ବାରଙ୍ଗ: ଜଣେ ୮୦ବର୍ଷର ବୃଦ୍ଧାକୁ ମାରଧର କରି ଖଣ୍ଡିଆଖାବରା କରିବା ଅଭିଯୋଗରେ ଚନ୍ଦକାଥାନା ପୋଲିସ କଂଟାବାଡଗ୍ରାମର ଆଲୋକ ବେହେରା (୩୫)ନାମକ ବ୍ୟକ୍ତିକୁ ଗିରଫ କରି କୋର୍ଟଚାଳଣ କରିଛନ୍ତି ।
ପୋଲସି ସୁତ୍ରରୁ ମିଳିଥିବା ଖବର ଅନୁଯାୟୀ ଆଲୋକ ଚଲାଉଥିବା ଏକ ବାଇକଟି ତାର ଦାଦାନାମରେ ରହିଛି ।ଏଥିପାଇଁ ସେ ଦୁଇବର୍ଷ ତଳେ ୧୬ହଜାରେ ଟଙ୍କା ଆଲୋକକୁ ଦେଇଥିଲେ । ବାଇକର ମାଲିକାନା ପରିବର୍ତନ ନକରିବାରୁ ବାଇକକୁ ତାର ଦାଦା ଆଲୋକଠାରୁ ନେଇଆସିଥିବାରୁ ଗଣ୍ଡୋଗଳର ସୁତ୍ରପାତ ହୋଇଥିଲା ।ଏ ବିଷୟରେ ଉଭୟ ଚନ୍ଦକା ଥାନାକୁ ଆସି ମୈ÷ାଖିକ ଅଭିଯୋଗ କରିଥିଲେ ।ପୋଲିସ ବର୍ତମାନ ପରିସ୍ତିତିରେ ଗଣ୍ଡୋଗଳ ନକରିବା ସହ ସମସ୍ତଙ୍କୁ ବୁଝାଇ ଛାଡିଥିଲେ ।ତେବେ ଏହି ଘଟଣାପରେ ଆଲୋକର ବୁଢିମାଆ ଇନ୍ଦୁମତି ବେଓା ସକାଳେ ସୁର୍ଯ୍ୟଙ୍କୁ ପାଣିଦେବା ସମୟରେ ଏହି ଘଟଣାର ବିଚାର ଧର୍ମ କରିବ ବୋଲି କହିଥିଲେ ।ଏଥିରେ ଉତକ୍ଷିପ୍ତ ହୋଇ ଆଲୋକ ଭାନୁମତିକୁ ମାରଧରକରି ଖଣ୍ଡିଆଖାବରା କରିଦେଇଥିବାର ଇନ୍ଦୁମତି ଚନ୍ଦକାଥାନାରେ ଅଭିଯୋଗ କରିଥିଲେ ।ପୋଲିସ ଏକ ମାମଲା ରୁଜୁ କରି ଆଲୋକକୁ ଗିରଫକରି କୋର୍ଟଚାଳଣ କରିଛି ।
Next Post