ସୁଶାନ୍ତ ସିଂହ ରାଜପୁତଙ୍କ ସହ ଡେବୁ୍ୟ କରିଥିବା ଅଭିନେତ୍ରୀ ବାଣୀଙ୍କ କପୁରଙ୍କୁ ଏକ ବଡ଼ ପ୍ରୋଜେକଫ ମିଳିଛି । ଅପ୍କମିଙ୍ଗ୍ ଜାସୁସୀ ଥ୍ରିଲର୍ ଫିଲ୍ମ ‘ବେଲ୍ବଟମ୍’ରେ ସୁପରଷ୍ଟାର ଅକ୍ଷୟ କୁମାରଙ୍କ ସହ ନଜରକୁ ଆସିବେ ବାଣୀ । ଅକ୍ଷୟଙ୍କ ସହ ଏହା ତାଙ୍କର ପ୍ରଥମ ଫିଲ୍ମ । ବାଣୀ ଏ ବିଷୟରେ ପୋଷ୍ଟ୍ କରି କହିଛନ୍ତି, ‘ମୁଁ ଅକ୍ଷୟ ସାର୍ଙ୍କ ସ୍କ୍ରିନ୍ ସ୍ପେସ୍ ସେୟାର କରିବାକୁ ନେଇ ରୋମାଞ୍ଚିତ । ପୂରା ଟିମ୍ ସହ କାମ କରିବାକୁ ନେଇ ମୁଁ ଉତ୍ସାହିତ ଯିଏ ଫିଲ୍ମର ପ୍ରଥମ ପର୍ଯ୍ୟାୟରେ ମୋତେ ଘରେ ରହିବା ଭଳି ଅନୁଭବ କରାଇଥିଲେ । ଆଶା କରୁଛି ଏହି ଉତ୍ସାହ ସ୍କ୍ରିନ୍ରେ ସୁନ୍ଦର ଭାବେ ନଜର ଆସିବ । ଫିଲ୍ମର କାହାଣୀ ସତ୍ୟ ଘଟଣା ଦ୍ୱାରା ପ୍ରେରିତ ଓ ୧୯୮୦ ଦଶକ ଉପରେ ଆଧାରିତ । ଏଥିରେ ଭାରତର ଜଣେ ନାୟକଙ୍କ ବିଷୟରେ କୁହାଯାଇଛି । ରଞ୍ଜିତ ଏମ୍. ତିୱାରି ନିର୍ଦ୍ଦେଶିତ ଏହି ଫିଲ୍ମ କାମ ଚଳିତ ବର୍ଷ ଶେଷ ସୁଦ୍ଧା ଆରମ୍ଭ ହେବ । ଫିଲ୍ମ ନିର୍ମାତା ଜ୍ୟାକି ଭଗନାନି କହିଛନ୍ତି ବାଣୀ ଜଣେ ବୁଦ୍ଧିମାନ ଓ ପ୍ରଭାବୀ ଅଭିନେତ୍ରୀ । ତାଙ୍କର ଏବେ ପର୍ଯ୍ୟନ୍ତ କାମ ମୋତେ ପସନ୍ଦ ଆସିଛି । ‘ବେଲ୍ବଟମ୍’ ୨୦୨୧ ଏପ୍ରିଲ ୨ରେ ରିଲିଜ୍ ହେବ ।