Odisha news

ମରିଗଲା ମାନବିକତା ହଜିଗଲା ମଣିଷ ପଣିଆ : ବାଛୁରୀ ଛୁଆକୁ ପାହାଡ ନିକଟରେ କାଟିବା ସହିତ ଭୋଜି କରି ଖାଇଲେ , ଅଭିଯୋଗରେ ୫ ଜଣଙ୍କୁ ଗ୍ରାମବାସୀ ଦଣ୍ଡଦେଲେ

0

ବନ୍ତଳା: ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ଖିଣ୍ଡା ପଚାଂୟତର ମହିଧରପଡା ଗ୍ରାମର ୫ ଜଣ ବ୍ୟକ୍ତିଙ୍କୁ ଗୋ ମାଂସ ଖାଇବା ଅଭିଯୋଗରେ ଦଣ୍ଡିତ କରିଛନ୍ତି ଗ୍ରାମବାସୀ । ଯେଉଁଠି ଗୋ ମାତା ମାନି ଆମ ହିନ୍ଦୁ ସମାଜ ରିତିନିତି ଅନୁଯାୟୀ ପୂଜା କରିଥାଏ ସେଠି ଆଜିର ମଣିଷ ତାକୁ ମାରି ମାଂସ ଭକ୍ଷଣ କରୁଥିବା ବଡ ଦୁଃଖର ବିଷୟ । ଏହି ଭଳି ଏକ ଦୁଃଖଦ ଘଟଣା ଘଟିଛି ମହିଧରପଡା ଗ୍ରାମରେ ।

ଗ୍ରାମର ବିଜୁ ଗୋଚ୍ଛାୟତ, ଅଜୟ ଗୋଚ୍ଛାୟତ, ଟିଙ୍ଗା ଗୋଚ୍ଛାୟତ, ପଟାଙ୍ଗି ଗୋଚ୍ଛାୟତ, ବାବୁ ଗୋଚ୍ଛାୟତ ରବିବାର ଚଟିଆଗଜି ଗ୍ରାମରୁ ଏକ ବାଛୁରୀ ଛୁଆକୁ ପାଳିବା ଉଦେ୍ଦଶ୍ୟରେ ୩୦୦ ଟଙ୍କାରେ କିଣିଥିଲେ । ପର ଦିନ ଦୁଇ ପ୍ରହରରେ ସେହି ବାଛୁରୀ ଛୁଆକୁ ବଣାମିରା ମେଡିକାଲ ନିକଟ ଥିବା ପାହାଡ ନିକଟରେ କାଟିବା ସହିତ ଭୋଜି କରି ଖାଇଥିଲେ । ପାହାଡ ନିକଟରେ ଛେଳି ଓ ଗାଈ ଚରାଳି ଏହା ଦେଖି ଗ୍ରାମବାସୀଙ୍କୁ ଏହି ସବୁ ଘଟଣା ଜଣାଇଥିଲେ । ଘଟଣା ସ୍ଥାନୀୟ ଅଚଂଳରେ ପ୍ରଚାର ହେବା ପରେ ବାଛୁରୀ ମାଂସ ଖାଇଥିବା ୫ ଜଣ ଲୋକଙ୍କୁ ଗ୍ରାମବାସୀ ସୋମବାର ବଣାମିରା ହାଟପଡିଆରେ ଏକ ସଭା କରିଥିଲେ ।

ଉକ୍ତ ସଭାରେ ମହିଧରପଡା, ତାଳପଦା, ବଣାମିରା ୩ଟି ଗ୍ରାମର ଗ୍ରାମବାସୀ ଏକାଠି ହୋଇଥିଲେ । ସର୍ବ ସାଧାରଣ ସମ୍ମୁଖରେ ଆଣ୍ଠେଇ ଭୁଲ ମାଗିବା ସହିତ ଗୋ ମାଂସ ଖାଇଥିବା କଥାକୁ ସ୍ୱୀକାର କରିଥିଲେ । ପରେ ସେମାନେ କାନରେ ଗୁଡି ଦେଇ ସଭା ଚାରିପାଖେ ବୁଲିଥିଲେ । ୩ଟି ଗ୍ରାମର ନିଷ୍ପତିକ୍ରମେ ଗୋ ମାଂସ ଖାଇଥିବା ବ୍ୟକ୍ତିଙ୍କୁ ଜାତି ହେବା ସହିତ ସୂଚି ହେବେ, ଦେଉଳ ଦର୍ଶନ କରିବେ ଏବଂ ଯେଉଁ ମନ୍ଦିରରେ ଦର୍ଶନ କରିବେ ସେହି ମନ୍ଦିରକୁ ଗୋଟିଏ ଘଂଟ ଦେବେ ବୋଲି ଗ୍ରାମ ସଭାରେ ନିଷ୍ପତି ହୋଇଥିଲା । ଏହି ଗ୍ରାମ ସଭାରେ ମହିଧରପଡା ଗ୍ରାମ ସଭାପତି ଶରତ ଚନ୍ଦ୍ର ବେହେରା, ୱାର୍ଡ ମେମ୍ବର ଶିଶିର ବେହେରା, ଇଶ୍ୱର ନାଏକ, ବତିଷ୍ଠ ବେହେରା, ତାଳପଦା ଗ୍ରାମର ନିତ୍ୟାନନ୍ଦ ପ୍ରଧାନ, ବଣାମିରା ଗ୍ରାମର ପ୍ରଫୁଲ ଦାସ, ହେମନ୍ତ ନାଏକ, ଗୋବିନ୍ଦ ନାଏକ, ଓ ଅନ୍ୟ ଗ୍ରାମବାସୀ ମାନେ ଉପସ୍ଥିତ ଥିଲେ ।

Har Ghar Tiranga

Leave A Reply