ପଡୋଶୀ ଦେଶ ବଙ୍ଗଳାଦେଶ ବର୍ତମାନ ସମୟ ରେ ଖୁବ ଅସୁବିଧାର ଦେଇ ଗତି କରୁଛି l ଦେଶରେ ଅରାଜକତା ଦିନକୁ ବୃଦ୍ଧି ହୋଇ ଚାଲିଛି, ଛାତ୍ର ମାନଙ୍କ ବିରୋଧ ପ୍ରଦର୍ଶନ ପରେ ଶେଖ ହସିନା ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ଓ ଦେଶ ଛାଡି ପଳାୟନ କରିଥିଲେ l ଏବଂ ଭାରତରେ ଶରଣ ନେବାର ତାଙ୍କର ୫ମାସ ରୁ ଉର୍ଧ୍ଵ ସମୟ ହୋଇସାରିଛି l କିନ୍ତୁ ଏହି ସମୟ ମଧ୍ୟରେ ଦେଶରେ ତିନିମାସ ମଧ୍ୟରେ ମତଦାନ କରିବା ପାଇଁ ପ୍ରତିଶୃତି ଦେଇଥିବା ୟୁନୁସ ସରକାର ବର୍ତମାନ ନିଜ କଥାରୁ ଓଲଟି ଯାଇଛନ୍ତି l
ବଙ୍ଗଳାଦେଶର ଅନ୍ତରୀଣ ସରକାର ମୁଖିଆ ମହମ୍ମଦ ୟୁନୁସ କହିଛନ୍ତି କି ଦେଶରେ ସାଧାରଣ ମତଦାନ ୨୦୨୫ କିମ୍ବା ୨୦୨୬ କୁ ଆରମ୍ଭ ରେ କରାଯିବ l କିନ୍ତୁ ୟୁନୁସ ସରକାର ଙ୍କ ଉପରେ ମତଦାନ କରିବା ପାଇଁ ଚାପ ପଢୁଛି l ୟୁନୁସ ସର୍କର ଦେଶକୁ ସମ୍ବୋଧନ କରି କହିଛନ୍ତି ଯେ ଦେଶରେ ମତଦାନ ୨୦୨୫ ଶେଷ ସମୟ କୁ କିମ୍ବା ୨୦୨୬ ଆରମ୍ଭ ର ୬ ମାସ ମଧ୍ୟରେ କରାଯିବ l ସେ କହିଛନ୍ତି ଯେ ମତଦାନ ତାରିଖ ଘୋଷଣା କରିବା ପୂର୍ବରୁ ଦେଶରେ କିଛିଟା ସୁଧାର ଆଣିବାକୁ ଯାଉଛି l
ଶେଖ ହସିନା ଦେଶ ଛାଡିବା ପରେ ୟୁନୁସ ସରକାର ତାଙ୍କ ବିରୁଦ୍ଧରେ ଲଗାତାର ଭୁଲ ବୟାନ ଦେଇ ଆସୁଛନ୍ତି , ଏବଂ ନିଜ ବୟାନ ରେ କହିଛନ୍ତି ଯେ ଆମେ ଭାରତ ସରକାରଙ୍କୁ ତାଙ୍କ ପ୍ରତ୍ୟାରପଣ ପାଇଁ ଅନୁରୋଧ କରିବ l ଗରୀବ ଙ୍କ ବ୍ୟାଙ୍କର ଭାବରେ ପରିଚିତ ୟୁନୁସ ସରକାର ଙ୍କୁ ୨୦୦୬ ରେ ନୋବେଲ ଶାନ୍ତି ପୁରସ୍କାର ମିଳିଥିଲା l ବିଶେଷ ଭାବରେ ଗ୍ରାମୀଣ ବ୍ୟକ୍ତି ଏଥିରେ ସୁବିଧା ଲାଭ କରୁଥିଲେ l ୮୪ ବର୍ଷୀୟ ୟୁନୁସ ସରକାର ଯେଭଳି ଭାବରେ ଜୀବନ ରେ ସଫଳ ହୋଇ ଆଗକୁ ବଢିଲେ ତାଙ୍କର ରାଜନୀତି ରେ ଇଛା ବଢ଼ିଲା l ସେ ୨୦୦୭ ରେ ନିଜର ଗୋଟିଏ ଦଳ ତିଆରି କରିବା ପାଇଁ ଚେଷ୍ଟା କରିଥିଲେ, କିନ୍ତୁ ଯେତେବେଳେ ତାଙ୍କର ଏହି ଉଦେଶ୍ୟ ବିଷୟରେ ହସିନା ସରକାର ଜାଣିବାକୁ ପାଇଲେ ଶେଖ ହସିନା ଅସନ୍ତୋଷ ହୋଇଥିଲେ l ହସିନା ଟୁସୁଫ ଙ୍କ ଉପରେ ଗରୀବ ମାନଙ୍କ ଉପରେ ରକ୍ତ ଟାଣୁଥିବା ବ୍ୟକ୍ତି ବୋଲି କହିଥିଲେ l