ନୂଆଦିଲ୍ଲୀ : ବିବାହ କାର୍ଯ୍ୟ ଭାଙ୍ଗିବାର ବିଭିନ୍ନ କାରଣ ଆପଣ ଶୁଣିଥିବେ ଲକେତେବେଳେ ଯୌତୁକ ପାଇଁତ ଆଉ କୌଣସି କାରଣ ପାଇଁ l କିନ୍ତୁ ଉତରପ୍ରଦେଶରୁ ବିବାହ କରଯେ ଭାଙ୍ଗିବାର ଗୋଟିଏ ଡଭିତ ଘଟଣା ସାମ୍ନାକୁ ଆସିଛି l ଉତ୍ତରପ୍ରଦେଶର ମୋହବା ଜିଲ୍ଲାରେ ଜଣେ ବର ବରଯାତ୍ରୀଙ୍କ ସହିତ ଅପ୍ରେଲ ୩୦ ତାରିଖ ଦିନ ରାତିରେ ପହଂଚିଥିଲେ l ବରଯାତ୍ରୀ ମାନଙ୍କର ଖୁବ ସୁନ୍ଦର ଭାବରେ ସ୍ୱାଗତ କରାଯାଇଥିଲା l ସ୍ୱାଗତ କାର୍ଯ୍ୟକ୍ରମ ପରେ ଜୟମାଳା ପାଇଁ ବରକନ୍ୟା ମଞ୍ଚ ଉପରକୁ ଯାଇଥିଲେ l
କନ୍ୟା ଜୟମାଲା ପକାଇବା ପୂର୍ବରୁ ଗୋଟିଏ ଏଭଳି ପ୍ରଶ୍ନ ବରଙ୍କୁ ପଚାରିଥିଲେ ଯାହାକୁ ନେଇ ବିବାହ କାର୍ଯ୍ୟ ବନ୍ଦ ହୋଇ ଯାଇଥିଲା l କନ୍ୟା ଜଣଙ୍କ ବରକୁ କହିଲେ ମୁଁ ଯେଉଁ ପ୍ରଶ୍ନ ପଚାରୁଛି ତାର ଉତର ତମେ ସଠିକ ଭାବରେ ଦେଇ ପାରିବ ତେବେମୁଁ ତୁମକୁ ବିବାହ କରିବି ,ମତେ ବର୍ତ୍ତମାନ ତମେ ଦୁଇକ ପଣକିଆ କହି ଶୁଣାଅ ଏକଥା ଶୁଣି ବର ଇଆଡ଼େ ସିଆଡେ ଅନାଇ ଚୁପ ରହିବାରୁ କନ୍ୟା ବରଣ ମାଳା ନପିନ୍ଧାଇ ବିବାହ କରିବାକୁ ମନା କରିଦେଲା l ଏକଥା ଶୁଣି ବରପକ୍ଷ ଲୋକ ଆଶ୍ଚର୍ଯ୍ୟ ହୋଇଗଲେ l
କନ୍ୟା ପକ୍ଷ କନ୍ୟା ଜଣଙ୍କୁ ଅନେକ ବୁଝାଇବା ପରେ ମଧ୍ୟ ସେ ରାଜି ହୋଇ ନଥିଲେ ଓ କହିଥିଲେ ଯାହାକୁ ଗଣିତର ମୂଳ ଅଂଶ ଜଣାନାହିଁ ମୁଁ ତାସାହିତ ବିବାହ କରିବି ନାହିଁ l ପୋଲିସ ମଧ୍ୟ ଏହି ଘଟଣାରେ ହସ୍ତାକ୍ଷପ କରି ସମାଧାନ କରିବାକୁ ଚେଷ୍ଟା କରିଥିଲା କିନ୍ତୁ କନ୍ୟା ଜଣଙ୍କ ନିଜ ଜିଦିରେ ଅଟଳ ରହିଥିଲେ l ବରଯାତ୍ରୀଙ୍କ ସହିତ ବର ପହଞ୍ଚିବା ପୂର୍ବରୁ କନ୍ୟା ଜଣଙ୍କ ଜାଣି ପାରିଥିଲେ ଯେ ଉକ୍ତ ବରଙ୍କ ବିଷୟରେ ଯେଉଁ ଶିକ୍ଷାଗତ ଯୋଗ୍ୟତା କୁହଜିଛି ତାହା ମିଥ୍ୟା ଅଟେ l ଏହା ପରେ ଉଭୟ ପକ୍ଷ ପୋଲିସର ଦ୍ୱାରସ୍ଥ ହୋଇ ଦେଇଥିବା ପଇସା ଓ ଉପହାର ଫେରସ୍ତ ପାଇବା ପାଇଁ ସାହମତି ଜଣାଇଥିଲେ l

Comments are closed.