Odisha news

ନନ୍ଦନକାନନ ପରିଦର୍ଶନ କଲା ବୈଷୟିକ କମିଟି

0

ବାରଙ୍ଗ :  ନନ୍ଦନକାନନରେ ଥିବା ଜୀବଜନ୍ତୁଙ୍କର ସୁରକ୍ଷା ଯତ୍ନ ସେବା ଏବଂ ସ୍ବାସ୍ଥ୍ୟ ସମ୍ପର୍କରେ ଅନୁଧ୍ୟାନ କରିବା ପାଇଁ ବୁଧବାର ହାଇ ଟେକ୍ନିକାଲ କମିଟି ପରିଦର୍ଶନରେ ଆସିଥିଲେ।ସେମାନେ ନନ୍ଦନକାନନର ବିଭିର୍ଣ ଏନକ୍ଲୋଜରରେ ଥିବା ପଶୁପକ୍ଷୀମାନଙ୍କୁ ଦେଖିବା ସହ ସ୍ୱସ୍ଥ୍ୟବସ୍ଥା ପରଖି ଥିଲେ । ପ୍ରଫେସର ଡ. ଇନ୍ଦ୍ରମଣୀ ନାଥ,ପ୍ରଫେସର ଡ.ସୁଶେଣ ପଣ୍ଡା,ପ୍ରଫେସର ଡ.ନିରଞନ ସାହୁ ଙ୍କୁ ନେଇ ଗଠିତ  ୧୫ଜଣିଆ ଟିମ ପରେ ଜନ୍ତୁବିଭାଗ ଅଧିକାରୀମାନଙ୍କ ସହ ଡାକ ବଙ୍ଗଳାରେ ଏକ ସମୀକ୍ଷା ବୈଠକକରିଥିଲେ ।ମୁଖ୍ୟତଃ ୨ବର୍ଷର ହାତୀ ଛୁଆ ଅଭି ଓ ବୟସ୍କ ମାଈ ହାତୀ ବାସନ୍ତୀଙ୍କ ସ୍ବାସ୍ଥ୍ୟବସ୍ଥା ଉପରେ ଆଲୋଚନା କରାଯାଇଥିଲା।ଏହି ଦୁଇ ହାତୀଙ୍କ ଯତ୍ନ ସେବା ଓ ସ୍ବାସ୍ଥ୍ୟ ପ୍ରତି ସ୍ବତନ୍ତ୍ର ଧ୍ୟାନ ଦେବା ପାଇଁ କମିଟି ପରାମର୍ଶ ଦେବା ସହିତ ଭାଲୁ,ବାରଶିଘାଂ ଆଦି ରୋଗାକ୍ରାନ୍ତ ହୋଇ ଚିକିତ୍ସା ହେଉଥିବା ଜୀବଜନ୍ତୁଙ୍କର ଅତ୍ୟାଧୂନିକ ଚିକିତ୍ସା ନିମନ୍ତେ ପରାମର୍ଶ ଦେଇଥିଲେ।ଗତମାସ ୨୫ତାରିଖରେ କେନ୍ଦୁଝର ଅଞ୍ଚଳରୁ ଉଦ୍ଧାର ହୋଇ ଆସିଥିବା ୨ବର୍ଷର ହାତୀ ଛୁଆ ଅଭି ର ଯତ୍ନ ପ୍ରତି ସ୍ବତନ୍ର ଦୃଷ୍ଟି ଦେବାକୁ ନନ୍ଦନକାନନ ବନ୍ୟପ୍ରାଣୀ ଚିକିତ୍ସକମାନଙ୍କୁ ବିଭିନ୍ନ ପ୍ରଣାଳୀ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ଏହି ବୈଠକରେ ନନ୍ଦନକାନନ ଉପନିର୍ଦେଶକ ସନଥ୍ କୁମାର ଏନ ଙ୍କ ସମେତ ନନ୍ଦନକାନନ ଡାକ୍ତର ଓ ଜନ୍ତୁବିଭାଗର ଅଧିକାରୀମାନେ ଉପସ୍ଥିତଥିଲେ ।

IEC 2 years
Leave A Reply