ରାହାମା-26/5-ତିର୍ତୋଲ ଥାନା ପଣ୍ଡୁଆରେ ଥିବା ୟୁକୋ ବ୍ୟାଙ୍କ ଶାଖା ତରଫରୁ ଗୋରଡଗ୍ରାମପଞ୍ଚାୟତର ଭାରତ ନିର୍ମାଣ ରାଜୀବଗାନ୍ଧୀ ସେବାଗୃହରେ ଏକ ବୀମା ସଚେତନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି. ସରକାରୀ ସ୍ତରରେ ମିଳୁଥିବା ବିଭିନ୍ନ ବୀମା ଯଥା ପ୍ରଧାନମନ୍ତ୍ରୀ ଜୀବନଜ୍ୟୋତିବୀମା, ପ୍ରଧାନମନ୍ତ୍ରୀ ସୁରକ୍ଷାବୀମା, ଅଟଳ ପେନସନ ଯୋଜନା ଓ ସୁକନ୍ୟା ସମବୃଦ୍ଧି ଯୋଜନା ବିଷୟରେ ଆଲୋଚନା ହୋଇଥିଲା. ଏହି କାର୍ଯ୍ୟକ୍ରମରେ ବ୍ୟାଙ୍କ ଶାଖା ପରିଚାଳକ ଶ୍ରୀ ସୁମନ୍ତ କୁମାର ସାହୁ, ସହ-ଶାଖା ପରିଚାଳକ ଶ୍ରୀ ଗଙ୍ଗାଧର ରେଡ୍ଡୀ, ବିତ୍ତ୍ତୀୟ କାର୍ଯ୍ୟକ୍ରମ ସଂଯୋଜକ ଶ୍ରୀ କାନ୍ହୁ ଚରଣ ମହାନ୍ତି, ଶ୍ରୀ ନବଘନ ପୃଷ୍ଟି, ସରପଞ୍ଚ ଶ୍ରମତୀ ନଳିନୀ ନାୟକ, ବି. ସି ରବିନାରାୟଣ ସାହୁ, ମାନସି ମହାନ୍ତି, ଏମ. ବି. କେ ସ୍ଵର୍ଣପ୍ରଭା ସାହୁ ପ୍ରମୁଖ ଯୋଗଦେଇଥିବା ବେଳେ ସ୍ୱୟଂ ସହାୟକ ଗୋଷ୍ଟୀର ଶତାଧିକ ସଦସ୍ୟା ଉପସ୍ଥିତ ଥିଲେ.