ବନ୍ତଳା: ଅନୁଗୁଳ ବ୍ଲକ ଖିଣ୍ଡା ଗ୍ରାମପଚାଂୟତ ମହିଧରପଡା ଗ୍ରାମରେ କିଡ଼ନୀ ରୋଗରେ ୬ ଜଣ ଆକ୍ରାନ୍ତ ଥିବା ଘଟଣା ଦୈନିକ ସମୟ ଖବର କାଗଜରେ ପ୍ରକାଶ ପାଇବା ପରେ ଶୁକ୍ରବାର ଦିନ ଉକ୍ତ ଗ୍ରାମରେ ସ୍ୱାସ୍ଥ୍ୟକର୍ମୀ ମାନେ ପହଁଚି ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସମ୍ପର୍କରେ ପଚାରି ବୁଝିଛନ୍ତି । ସୂଚନା ଅନୁଯାୟୀ ଗ୍ରାମରେ ୧୫ ଓ ୧୬ ନମ୍ବର ୱାର୍ଡ ରେ ପ୍ରାୟ ୬୦୦ ଲୋକ ବସବାସ କରନ୍ତି । ଗ୍ରାମରେ ପିଇବା ପାଣି ପାଇଁ ଗୋଟିଏ ଖୋଲା କୂଅ ଅଛି । ତାହା ପିଇବା ଉପଯୋଗୀ ହେଉନଥିବାରୁ ଗୋଟିଏ ନଳକୂପ ଖୋଳାଯାଇଛି ।
ଏହି ନଳକୂପ ପାଣି ହିଁ ସାହାଭରଷା । ବେଳେ ବେଳେ ସେହି ନଳକୂପ ରୁ ଲୋ÷ହ ମିଶ୍ରିତ ପାଣି ବାହାରୁଛି । ଲୋକଙ୍କ ଅଭିଯୋଗ ଅନୁଯାୟୀ ଉକ୍ତ ନଳକୂପ ପାଣି ପିଇ କିଡ଼ନୀ ରୋଗ ହେଉଛି । ଗ୍ରାମର ତ୍ରିନାଥ ବେହେରା (୪୮), ତୈଲଖ ବେହେରା (୪୫) ଦୁଇ ବର୍ଷ ହେବ ଆକ୍ରାନ୍ତ ଥିବା ବେଳେ, ଭିକାରୀ ବେହେରା (୩୪) ଦେଢ଼ ବର୍ଷ ମଧ୍ୟରେ ପାଖାପାଖି ଦୁଇ ଲକ୍ଷ ଟଙ୍କା ଖର୍ଚ୍ଚ କରି ସାରିଲେଣି । ମାସକୁ ୮ ହଜାର ଟଙ୍କାର ଔଷଧ ଖର୍ଚ୍ଚ ଯାଉଥିବା ଦୁଃଖର ସହ ପ୍ରକାଶ କରିଛନ୍ତି ।
ଯାହା ଥିଲା ବିକି ଭାଙ୍ଗି କଟକ ବଡ଼ ଡାକ୍ତରଖାନାରୁ ଔଷଧ ଆଣି ଖାଉଛନ୍ତି, କ୍ଷେତ୍ରବାସୀ ବେହେରା (୭୦) ଏକ ବର୍ଷ ହେବ ଓ ଅଇଁଠା ବେହେରା (୬୦) ସାତ ବର୍ଷ ହେବ ଆକ୍ରାନ୍ତ ଥିବା ବେଳେ ସୁକାନ୍ତି ବେହେରା (୪୮) ପାଚଂ ବର୍ଷ ହେବ ଆକ୍ରାନ୍ତ ଥିବା ଜଣାପଡିଛି । ପ୍ରଫୁଲ ବେହେରା କିଡ଼ନୀ ରୋଗରେ ଆକ୍ରାନ୍ତ ହୋଇ ଏକ ବର୍ଷ ହେବ ଆର ପାରିକୁ ଚାଲିଗଲେଣି । ତେବେ ଅନେକ ଲୋକଙ୍କ ଆର୍ଥିକ ଅବସ୍ଥା ଭଲ ନଥିବାରୁ ପ୍ରତ୍ୟେକ ମାସରେ ଔଷଧ କିଣି ଖାଇବା ସମ୍ଭବ ହେଉନାହିଁ ।
ଦିନକୁ ଦିନ ବନ୍ତଳା ଅଚଂଳର ଅଧିକାଂଶ ଗ୍ରାମରେ ଏହି କିଡ଼ନୀ ରୋଗୀଙ୍କ ସଂଖ୍ୟା ଦୃୁତ ଗତିରେ ବୃଦ୍ଧି ପାଉଥିବାରୁ ଏହାକୁ କିପରି ନିୟନ୍ତ୍ରଣ କରାଯାଇ ପାରିବ ସେ ଉପରେ ପଦକ୍ଷେପ ନେବା ଜରୁରୀ ହୋଇ ପଡିଛି । ଏହି ଖବର ପ୍ରକାଶିତ ହେବା ପରେ ଶୁକ୍ରବାର ଦିନ ବନ୍ତଳା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଡକ୍ଟର ଘନଶ୍ୟାମ ବେହେରାଙ୍କ ନିଦେ୍ର୍ଦଶକ୍ରମେ ସ୍ୱାସ୍ଥ୍ୟକର୍ମୀ ଗୋ÷ରାଚାନ୍ଦ ପ୍ରଧାନ, ଆଶାଲତା ସାହୁ, ପଚାଂନନ ସାହୁ, ଆଶାକର୍ମୀ କାବେରୀ ଦେହୁରୀ, ପ୍ରମୁଖ ମହିଧରପଡା ଗାଁକୁ ଯାଇ କିଡନୀ ରୋଗୀଙ୍କ ସ୍ୱାସ୍ଥ୍ୟ ବୁଝି ଆଗାମୀ ଦିନରେ କେମିତି ଲୋକଙ୍କୁ ସୁବିଧା ଯୋଗାଇ ଦିଆଯିବ ସେଥିପାଇଁ ସହଯୋଗ କରିବାକୁ ପ୍ରତିଶ୍ରୁତି ଦେଇଥିବା ଜଣାଯାଇଛି ।
