Odisha news

ତ୍ରିସୁଳିଆ ବସ ଷ୍ଟାଣ୍ଡର ନାମ କରଣକୁ ନେଇ ଟଣାଓଟରା, ରାଜରାସ୍ତାକୁ ଓଲ୍ହାଇବେ ଗ୍ରାମବାସୀ

0
ବାରଙ୍ଗ : ବାରଙ୍ଗ ତ୍ରିଶୁଳିଆ ଛକରେ ନୂଆ କରି ନିର୍ମିତ ହୋଇଥିବା ଓଏସଆରଟିସିର ବସଷ୍ଟାଣ୍ଡର ନାମ କରଣକୁ ନେଇ ଏବେ ବିବାଦ ଦେଖାଦେଇଛି ।ବସଷ୍ଟାଣ୍ଡର ନାମକରଣ  ବାରଙ୍ଗବସଷ୍ଟାଣ୍ଡ(ତ୍ରିଶୁଳିଆ)କଟକ ରଖାଯାଇଥିବା ବେଳେ ଏହାକୁ ବିରୋଧ କରିଛନ୍ତି କୁହେଁ୍ନଇପଡା ପଂଚାୟତବାସୀ ।କୁହ୍ନେଁଇପଡା ପଂଚାୟତବାସୀଙ୍କ କହିବାକଥା କୁହ୍ନେଇପଡା ଏକ ରାଜସ୍ୱଗ୍ରାମ ହୋଇଥିବାବେଳେ ତ୍ରିଶୁଳିଆ ଏହି ପଂଚାୟତ ଅଧିନରେ ରହିଛି ।ଅଦ୍ୟବଧି ତ୍ରିଶୁଳିଆଗ୍ରାମକୁ ରାଜସ୍ୱଗ୍ରାମର ମାନ୍ୟତା ସରକାରୀସ୍ତରରେ ପ୍ରଦାନ କରାଯାଇନାହିଁ ।କିନ୍ତୁ ତ୍ରିଶୁଳିଆ ଛକରେ ନବନିର୍ମିତ ହୋଇଥିବା ଓଏସଆରଟିସି ବସଷ୍ଟାଣ୍ଡର ନାମକରଣରେ କୁହ୍ନେଁଇପଡା ନାମ କାହିଁ ରଖାଗଲାନାହିଁ ବୋଲି ମଙ୍ଗଳବାରଦିନ ଏକ ଖବରଦାତା ସମ୍ମଳନୀରେ ଏହିଭଳିପ୍ରଶ୍ନ ପ୍ରଶାସନକୁ ପଚାରିଛନ୍ତି କୁହେଁ୍ନଇପଡା ପଂଚାୟତବାସୀା ଏହାକୁ ନେଇ ମଙ୍ଗଳବାର ଦିନ ପଞ୍ଚାୟତ ବାସି ଏକ ସାମ୍ବାଦିକ ସମ୍ମିଳନୀ  କରିଛନ୍ତି ।ପ୍ରତାପଚନ୍ଦ୍ରବେହେରାଙ୍କ ନେତୃତ୍ୱରେ  କୁହେଁ୍ନଇପଡା ଶୁନ୍ୟବାସୀ ମନ୍ଦିରରେ ଆୟୋଜିତ ଖବରଦାତାସମ୍ମୀଳନୀରେ ୧୦୦ରୁ ଉର୍ଦ୍ଧ ଗ୍ରାମର ଗ୍ରାମମୁରବୀ,ନାରିନେତ୍ରୀ,ଯୁବନେତାମାନେ ଉପସ୍ଥିତରହି ପ୍ରଶାସନ ପକ୍ଷରୁ ଏକତରଫଭାବେ କରାଯାଇଥିବା ନାମକରଣ  ନିଷ୍ପତିକୁ ଘୋର ବିରୋଧ କରିଛନ୍ତି ।
 ପଂଚାୟତବାସୀଙ୍କ ଅଭିଯୋଗ ଅନୁଯାୟୀ  କୁହେଁ୍ନଇପଡା ପଂଚାୟତ ୮ଟିୱାର୍ଡକୁନେଇ ଗଠିତ ହୋଇଥିବା ବେଳେ ସେଥିମଧ୍ୟରେ ତ୍ରିଶୁଳିଆ ଏହି ପଂଚାୟତର ଏକ ଅଂଶବିଶେଷ ।ଅଦ୍ୟାବଧ୍ୟ ତ୍ରିଶୁଳିଆଗ୍ରାମକୁ ରାଜସ୍ୱଗ୍ରାମଭାବେ ଘୋଷଣା କରାଯାଇନାହିଁ ।କିନ୍ତୁ କୁହେଁ୍ନଇପଡା ଏକ ରାଜସ୍ୱଗ୍ରାମ ହୋଇଥିବାରୁ ତ୍ରିଶୁଳିଆଛକରେ ନବନିର୍ମିତ ବସଷ୍ଟାଣ୍ଡର ନାମକରଣରେ ରାଜସ୍ୱଗ୍ରାମରନାମକୁ ସ୍ଥାନ ଦେବା ପରିବର୍ତେ ତ୍ରିଶୁଳିଆଗ୍ରାମନାମକୁ ସ୍ଥାନ ଦିଆଯାଇଛି ।ଏବିଷୟରେ ପଂଚାୟତବାସୀଙ୍କ ତରଫରୁ ଜିଲ୍ଲାପାଳଙ୍କଠାରୁ ଆରମ୍ଭ କରି ରାଜସ୍ୱବିଭାଗ,ପରିବହନବିଭାଗ ଅଧିକାରୀମାନଙ୍କୁ ଗତ୧୯ତାରିଖରେ ଲିଖିତଭାବେ ଅବଗତ କରାଯାଇଛି।ଆସନ୍ତା ୧୦ତାରିଖ ସୁଦ୍ଦା  କରାଯାଇଥିବା ଅଭିଯୋଗ ଉପରେ ଗୁରୁତ୍ୱ ନ ଦିଆଯାଇ ନାମଫଳକରେ ଆମରାଜସ୍ୱ ଗ୍ରାମର ନାମ କୁହ୍ନେଁଇପଡା ରଖା ନ ଯାଏ ବାଧ୍ୟହୋଇ ରାଜରାସ୍ତାକୁ ଓହ୍ଳାଇବାକୁ ବାଧ୍ୟହେବୁ ବୋଲି ଚେତାବନୀ ଦେଇଛନ୍ତି ପଂଚାୟତବାସୀ ।ଏହି ଖବରଦାତା ସମ୍ମିଳନୀରେ କୁହେଁ୍ନଇପଡା ସମିତିସଭ୍ୟା ପ୍ରାଚିନାଦାସ, ଝରିନ୍ଦ୍ର ଦାସ ,ରୋହିତଦାସ, ନରହରି ସାମଲ,ପ୍ରମୋଦ କୁମାର ବେହେରା , ଚଗଲାସାମଲ ,ଧୀରେନ୍ଦ୍ରସାହୁ ପ୍ରମୁଖ ଉପସ୍ଥିତଥିଲେ ।
Nalco
Leave A Reply