ଅଭିନେତ୍ରୀ ବାଣୀ କପୁର ଏବେ ସଫଳତା ପ୍ରାପ୍ତିର ନୂଆ ରାସ୍ତା ଆପଣାଇଛନ୍ତି । ସେ ଗୋଟିଏ ବାୟୋପିକ୍ରେ ଅଭିନୟ କରିବେ । ଫିଲ୍ମର କାହାଣୀ ଅନ୍ତରୀକ୍ଷ ଯାତ୍ରୀ କଳ୍ପନା ଚାୱାଲାଙ୍କ ଉପରେ ଆଧାରିତ । ସେ କହିଛନ୍ତି, ‘କଳ୍ପନାଙ୍କ ବାୟୋପିକ୍ କରିବା ପାଇଁ ମୁଁ ଯେକୌଣସି ସମୟରେ ହଁ କହିପାରେ । ମାନସିକ ସ୍ତରରେ ମୁଁ ଫିଲ୍ମ ପାଇଁ ଏବେ ପ୍ରସ୍ତୁତ ଅଛି । ଜଣେ ଅନ୍ତରୀକ୍ଷ ଯାତ୍ରୀଙ୍କ ଚରିତ୍ରରେ ଅବତୀର୍ଣ୍ଣ ହେବା ପାଇଁ ମୋତେ ଟ୍ରେନିଂ ନେବାରେ ସମୟ ନିଶ୍ଚୟ ଲାଗିବ । ମୋ ପାଖକୁ ଯାହାବି ପ୍ରସ୍ତାବ ଆସେ, ମୁଁ ସେଥିମଧ୍ୟରୁ ବେଷ୍ଟ୍ ସ୍କ୍ରିପଫକୁ ଚୟନ କରିବାକୁ ଚେଷ୍ଟା କରେ । ମୋତେ ଫିଲ୍ମ ଜଗତର ସର୍ବୋତ୍ତମ ଲୋକଙ୍କ ସହ କାମ କରିବାର ସୁଯୋଗ ମିଳିଛି । ‘ଶୁଦ୍ଧ ଦେଶୀ ରୋମାନ୍ସ’ରେ ମୁଁ ଏକ ଛୋଟ ସହରର ଝିଅ ଚରିତ୍ରରେ ନଜରକୁ ଅସିଥିଲି । ‘ବେଫିକ୍ରେ’ରେ ଫିରଙ୍ଗନ୍, ‘ୱାର’ରେ ଦାୟିତ୍ୱବାନ୍ ଏକକ ଅଭିଭାବକ ହୋଇଥିଲି, ‘ଶମଶେରା’ରେ ଭିନ୍ନ ଏକ କାଳଖଣ୍ଡର ଯୁବତୀ ଭାବେ ଅବତୀର୍ଣ୍ଣ ହେବି ।’ ଏବେ ସୁଦ୍ଧା ମୋ ଯାତ୍ରା ରୋମାଞ୍ଚକର ରହିଆସିଛି ଓ ଦର୍ଶକ ମୋ ଚରିତ୍ରକୁ ବେଶ୍ ପସନ୍ଦ କରିଛନ୍ତି ।
