Odisha news

ରେପୋ ରେଟ କମିବା ପରେ ଲୋନ ନେବା ହେଲା ଶସ୍ତା, ଆସନ୍ତୁ ଜାଣିବା କେଉଁ ବ୍ୟାଙ୍କ ଗୁଡିକ କମାଇଦେଲେ ନିଜ ଇଣ୍ଟରେଷ୍ଟ

0
ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଏହା ମଧ୍ୟରେ ରେପୋ ରେଟ ରେ ୨୫ ଟି ବେସିସ ପଏଣ୍ଟ କୁ ନେଇ ହ୍ରାସ ହୋଇଛି, ଏଥିସହିତ ରେପୋ ରେଟ ୬ ପ୍ରତିଶତ ହୋଇଯାଇଛି l ଏପରି ସ୍ଥିତିରେ ଅଧିକାଂଶ ବ୍ୟାଙ୍କ ବର୍ତମାନ କାର, ଘର ଓ ପର୍ଶନଲ ଲୋନ ରେ EMI କମିଯାଇଛି, ଆସନ୍ତୁ ଜାଣିବା ଏଥିରେ କେଉଁ ସରକାରୀ ବ୍ୟାଙ୍କ ସାମିଲ ରହିଛନ୍ତି l

ବ୍ୟାଙ୍କ ଅଫ ବରୋଦା –
ରେପୋ ରେଟ କମ ହେବା ପରେ ବ୍ୟାଙ୍କ ଅଫ ବରୋଦା ର ଓଭର ନାଇଟ ମାର୍ଜିନଲ କଷ୍ଟ ଅଫ ଫଣ୍ଡସ -ବେସଡ ଲେଣ୍ଡିଙ୍ଗ ରେଟ ବର୍ତମାନ ହ୍ରାସ ହୋଇ ୮.୧୫ ପ୍ରତିଶତ ହୋଇଯାଇଛି l  ବ୍ୟାଙ୍କ ପକ୍ଷରୁ ବିଭିନ୍ନ ସ୍ତରର ଉଦ୍ୟୋଗ ପାଇଁ ସୁଧ ଦର ହ୍ରାସ ହୋଇଛି l ଏହାର ଅର୍ଥ ବ୍ୟବସାୟୀ ଙ୍କୁ ଶସ୍ତା ରେ ଲୋନ ଉପଲବ୍ଧ କରାଇବା l

ଇଣ୍ଡିଆନ ବ୍ୟାଙ୍କ –
ଚେନାଇ ବେସଡ ଇଣ୍ଡିଆନ ବ୍ୟାଙ୍କ ନିଜର ରେପୋ ଲିଙ୍କଡ଼ ସୁଧ ରେ ୩୫ ଟି ବେସିସ ପଏଣ୍ଟସ ର ହ୍ରାସ କରି ଘୋଷଣା କରିଛି, ଏହା ସହିତ ସୁଧ ହାର ୮.୭୦ ପ୍ରତିଶତ ହୋଇଯାଇଛି l

ପଞ୍ଜାବ ନେସନାଲ ବ୍ୟାଙ୍କ –
PNB  ମଧ୍ୟ ନିଜ ରେପୋ -ଲିଙ୍କଡ଼ ସୁଧ କୁ ୯.୧୦ ପରସେଣ୍ଟ ରୁ ୮.୮୫ କରିଦେଇଛି l

ୟୁକୋ ବ୍ୟାଙ୍କ –
ୟୁକୋ ବ୍ୟାଙ୍କ ମଧ୍ୟ ନିଜ ରେପୋ ଲିଙ୍କଡ଼ ସୁଧ କୁ କମାଇ ୮.୮ ପ୍ରତିଶତ କରିଦେଇଛି, ଯାହାକି ଅପ୍ରେଲ ୧୦ ରୁ ଲାଗୁହୋଇଛି l

ବ୍ୟାଙ୍କ ଅଫ ଇଣ୍ଡିଆ –
ବ୍ୟାଙ୍କ ଅଫ ଇଣ୍ଡିଆ ର ନୂଆ ସୁଧ ଯାହାକି ପୂର୍ବରୁ ୯.୧୦ ପ୍ରତିଶତ ଥିଲା ବ୍ୟାର୍ଥମାନ ୮.୮୫ ହୋଇଯାଇଛି l

Leave A Reply