Odisha news

ପୁଣି ଉଦ୍ଧାର ଧଳା ଡାଳିଓଧ ନନ୍ଦନକାନନ ଆସିଲା , ସଂଖ୍ୟା ୨କୁ ବୃଦ୍ଧି 

0
ବାରଙ୍ଗ :  ନନ୍ଦନକାନନ ପ୍ରାଣୀ ଉଦ୍ୟାନ କୁ ପୁଣି ଗୋଟିଏ ଧଳା ଡାଳିଓଧ ଉଦ୍ଧାର ହୋଇ ଆସିଛି । ଆସିଥିବା ଡାଳିଓଧ ଟି ମାଇ ହୋଇଥିବା ବେଳେ ଏହାର ବୟସ ଏକ ବର୍ଷ ହେବ ବୋଲି ଅନୁମାନ କରାଯାଉଛି । ଏଠାକୁ  ଡାଳିଓଧ ଆସିବ ପରେ କର୍ତ୍ତୁପକ୍ଷ ପ୍ରଥମେ ବନ୍ୟପ୍ରାଣୀ ଚିକିତ୍ସାଳୟରେ ଚିକିତ୍ସକମାନଙ୍କ ଦ୍ବାରା ପ୍ରାଥମିକ ସ୍ବାସ୍ଥ୍ୟ ପରୀକ୍ଷା କରିବା ପରେ ବନ୍ୟପ୍ରାଣୀ ଚିକିତ୍ସାଳୟର କ୍ବାରେଣ୍ଟାଇନର ପୃଥକୀକରଣ ଖୁଆଡରେ ଛଡାଯାଇଛି ବୋଲି ନନ୍ଦନକାନନର ଜଣେ ଅଧିକାରୀ ସୂଚନା ଦେଇଛନ୍ତି ।ସୂଚନା ଯୋଗ୍ୟ ଯେ , ଭୁବନେଶ୍ବର  ସିଟିଫରେଷ୍ଟ ଅଧିନସ୍ଥ ଫୁଲନଖରା ଅଞ୍ଚଳର ଜଣେ ବ୍ୟକ୍ତି ନିଜ ଘରେ ଏହି ଡାଳିଓଧକୁ ରଖିଥିଲେ ।ବିଶେଷ ସୂତ୍ରରୁ ଖବର ପାଇ ବନବିଭାଗ  ଡାଳିଓଧକୁ ଉଦ୍ଧାର କରି ଗୁରୁବାର ନନ୍ଦନକାନନ ପ୍ରାଣୀଉଦ୍ୟାନକୁ ପଠାଇଛି। ପୂର୍ବରୁ ମଧ୍ୟ  ମଙ୍ଗଳବାର ଅର୍ଥାତ୍ ଦୁଇଦିନ ପୂର୍ବରୁ ଉକ୍ତ ଅଞ୍ଚଳରୁ ଗୋଟିଏ ଅଣ୍ଡିରା ଡାଳିଓଧ କୁ ଉଦ୍ଧାର ହୋଇ ଏଠାକୁ ଆସିଥିଲା ।ତେବେ ନନ୍ଦନକାନନ ରେ ଏମାନଙ୍କ ସଂଖ୍ୟା ୨କୁ ବୃଦ୍ଧି ପାଇଛି । ତେବେ ନନ୍ଦନକାନନରେ ଏମାନଙ୍କ ବଂଶ ବୃଦ୍ଧି କରିବାରେ ସହାୟକ ହେବେ ବୋଲି କତୃପକ୍ଷ ଆଶା ରଖିଛନ୍ତି।ସାଧାରଣତଃ ଏହି ବିରଳ ପ୍ରଜାତିର ଧଳା ଡାଳିଓଧ ପଥମେ ସାତକୋଶିଆ ବ୍ୟାଘ୍ର ସଂରକ୍ଷଣ ଜଙ୍ଗଲରେ ଓ ପରେ ୧୮୫୧ରେ କନ୍ଦମାଳ ଜିଲ୍ଲା ଏକ ଜଙ୍ଗଲରେ ଦେଖାଯାଇଥିଲା।

Leave A Reply