Odisha news

ନନ୍ଦନକାନନରେ ଆକ୍ଟିଭ ଲୁଟେରା

0
ବାରଙ୍ଗ : ଲୁଟେରା ଙ୍କ ଆତଙ୍କ ରାଜ୍ ଦିନକୁ ଦିନ ବଢ଼ିବାରେ ଲାଗିଛି ।  କେତେବେଳେ ଦମ୍ପତିଙ୍କୁ ବାଥରୁମରେ ବନ୍ଦ କରି ହାତ ଗୋଡ ବାନ୍ଧି ଲକ୍ଷାଧିକ ଟଙ୍କାର ସୁନା ଗହଣା ଲୁଟି ନେଉଛନ୍ତି ତ ଆଉ କେତେବେଳେ ଝରକା କବାଟ ଭାଙ୍ଗି ସୁନା ଗହଣା ଓ ଟଙ୍କା ଲୁଟିନେଉଛନ୍ତି ଲୁଟେରା । ହେଲେ ପୋଲିସ ଲୁଟେରା ଙ୍କୁ ଧରିବା ତ ଦୂରର କଥା ସେମାନଙ୍କ ଟେର ପାଉନଥିବା ବେଳେ ଏବେ ପୁଣି ମନ୍ଦିର ର ହୁଣ୍ଡି ଭାଙ୍ଗି ଲୁଟିନେଇଛନ୍ତି ଲକ୍ଷାଧିକ ଟଙ୍କା। ଏଭଳି ଘଟଣା ନନ୍ଦନକାନନ ଥାନା ଅଞ୍ଚଳରେ ଦେଖିବାକୁ ମିଳିଛି। ଅନ୍ୟପଟେ ଏଭଳି ଘଟଣା କୁ ନେଇ ଅଞ୍ଚଳବାସୀ ସୁରକ୍ଷିତ ମଣୁନାହାନ୍ତି।ସୂଚନା ଅନୁଯାୟୀ, ଗତ ବର୍ଷ ନଭେମ୍ବର ୨୫ ତାରିଖରେ ନନ୍ଦନକାନନ ଥାନା ମାରୁତି ବିହାର ଭୋଳ ରେସିଡେଣ୍ଟ ରେ ପରିବାର ସହ ରାକେଶ ଚାନ୍ଦ ଓ ତାଙ୍କ ପତ୍ନୀ ଏଲିଶ୍ରି ଦେ ଚାନ୍ଦ  ଦମ୍ପତିଙ୍କୁ ବାଥରୁମରେ ବନ୍ଦ କରି ହାତ ଗୋଡ ବାନ୍ଧି ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଗହଣା । ଯାହାକୁ ନେଇ ଅଞ୍ଚଳ ରେ କୋକୁଆ ଭୟ ସୃଷ୍ଟି ହୋଇଥିବା ବେଳେ  ପୁଣି ଏପ୍ରିଲ ୧୨ ରେ  ୨ ଆପାର୍ଟମେଣ୍ଟରୁ ଚୋରି ହୋଇଥିଲା।  ଉକ୍ତ ଥାନା ଅଞ୍ଚଳ ରେ ଥିବା ସ୍ପ୍ରିଙ୍ଗଲିଫ୍‌  ଓ ଜେସିଏସ ଆପାର୍ଟମେଣ୍ଟର ଦୁଇଟି  ଘରୁ ଚୋରି ହୋଇଥିଲା । ଖବର ପାଇ ପୋଲିସ ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ୍ ଟିମକୁ ନେଇ  ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରି ମଧ୍ୟ ଲୁଟେରା ଙ୍କୁ ଧରିବାରେ ବିଫଳ ହୋଇଥିବା ବେଳେ ପୁଣି ପଦାସାହି ଗ୍ରାମର ବାବୁଲି ଜେନା ଙ୍କୁ ଘରୁ ଚଳିତ ମାସ ୪ତାରିଖରେ ଦୁଇଟି ସୁନା ହାର ସହ ମୋବାଇଲ ,ପାଖାପାଖି ଦେଢ଼ ଲକ୍ଷ ଟଙ୍କା ଚୋରି ହୋଇଥିଲା । ପୁଣି ବୁଧବାର ବିଳମ୍ବିତ ରାତିରେ ଏହି ଥାନା ଅଧୀନରେ ଥିବା ଢାୱା ଗ୍ରାମ ରେ ଅବସ୍ଥିତ ସୋମନାଥ ମନ୍ଦିର , ରାମ ମନ୍ଦିର , ସହ ସମୀର ପଣ୍ଡା ନାମକ ପୂଜା ସାମଗ୍ରୀ ଦୋକାନରୁ ରୁ ଚୋରି ହୋଇଛି । ମନ୍ଦିର ର ହୁଣ୍ଡି ଭାଙ୍ଗି ଲକ୍ଷାଧିକ ଟଙ୍କା ନେଇଯାଇଥିବା ବେଳେ ଦୋକାନ ରୁ ୨୦ରୁ ୩୦ ହଜାର ଟଙ୍କା ପାଖାପାଖି ଚୋରି ହୋଇଥିବା ଜଣାପଡିଛି।  ଏହି ଘଟଣା କୁ ନେଇ ଥାନା ରେ ଅଭିଯୋଗ ହୋଇନଥିବା ସୂଚନା ମିଳିଛି ।  ତେବେ ମନ୍ଦିର ପୂଜକ ଓ ଅଞ୍ଚଳବାସି କହିବା ମୁତାବକ ଆମ ଅଞ୍ଚଳ ରେ ପୋଲିସ ପେଟ୍ରୋଲିଙ୍ଗ ନାହିଁ । ଯାହାଫଳରେ ଦିନକୁ ଦିନ ଚୋରି ,ଡକାୟତି ବଢ଼ିବାରେ ଲାଗିଛି ବୋଲି କହିଛନ୍ତି।
Ad2
Leave A Reply