ପ୍ରାଣୀଉଦ୍ୟାନର ୩୩(ଘ) ଖୁଆଡରେ ରହି ଚିକିତ୍ସିତ ହେଉଥିଲା । ହେଲେ ଶନିବାର ଦିନ ମୃତ୍ୟୁ ହୋଇଛି।    ଏହି  ଖବର ପଶୁପ୍ରେମୀ ଏବଂ ପର୍ୟ୍ଯଟକମାନେ ଜାଣିବା ପରେ ମୀୟମାଣ ହୋଇପଡିଛନ୍ତି।
Ad2
Leave A Reply