ବାରଙ୍ଗ : ଆଜି ଅପରାହ୍ନରେ ମା ଓ ଝୀଅ କାଠଯୋଡି ନଦୀକୁ ଡେଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିବା ବେଳେ ଶୈାଭାଗ୍ୟ ବସତ୍ ଅଳ୍ପକେ ବର୍ତ୍ତିଯାଇଛନ୍ତି । ଆତ୍ମହତ୍ୟା ଉଦ୍ୟମର ପ୍ରକୃତ କାରଣ ଜଣାପଡିନଥିବା ବେଳେ ପାରିବାରିକ କଳହରୁ ଏଭଳି କରିଥିବା ଥାନା ପକ୍ଷରୁ ସୁଚନାମିଳିଛି । ସୂଚନା ଯୋଗ୍ୟ ଯେ , ଆଜି ଅପରାହ୍ନ ୫ଟା ସମୟରେ ବାରଙ୍ଗ ତ୍ରିଶୁଳିଆ ସୁବାଷ ବୋଷ ବ୍ରିଜ୍ ନିକଟକୁ ଭି ଏସ୍ ଏସ୍ ନଗର ନିବାସୀ ସୂଜନ ମହାନ୍ତିଙ୍କ ସ୍ତ୍ରୀ ଅଞ୍ଜଳି ମହାନ୍ତ ଓ ଝିଅ ଋତୁପୂର୍ଣ୍ଣା ମହାନ୍ତି ବୁଲିବା ପାଇଁ ମାଆ ଓ ଝିଅ ଆସିଥିଲେ ।
କିଛି ସମୟ ବୁଲାବୁଲି କରିବା ପରେ ହଠାତ୍ ଦୁହେଁ ବ୍ରିଜ୍ ଉପରୁ ନଦୀକୁ ଡେଇଁ ପଡିଥିଲେ । ସେଠାରୁ ଉପସ୍ଥିତ ଥିବା କିଛି ଲୋକେ ଏନେଇ ବାରଙ୍ଗ ଥାନା ଏବଂ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଖବର ପାଇ ଅଗ୍ନିଶମ ବିଭାଗ ଖବର ପାଇଁ ବାରଙ୍ଗ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଁଚି ମାଆ ଝିଅଙ୍କୁ ଜୀବିତ ଉଦ୍ଧାର କରିଛନ୍ତି । ବାରଙ୍ଗ ଥାନାରେ ଏନେଇ ଏକ ଅଣ୍ଟର ଟେକିଂ ଲେଖି ଥାନା ଅଧିକାରୀ ଦୁହିଁଙ୍କୁ ଘରକୁ ଛାଡି ଦେଇଥିବା ଜଣାପଡିଛି ।
