ନୂଆଦିଲ୍ଲୀ : କୁହାଯାଏ ଯେ ମୃତ୍ୟୁ ପରେ ମଣିଷ ମନେ ଦୁନିଆର ମୋହମାୟାରୁ ମୁକ୍ତ ହୋଇ ଯାନ୍ତି l କିନ୍ତୁ ପାଟନାରେ ଗୋଟିଏ ଅଦ୍ଭୁତ ଘଟଣା ଦେଖିବାକୁ ମିଳିଥିଲା l ଯେତେବେଳେ ନିଜର ପଇସା ନେବା ପାଇଁ ନିଜେ ମୃତକ ବ୍ୟାଙ୍କରେ ପହଞ୍ଚିଥିଲା l ଖବରଟି ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ନିରାଟ ସତ୍ୟ ଅଟେ l ସାହାଜାହାନ ପୁର ଥାନା ଅଞ୍ଚଳର ସିଗରିଆ ଗାଁ ର ନିବାସୀ ୫୫ ବର୍ଷୀୟ ମହେଶ ଯାଦବ ରୋଗଗ୍ରସ୍ତ କାରଣରୁ ମୃତ୍ୟୁ ହୋଇଯାଇଥିଲା ବୋଲି ସୂଚନା ମିଳିଥିଲା l ମୃତ୍ୟୁ ପରେ ତାଙ୍କର ଅନ୍ତିମ ସଂସ୍କାର ପାଇଁ ଗ୍ରାମବାସୀ ମାନେ ବ୍ୟାଙ୍କରୁ ତାଙ୍କ ପାସବୁକରୁ ପଇସା ମାଗିଥିଲେ l କିନ୍ତୁ ବ୍ୟାଙ୍କ ମନାକରି ଦେବାରୁ ଗ୍ରାମବାସୀ ମାନେ ଉକ୍ତ ବ୍ୟକ୍ତିଙ୍କ ଶବ ନେଇ ବ୍ୟାଙ୍କରେ ରଖିଦେଲେ l
ଏହା ପରେ ବ୍ୟାଙ୍କରେ କୋଳାହଳ ଲାଗିଯାଇଥିଲା l ଗ୍ରାମବାସୀଙ୍କ ଦ୍ୱାରା ପଖାପାଖି ୩ଘଣ୍ଟା ପର୍ଯ୍ୟନ୍ତ ବ୍ୟାଙ୍କରେ ଶବ ପଡି ରହିବ ପରେ ବ୍ୟାଙ୍କ ମ୍ୟାନେଜର ନିଜ ହାତରୁ ୧୦ ହଜାର ଟଙ୍କା ଦେଇ ମାମଲାକୁ ଶାନ୍ତ କରିଥିଲେ l ଏହା ପରେ ଗ୍ରାମୀଣ ମାନେ ଶବକୁ ନେଇ ଯାଇଥିଲେ l ମୃତକ ମହେଶଙ୍କର ବିବାହ ହୋଇ ନଥିଲା ଓ ତାଙ୍କର କୌଣସି ପରିବାର ସଦସ୍ୟ ମଧ୍ୟ ନଥିଲେ l ତାଙ୍କ ଆକାଉଣ୍ଟରେ ପାଖାପାଖି ୧ ଲକ୍ଷ ୧୮ ହଜାର ଟଙ୍କା ଥିଲା ,କିନ୍ତୁ ବ୍ୟାଙ୍କ ଖାତାରେ ସେ କାହାକୁ ନୋମିନି ରଖି ନଥିଲେ l ଏପରିକି ସେ KYC ମଧ୍ୟ କରାଇ ନଥିଲେ l ଏହି କାରଣରୁ ବ୍ୟାଙ୍କ ମ୍ୟାନେଜର ପଇସା ଦେବାକୁ ମନା କରିଥିଲେ l
