Odisha news

ବନ୍ତଳା : ସାତକୋଶିଆ ଅଭୟାରଣ୍ୟ ଭିତରେ ପେଟ୍ରୋଲିଂ କଲେ ଆର.ସି.ସି.ଏଫ୍

0

ବନ୍ତଳା: ଅନୁଗୁଳ ଜିଲ୍ଲା ସାତକୋଶିଆ ଅଚଂଳ ଭିତରେ ବୁଲିଲେ ଆରସିସିଏଫ୍ । ମିଳିଥିବା ସୂଚନା ମୁତାବକ ଗତ କାଲି ବନ ବିଭାଗ ର ବରିଷ୍ଠ ଅଧିକାରୀ ମାନେ ସାତକୋଶିଆ ଅଭୟାରଣ୍ୟ ର ବିଭିନ୍ନ ରେଜଂ ପରିଦର୍ଶନ କରକିବା ସହିତ ଜଙ୍ଗଲ ଭିତରେ ୬୦ କିଲୋମିଟର ପେଟ୍ରୋଲିଂ କରକିଥିବା ଜଣାପଡିଛି । ଏ ସମ୍ପର୍କରେ ସାତକୋଶିଆ ବନଖଣ୍ଡ ଅଧିକାରୀ କୁହନ୍ତି ଗତ କାଲି ସାତକୋଶିଆ ବନଖଣ୍ଡର ଟିତକରପଡା, ରାଇଗୁଡା, ଜିଲିଣ୍ଡା, ପୁରୁଣାକୋଟ, ପମ୍ପାସର ୫ଟି ରେଜଂ ପେଟ୍ରୋଲିଂ କରାଯାଇଥିଲା ।

ଏହି ପେଟ୍ରୋଲିଂ ଫଳରେ ବନ୍ୟଜନ୍ତୁ ଙ୍କ ଅଭୟାରଣ୍ୟ ଭିତରେ ସୁରକ୍ଷା ଦେବା ସହିତ ସେମାନଙ୍କର ଗତିବିଧି ଉପରେ ନଜର ରଖାଯାଇପାରିବ ।ତା ସହିତ ଆଗାମୀ ଦିନରେ ଜନ୍ତୁ ଶିକାର କୁ ସମ୍ପୁର୍ଣ୍ଣ ରୋକାଯାଇ ପାରିବ ସେଥିପାଇଁ ପ୍ରତୀ ମାସରେ ଏହି ପେଟ୍ରୋଲିଂ କରାଯିବ ବୋଲି ରାମାସ୍ୱାମୀ.ପି କହିଛନ୍ତି । ଏହି ପେଟ୍ରୋଲିଂ ରେ ଅନୁଗୁଳ ଆରସିସିଏଫ୍ ପ୍ରଦୀପ ରାଜ କରାଟେ, ସାତକୋଶିଆ ଏସିଏଫଓ ସରୋଜ ପଣ୍ଡା, ଶୁଭେନ୍ଦୁ ବେହେରା, ରେଜଂ ଅଧିକାରୀ ଓ କର୍ମଚାରୀ ମାନେ ଏହି ପେଟ୍ରୋଲିଂ ରେ ସାମିଲ ଥିଲେ ।

Nalco
Leave A Reply