କଟକ : ଦୈନିକ ଖବର କାଗଜ ମାଧ୍ୟମରେ ଜାଣିବାକୁ ପାଇଲୁ ଯେ ହରିପୁର ରୋଡରେ ଥିବା ଇଣ୍ଡିଆନ ଓଭରସିଜ ବ୍ୟାଙ୍କକୁ ଭୁବନେଶ୍ୱର ରିଜନାଲ କର୍ତ୍ତୃପକ୍ଷ କଟକ ହାୱାଡା ମୋଟରସ୍ଥିତ ପି.କେ. ପରିଜା ରୋଡସ୍ଥିତ ଆଇ.ଓ.ବି ସହିତ ମିଶ୍ରଣ ହେବାକୁ ଯାଉଛି । ଏହା ହରିପୁର ରୋଡଠାରୁ ପାଖାପାଖି ୫ କିଲୋମିଟର ଦୂରତା ଅଟେ । ଏଥି ନିମନ୍ତେ ଆମ୍ଭେ ହରିପୁର ଦୋଳମୁଣ୍ଡାଇ ପୂଜା କମିଟି ତରଫରୁ ଲିଖିତ ଆକାରରେ ଭୁବନେଶ୍ୱର ଆଞ୍ଚଳିକ କାର୍ଯ୍ୟାଳୟକୁ ଜଣାଇଥିଲୁ ଯେ ଏହି ବ୍ୟାଙ୍କରେ ହରିପୁର ଦୋଳମୁଣ୍ଡାଇ ଅଞ୍ଚଳର ବହୁ ବ୍ୟବସାୟୀ ବନ୍ଧୁମାନଙ୍କର ଅତ୍ୟଧିକ ମାତ୍ରାରେ ଜମାଖାତା ଥିବା ସହିତ ବରିଷ୍ଠ ନାଗରିକ ମାନଙ୍କ ଜମାଖାତା, ପେନସନ ବନ୍ଧୁ ମାନଙ୍କ ଜମାଖାତା , ପ୍ରଧାନମନ୍ତ୍ରୀ ଜନଧନ ଯୋଜନାରେ ଅନ୍ତର୍ଭୂକ୍ତ ମହିଳାମାନଙ୍କର ଜମାଖାତା, ପୂଜା କମିଟି, ରାଉସପାଟଣା ପୂଜା କମିଟି, ଶିବ ବଜାର ପୂଜା କମିଟି,ମକାମ ମହାବିଦ୍ୟାଳୟ, ସେମିନାରୀ ସ୍କୁଲ ସହିତ ଅନେକ ଛାତ୍ରଛାତ୍ରୀ ଓ ପାଖପଡ଼ିଶା ଭଦ୍ରବ୍ୟକ୍ତି ମାନଙ୍କ ଜମାଖାତା ମାନ ଅଛି ।
ଏଣୁ ଏହା ୫ କିଲୋମିଟର ଦୂରତା ହୋଇଥିବାରୁ ବ୍ୟାଙ୍କକୁ ଯାଇ ଜମାଖାତାକୁ ପରିଚାଳନା କରିବା ସମ୍ଭବ ପର ନୁହେଁ । ତେଣୁ ହରିପୁର ରୋଡରେ ଥିବା ଇଣ୍ଡିଆନ ଓଭରସିଜ ବ୍ୟାଙ୍କ ଏହିଠାରେ ରହିବା ପାଇଁ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିବା ସହିତ ତା ୨୮ – ୭ – ୨୦୨୦ ସକାଳ ୭.୩୦ ମିନିଟ ସମୟରେ ହରିପୁର ଦୋଳମୁଣ୍ଡାଇ ପୂଜା କମିଟି ତରଫରେ ଏକ ଧାରଣା ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମରେ ହରିପୁର ଦୋଳମୁଣ୍ଡାଇ ପୂଜା କମିଟିର ସମ୍ପାଦକ ଶ୍ରୀ ଲିଙ୍ଗରାଜ ହାତୀ ଓ ସଭାପତି ଶ୍ରୀ ପ୍ରଦୀପ ମୁଳିଆ ନେତୃତ୍ୱରେ ଗ୍ରାମ ଅଧିକାରୀ ଶ୍ରୀ ବାବୁ ପ୍ରଧାନ,ଶ୍ରୀ କ୍ଷୀରୋଦ ମହାରଣା,ଗଣେଶ୍ୱର ମୁଳିଆ,ଧନେଶ୍ୱର ମୁଳିଆ,କିଶୋର ଚନ୍ଦ୍ର ଜେନା,ରାଜ କିଶୋର ରାଉତ,ବ୍ରଜ କିଶୋର ପ୍ରଧାନ,ପୂର୍ଣ୍ଣ ଚନ୍ଦ୍ର ସ୍ୱାଇଁ,ରବୀନ୍ଦ୍ର ରଥ,ମନ୍ମଥ ନାଥ ସିଂ,ଗଜେନ୍ଦ୍ର ମହାରଣା,ହରେକୃଷ୍ଣ ମୁଳିଆ,ଶ୍ରୀବତ୍ସ ରାଉତ,ଧନଞ୍ଜୟ ମୁଳିଆ,କାଳନ୍ଦୀ ମୁଳିଆ,ଉପେନ୍ଦ୍ର ବେହେରା,କାବୁଲି ମୁଳିଆ,ଗୋବିନ୍ଦ ମୁଳିଆ,ପ୍ରତାପ ମୁଳିଆ,ବିଜୟ ମୁଳିଆ,ରବୀନ୍ଦ୍ର ରାଉତ,କୈଳାଶ ଅଗ୍ରୱାଲ,କିଶୋର କୁମାର ମହାପାତ୍ର, ଅଶୋକ ସାହୁ,ଶିବ ମହାରଣା, ଶଙ୍କରା ମୁଳିଆ,ବାବୁ ମୁଳିଆ,ଦୁଷ୍ମନ୍ତ ଜେନା,ଭୁପୁ ପ୍ରଧାନ ,ଶଙ୍କରା ମହାରଣା,ପ୍ରସାଦ ଜେନା,ଭିକି ଛାଟୋଇ, ସୋମୁ ପ୍ରଧାନ,ଟନିଆ ମୁଳିଆ,ବସନ୍ତ ମୁଳିଆ,ମଣି ପ୍ରଧାନ,ସରୋଜ ମୁଳିଆ,ପ୍ରମୋଦ ମହାରଣା,କାଳିଆ ମହାରଣା, ଫେଲୁ ରାଉତ,ହରେକୃଷ୍ଣ ଦାସ,ଆୟୁଷ ଦାସ,ସଂଗ୍ରାମ ଦାସ,ପୁଅ ସିଂ,ବୁନୁ ମୁଳିଆ ପ୍ରମୁଖ ଯୋଗଦେଇଥିଲେ ।
