ପାରାଦୀପ : ପାରାଦୀପ୍ ବିଜେଡି ରାଜନୀତି ଏବେ ହାଟରୁ ଯାଇ ଦାଣ୍ଡରେ ଗଡୁଚି | ଗତକାଲି ଦିନତମାମ ଜଗତସିଂହପୁର ଜିଲ୍ଲା ବିଜେଡି ଉପସଭାପତି ପଦ ରେ ବାପୁ ପରିଡା ଙ୍କ ନାମ କୁ ନେଇ ତୁ ତୁ ମେ ମେ ଚାଲିଥିବା ବେଳେ ଆଜି ଏହି ଘଟଣା କୁ ନେଇ ମୁହଁ ଖୋଲିଛନ୍ତି ଶ୍ରମିକ ସଂଗଠନ | ପାରାଦୀପ୍ ପୋର୍ଟ ମଜଦୁର ସଂଘର ର ସଭାପତି ପ୍ରକାଶ ତ୍ରିପାଠୀ ପାରାଦୀପ୍ ର ଅପରାଧିକ ଘଟଣାରେ ପୌରାଧ୍ୟକ୍ଷ ବସନ୍ତ କୁମାର ବିଶ୍ଵାଳ ଙ୍କୁ ସିଧା ସଳଖ ଟାର୍ଗେଟ କରିଛନ୍ତି | ତାଙ୍କ ଅଭିଯୋଗ ଅନୁଯାଇ ବସନ୍ତ ବାପି ସର୍ଖଲେ ଓ ବାପୁ ଏକ ଅପରାଧିକ ସିଣ୍ଡିକେଟ୍ କରି ପାରାଦୀପ୍ କୁ ନିୟନ୍ତ୍ରଣ କରୁଥିବା ବେଳେ ଗୁଣ୍ଡା ଙ୍କ କବଳରେ ଏନଆରଏଲ୍ କମ୍ପାନୀ କୁ ରଖିଛନ୍ତି | ପୋର୍ଟ ନିଷିଦ୍ଧାଞ୍ଚଳ ମଧ୍ୟରୁ କୋଇଲା ଚୋରି ର ମଧ୍ଯ ନିୟନ୍ତ୍ରଣ କରାଯାଉଛି | ଏହାର ତଦନ୍ତ ପାଇଁ ଶ୍ରମିକ ନେତା ଶ୍ରୀଯୁକ୍ତ ତ୍ରିପାଠୀ ଆଜି ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ପ୍ରକାଶ କରିଛନ୍ତି | ସେହିପରି ଏହି ଘଟଣା ବିଷୟରେ ପୌରାଧ୍ୟକ୍ଷ ବସନ୍ତ କୁମାର ବିଶ୍ଵାଳ ଙ୍କୁ ପଚାରିବାରୁ , ଶ୍ରମିକ ମାନଙ୍କ ସ୍ୱାର୍ଥ ପାଇଁ ନୁହଁ ଏଠି କାମ କରିବାପାଇଁ ଆସିଛନ୍ତି ଶ୍ରମିକ ନେତା | ପ୍ରକାଶ ମୋ ଦୋଷ କଣ ଦେଉଛନ୍ତି , ସେ ହେଉଛନ୍ତି ଜଣେ ଅଭ୍ୟାସଗତ ଅପରାଧି, ଓ ପ୍ରିପେଡ ଶ୍ରମିକ ନେତା | ତାଙ୍କ ନାମରେ ଅନେକ ଅପରାଧିକ ରେକର୍ଡ ରହିଚି ଓ ସେ ଜେଲ ମଧ୍ଯ ଯାଇଛନ୍ତି | କାମ କରି ନପାରିବାରୁ ସେ ମୋ ବିରୋଧରେ କହି ଚାପ ସୃଷ୍ଟି କରି କମ୍ପାନୀ ରେ ଠିକା କାମ ନେବାକୁ ପ୍ରୟାସ ଆରମ୍ଭ କରିଛନ୍ତି ଓ ଏକ ବାପ ପୁଅ ଙ୍କ ଚକ୍ରାନ୍ତ ରେ ପଡି ମୋ ବିରୋଧରେ ହଠାତ ଏଭଳି ବିଷୋଦଗାର କରିଛନ୍ତି ବୋଲି ଶ୍ରୀଯୁକ୍ତ ବିଶ୍ଵାଳ ପ୍ରକାଶ କରିଛନ୍ତି | ତେବେ ସେ ଯାହା ହେଉ ନା କାହିଁକି ବାପୁ ଙ୍କ ପାଇଁ ଏବେ କେବଳ ବିଜେଡି ନୁହଁ ପାରାଦୀପ ରାଜନୀତି ସରଗମ ହେବାରେ ଲାଗିଛି |
