ବନ୍ତ,୨୧/୧୨ : ଚଳିତ ବର୍ଷ ଖରିଫ ଧାନ ସଂଗ୍ରହ ପାଇଁ ବନ୍ତ ବ୍ଲକରେ ରବିବାର ଠାରୁ ଧାନମଣ୍ଡି ଶୁଭାରମ୍ଭ ହୋଇଥିବା ବେଳେ ସୋମବାର ପଧାନପଡା, ବସନ୍ତିଆ ଓ ସରମରା ସେବା ସମବାୟ ସମିତିରେ ଧାନମଣ୍ଡି ଉଦ୍ଘାଟିତ ହୋଇଯାଇଛି । ପଧାନପଡା ସମିତିର ଧାନମଣ୍ଡି ଉଦ୍ଘାଟନ ବେଳେ ନିଳୋକ ସରପଞ୍ଚ ଅଶୋକ କୁମାର ମହାନ୍ତି, ପଧାନପଡା ସରପଞ୍ଚ ମୁସ୍ତାକ୍ ଅଲ୍ଲୀ ଖାଁ, ବ୍ଲକ ଯୋଗାଣର ଅଧିକାରୀ ଅଶୋକ କୁମାର ବେହେରା, ସଂପାଦକ ସେକ୍ ଗୋଲାମ, ସହସଂପାଦକ ନାରାୟଣ ଚନ୍ଦ୍ର ସାହୁ, ଡି.ଇ.ଓ ଅନୀଲ କୁମାର ପାତ୍ର, କର୍ମଚାରୀ ଦିବାକର ବେହେରା, ପୂର୍ବତନ ସରପଞ୍ଚ ଅଜୟ କୁମାର ବେହେରା, ଚାଷୀ ସେକ୍ କଦମ୍, ପଦ୍ମନାଭ ଦାସ, ସୁଶାନ୍ତ କୁମାର ସାହୁ, ଉପେନ୍ଦ୍ର ସାହୁ, ଉମାକାନ୍ତ ସାୁହ, ପ୍ରତାପ ସେଠୀ, ନାରାୟଣ ଦାଶ, ନିଳକଣ୍ଠ ମିଶ୍ର, ହରି ନାରାୟଣ ମହାନ୍ତି, ବସନ୍ତ ମିଶ୍ର ଉପସ୍ଥିତ ଥିଲେ ।
ବସନ୍ତିଆ ସେବା ସମବାୟ ସମିତିରେ ମଣ୍ଡି ଶୁଭାରମ୍ଭ ବେଳେ ସଂପାଦକ ବିବେକାନନ୍ଦ ବିଶ୍ୱାଳ, ସହସଂପାଦକ ଅଶୋକ କୁମାର ସାହୁ, ଡିଇଓ ମାନସ ରଂଜନ ବାରିକ, କର୍ମଚାରୀ ଗୋପିନାଥ ଓଝା, ଚାଷୀ କମିଟିର ସଭ୍ୟ ବସନ୍ତ ବେହେରା, ଲକ୍ଷ୍ମଣ ଜେନା, ପ୍ରଦୀପ ପଣ୍ଡା, ଶଙ୍କର୍ଷଣ ପଣ୍ଡା, ସମ୍ଭୁନାଥ ମହାନ୍ତି ଉପସ୍ଥିତ ଥିଲେ । ସରମରା ସେବା ସମବାୟ ସମିତିରେ ମଣ୍ଡି ଉଦ୍ଘାଟନ ବେଳେ ସଂପାଦକ ନିତ୍ୟାନନ୍ଦ ନାୟକ, କର୍ମଚାରୀ ମାନସ ଜେନା, ଦିପେନ୍ଦ୍ର ପ୍ରଧାନ, ଚାଷୀ କମିଟିର ସଭ୍ୟ ଶଶୀକାନ୍ତ ଜେନା, ଭିକାରୀ ଚରଣ ନାୟକ, କମଳାକାନ୍ତ ନାୟକ, ସୁଧାଂଶୁ ଶେଖର ନାୟକ, ଧନେଶ୍ୱର ନାୟକ ଉପସ୍ଥିତ ଥିଲେ ।
