Odisha news

ବୃଦ୍ଧି ପାଉଛି ଭାରତ ବଙ୍ଗଳାଦେଶ ଉତେଜନା , ଦିଆଗଲା ଦେଶ ବିରୋଧୀ ନାରା

0

ଭାରତ-ବଙ୍ଗଳାଦେଶ ର ସୀମା ରେ ଉତେଜନା ବୃଦ୍ଧି ପାଇବାରେ ଲାଗିଛି, କିଛି ଲୋକ ଭାରତ ବିରୋଧୀ ନାରା ଲଗାଇଥିଲେ, ଏହି ଘଟଣା ସେତେବେଳେ ଘଟିଥିଲା ଯେତେବେଳେ ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱା ସରମା କରିମ ଗଂଜ ଅଭିମୁଖେ ପରିଦର୍ଶନ ରେ ଯାଇଥିଲେ , ଯେଉଁ ସ୍ଥାନଟି ଭାରତ ବଙ୍ଗଳାଦେଶ କୁ ସଂଲଗ୍ନ କରିଛି l  ଏହି ସ୍ଥାନକୁ ଲାଗି ରହିଛି ବଙ୍ଗଳାଦେଶ ର ଜାକି ଗଂଜ ଇମିଗ୍ରେସନ ପୋଷ୍ଟ l ଏଠାରେ ଭାରତ ବିରୋଧୀ ସ୍ଲୋଗାନ ଲାଉଡ଼ସ୍ପିକର ଜରିଆରେ ଦିଆଯାଇ ଥିଲା l

ଏବଂ ଏହି ନାରା ଭାରତର ଉତେଜନାକୁ ବଢାଇବା ଭଳି ଲାଗିଥିଲା l ଏହି ନାରା ରେ କୁହାଯାଇ ଥିଲା ଯେଉଁମାନଙ୍କ ଘର ବଙ୍ଗଳାଦେଶ ରେ ସେମାନେ ତୁରନ୍ତ ଭାରତ ଛାଡ଼ିଦେବା ଉଚିତ , ଭାରତୀୟ ବସ୍ତୁ କୁ ବହିଷ୍କାର କର l ବଙ୍ଗଳାଦେଶ ରୁ ଶେଖ ହସିନା ଙ୍କ ସରକାର ଭାଙ୍ଗିବା ପରେ ବଙ୍ଗଳାଦେଶ ରେ ଅଳ୍ପ ସଂଖ୍ୟକ ହିନ୍ଦୁ ମାନଙ୍କୁ ଅତ୍ୟାଚାର କରାଯାଇ ଥିଲା l  ଯାହାକି ଭାରତ ବଙ୍ଗଳାଦେଶ ର ଉତେଜନା କୁ ବୃଦ୍ଧି କରୁଛି ବୋଲି ଦର୍ଶା ଯାଇଛି l

ଏହା ପୂର୍ବରୁ ଅଗଷ୍ଟ ୨୦ ତାରିଖରେ ଭାରତୀୟ ପୋଲିସ ଅଲି ହୁସେନ ନାମକ ବ୍ୟକ୍ତିଙ୍କୁ ଗିରଫ କରିଥିଲା, ଅଲି ହୁସେନ କଥିତ ଭାବରେ ବଙ୍ଗଳାଦେଶୀ ନାଗରିକ ମାନଙ୍କୁ ଭାରତରେ ଅବୈଧ ଭାବରେ ପ୍ରବେଶ କରିବାରେ ସାମିଲ ଥିଲା ଗୋଟିଏ ଦଲାଲ ଭାବରେ l ଅଲି ହୁସେନ ଗିରଫ ହେବା ପୂର୍ବରୁ ଅଗଷ୍ଟ ୧୯ ତାରିଖରେ ଜଣେ ବଙ୍ଗଳାଦେଶୀ ମହିଳା ଙ୍କୁ ଗିରଫ କରାଯାଇ ଥିଲା l ଏହି ମହିଳା ଜଣଙ୍କ ମଧ୍ୟ ଅଲି ହୁସେନ ସହିତ ଅବୈଧ ପ୍ରବେଶ କରାଇବାରେ ସାମିଲ ଥିଲେ l

IEC 2 years
Leave A Reply