Odisha news

ମେଣ୍ଢାଶାଳରେ କରୋନା ପଜିଟିଭ ଚିହ୍ନଟ

0

ବାରଙ୍ଗ,୧୧/୭ : ମେଣ୍ଢାଶାଳ ଗ୍ରାମରେ  ଜଣେ ୫୫ ବର୍ଷର ରାଜମିସ୍ତ୍ରୀକୁ ଶନିବାରଦିନ ଭୁବନେଶ୍ୱର ବ୍ଲକ ପ୍ରଶାସନ ସମ୍ କୋଭଡ ହ୍ସପିଟାଲକୁ ପଠାଇଛି ।ଏହାପରେ ଜଟଣୀ ଦମକଳକେନ୍ଦ୍ରର କର୍ମଚାରୀମାନଙ୍କଦା୍ୱରା ସାନିଟାଇଜ କରାଯିବା ପରେ ମେଣ୍ଢାଶାଳଗ୍ରାମରେ  କରୋନା ପଜିଟିଭ ଚିହ୍ନଟକୁ ନେଇ ଭୟର ବାତାବରଣ ସୃଷ୍ଟି ହୋଇଛ ।

ପ୍ରକାସ ଯେ,୫୫ବର୍ଷର ଏହି ରାଜମିସ୍ତ୍ରୀ ଜଣଙ୍କ ପାଂଚଦିନପୁର୍ବେ  ଏକ ଅପରେସନ ପାଇଁ  ଏମ୍ସ୍ ହସ୍ପିଟାଲରେ ଆଡ୍ମିସନ ହୋଇଥିଲେ । ସେ ରହିଥିବା ଓାର୍ଡରେ ଜଣଙ୍କ ପଜିଟିଭ ବାହାରିବାପରେ  ଏମସ୍ କର୍ତୁପକ୍ଷ ସେହି ଓାର୍ଡକୁ ସିଲ କରିଥିଲେ ।ଏହି ସମୟରେ ସେହି ଓାର୍ଡରେ ରହିଥିବା ସମସ୍ତ ରୋଗୀ,ମାନଙ୍କର ସ୍ୱାବ୍ ପରୀକ୍ଷା କରାଯାଇଥିଲା ।ଏହାପରେ ଏହି ବ୍ୟକ୍ତି ଜଣଙ୍କ ଘରକୁ ପଳାଇଆସିଥିଲେ ।ଗତ ଶୁକ୍ରବାରଦିନ ଏହି ବ୍ୟକ୍ତିଙ୍କର ରିପୋର୍ଟ ପଜିଟିଭ ଆସିଥିବା ବିଷୟରେ ମେଣ୍ଢାଶାଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ    ସୁଚନା ଆସିବାପରେ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ଉକ୍ତ ବ୍ୟକ୍ତିଙ୍କୁ ଜଣାଇଦିଆଯାଇଥିଲା ।ଏହାପରେ ଏହି ବ୍ୟକ୍ତି ଜଣଙ୍କ ମିଳାମିଶା କରିବାରେ ରୋକ ଲଗାଇନଥିବାର ଗ୍ରାମବାସୀମାନେ କହିଛନ୍ତି ।

ଭୁବନେଶ୍ୱରବ୍ଲକ ପ୍ରଶାସନ ପକ୍ଷରୁ ଶନିବାର ଦିନ ତାଙ୍କୁ ସମ କୋଭଡ ହ୍ସପିଟାଲକୁ  ଏକ ଆମ୍ବୁଲାନ୍ସ ଯୋଗେ ପଠାଇଦିଆଯାଇଛି ।ଏହାସହ ଜଟଣୀ ଦମକଳ କେନ୍ଦ୍ରର କର୍ମଚାରୀମାନଙ୍କ ଦ୍ୱାରା ତାଙ୍କ ଗୃହ,ମିଳାମିଶା ସ୍ଥାନ ଓ ତାଙ୍କ ସାହିକୁ  ସାନିଟାଇଜ କରାଯାଇଛି ବୋଲି ମେଣ୍ଢାଶାଳ ସରପଂଚ ମମତା ବେହେରା କହିଛନ୍ତି ।ଏହି ଘଟଣା ପରେ  ଗ୍ରାମବାସୀମାନଙ୍କ ମଧ୍ୟରେ ଏବେ ଗୋଷ୍ଠି ସଂକ୍ରାମଣ ହେବାର ଆଶଙ୍କାକୁ ନେଇ  ଭୟ ଘାରିଛି ।

Leave A Reply