Odisha news

ବାରଣାସୀ ରେ ରହିଛି ଏଭଳି ହୋଟେଲ ଯେଉଁଠି ମୃତ୍ୟୁ ବରଣ କଲେ ମିଳିଥାଏ ବୈକୁଣ୍ଠ ରେ ସ୍ଥାନ

0

ଭାରତ ଗୋଟିଏ ବହୁଧର୍ମର ରାଷ୍ଟ୍ର, ଏବଂ ଭାରତୀୟ ମାନେ ଖୁବ ଧର୍ମ ବିଶ୍ୱାସୀ l ଭାରତର ପ୍ରତ୍ୟେକ ଧାର୍ମିକ ପୀଠ ରେ ଶ୍ରଦ୍ଧାଳୁ ମାନଙ୍କର ଭିଡ଼ ଜମିଥାଏ, ଧର୍ମ ସହିତ ଜଡିତ ପ୍ରତ୍ୟେକ ସ୍ଥାନରେ ଶ୍ରଦ୍ଧାଳୁ ଙ୍କର ଖୁବ ଭିଡ଼ ଲାଗିଥାଏ l ସେହି ସ୍ଥାନ ମାନଙ୍କ ମଧ୍ୟରୁ ଗୋଟିଏ ହେଉଛି ବାରଣାସୀ, ବାରଣାସୀ କୁ ଲୋକେ ମୁକ୍ତି ପାଇଁ ଜୀବନ ରେ ଥରୁଟିଏ ହେଉ ପଛେ ଯାତ୍ରା କରି ଥାଆନ୍ତି l ଏଠାରେ ଆପଣଙ୍କୁ ଏଭଳି ଅନେକ ସ୍ମସାନ ମିଳିଯିବ ଯେଉଁଠାର ନିଆଁ କଦାପି ଥଣ୍ଡା ହୋଇନଥାଏ l ହିନ୍ଦୁ ଧର୍ମର ମାନ୍ୟତା ଅନୁସାରେ ବାରଣାସୀ ରେ ଯାହାର ମୃତ୍ୟୁ ହୋଇଥାଏ ସେ ବୈକୁଣ୍ଠ ପୁରକୁ ଯାଇଥାଏ l

ତେଣୁ ଲୋକ ନିଜ ଶେଷ ଜୀବନରେ ଭସ୍ମ ଭାବରେ ପରିଣତ ହେବା କୁ ବନାରସ ବା ବାରଣାସୀ କୁ ଆସି ଥାଆନ୍ତି, ସେମାନଙ୍କ ଜୀବନ ର ଶେଷ ଇଚ୍ଛା ଥାଏ ଯେ ଶେଷ ନିଶ୍ୱାସ ସେ ବାରଣାସୀ ରେ ତ୍ୟାଗ କରିବେ l ଏବଂ ଯେଉଁ ମାନଙ୍କର ଏହି ଇଛା ପୁର୍ଣ ହୁଏନାହିଁ ତାଙ୍କର ପାଉଁଶ କୁ ଗଙ୍ଗାରେ ବିସର୍ଜନ କରିଦିଆ ଯାଏ l କିନ୍ତୁ ବର୍ତମାନ ବାରଣାସୀ ରେ ଏଭଳି ଅନେକ ହୋଟେଲ ଖୋଳିଦିଆ ଯାଇଛି ଯେଉଁଠି ଆପଣ ନିଜ ମୃତ୍ୟୁ ଅପେକ୍ଷା କରିପାରିବେ l

ମୃତ୍ୟୁ ପାଇଁ ହୋଟେଲ ରେ କରନ୍ତି ଚେକ-ଇନ –
ହଁ ଆଜ୍ଞା ଏହା ସମ୍ପୂର୍ଣ ସତ୍ୟ, ଜଣେ ସୋସିଆଲ ମିଡ଼ିଆ ଇନଫ୍ଲୁଏନସର ମୃତ୍ୟୁ ର ଏହି ହୋଟେଲ ଗୁଡିକୁ ଦେଖାଇଛନ୍ତି l ଏହି ହୋଟେଲ କୁ ସେହି ବ୍ୟକ୍ତିମାନେ ଆସନ୍ତି ଯେଉଁମାନେ ରୋଗ ଶଯ୍ୟାରେ ରହି ଵର୍ଧକୟ ରେ ଉପନୀତ ହୋଇଛନ୍ତି l ସେମାନେ ଏହା ଜାଣିପାରି ଥାଆନ୍ତି ଯେ ବର୍ତମାନ ତାଙ୍କ ନିକଟରେ ଅଧିକ ସମୟ ନାହିଁ l ଏବଂ ଏଭଳି ସ୍ଥିତିରେ ସେମାନେ ବାରଣାସୀ ର ଏହି ହୋଟେଲ ଗୁଡିକ ରେ ଆସି ରହି ଥାଆନ୍ତି ଓ ମୃତ୍ୟୁ କୁ ଅପେକ୍ଷା କରନ୍ତି l

ଏହି ସୋସିଆଲ ମିଡ଼ିଆ ଇନଫ୍ଲୁଏନସର ଜଣଙ୍କ ବିଦେଶୀ ଅଟନ୍ତି ଏବଂ ଯିଏକି ସେଠାକାର ହୋଟେଲ ମାଲିକ ଙ୍କ ସହିତ ସାକ୍ଷାତ କରି ରହିବା ଓ ଖାଇବା ବ୍ୟବସ୍ଥା ପଚାରିଥିଲେ l ହୋଟେଲ ମାଲିକ କହିଥିଲେ ଯେଉଁ ମାନଙ୍କ ଦେହ ରୋଗ ଗ୍ରସ୍ତ ହୋଇଯାଇ ଥାଏ ଏବଂ ଜୀବନ ର ଶେଷ ସମୟରେ ଉପନୀତ ହୋଇ ଥାଆନ୍ତି ଏବଂ ସେମାନଙ୍କୁ ଡାକ୍ତର ମଧ୍ୟ କହି ଦିଅନ୍ତି ଅଧିକ ଦିନ ଜୀବିତ ରହିବେ ନାହିଁ ,  ସେଭଳି ବ୍ୟକ୍ତି ଏଠାକୁ ଆସନ୍ତି ଏବଂ ଗୋଟିଏ ଦିନକୁ ଦେବାକୁ ପଡିଥାଏ ମାତ୍ର ୨୦ ଟଙ୍କା, ଏଠାରେ କିଛି ଲୋକ ମାସ ମାସ ଧରି ମଧ୍ୟ ନିଜ ମୃତ୍ୟୁ ର ଅପେକ୍ଷା କରନ୍ତି l ସତରେ ବିଧିର ବିଧାନ ଯେପରି ବିଚିତ୍ର ସେହିଭଳି  ଏଭଳି କଥା ମଧ୍ୟ ବିଚିତ୍ର ଯେ ମୃତ୍ୟୁ ପାଇଁ ଲୋକେ ରହି ଥାଆନ୍ତି ହୋଟେଲ ରେ l

Leave A Reply