Odisha news

ବଙ୍ଗଳାଦେଶରେ କଣ ହିନ୍ଦୁ ଅଳ୍ପ ସଂଖ୍ୟକ ହୋଇଯିବେ ଲୀନ

0

ବଙ୍ଗଳାଦେଶ ଜଳୁଛି ହିନ୍ଦୁ ଙ୍କ ଯାତନାରେ , କିନ୍ତୁ ଭାରତରେ ଚାଲିଛି ମୁସ୍ଲିମ ଅଳ୍ପ ସଂଖ୍ୟକ ଙ୍କ ପାଇଁ ରାଜନୀତି , ମିଳୁଛି ସମ୍ବେଦନା , ହିନ୍ଦୁ ଲଢ଼ୁଛନ୍ତି ପୁଣି ନିଜ ମଧ୍ୟରେ ମୁସ୍ଲିମ ଙ୍କୁ ସୁରକ୍ଷା ଦେବାକୁ l ଏଇଟା କଣ ହିନ୍ଦୁଙ୍କ ପାଇଁ ମାନବିକତାର ପ୍ରତୀକ ? କେଉଁ ଆଡେ ଯାଇଛନ୍ତି ସେହି ଭାରତୀୟ ରାଜନେତା ମାନେ ଯେଉଁମାନେ ଭୋଟ ବ୍ୟାଙ୍କ ପାଇଁ ଅଳ୍ପ ସଂଖ୍ୟକ ଙ୍କ ମୁଦା ଉଠାଇ ନିଜ ଗାଦିକୁ ଦେଉଛନ୍ତି ସୁରକ୍ଷା l ତାଙ୍କୁ କଣ ଦେଖାଯାଉ ନାହିଁ ବଙ୍ଗଳାଦେଶ ର ଏହି ନିରୀହ ହିନ୍ଦୁ ଙ୍କ କଷ୍ଟ ?

ବର୍ତମାନ ପ୍ରଶ୍ନ ଉଠୁଛି କେତେ ସୁରକ୍ଷିତ ସନାତନ ଧର୍ମ ? ଯାହା ଆଜି ବଳି ପଡିଛି ଆତଙ୍କର ଅଗ୍ନିରେ l ୨୦୦ ବର୍ଷ ଇଂରେଜ ସରକାର ପରାଧୀନ ରୁ ମୁକୁଳିବା ପରେ ନିଜ ଲୋକଙ୍କ ଆକ୍ରୋଶର ଶିକାର ହୋଇ ପଡିଛି ସନାତନ l ଯେଉଁ ଭାରତରେ ଆଜି ସବୁ ଧର୍ମର ଲୋକେ ଶାନ୍ତି ରେ ଏବଂ ସୁରକ୍ଷିତ ଭାବରେ ରହିଛନ୍ତି ସେହି ଭାରତ ଆଜି ନିଜର ମୂଳ ଧର୍ମକୁ ମଧ୍ୟ ସୁରକ୍ଷା ଦେଇ ପାରୁନି ବିଦେଶରେ  l ରାଜପାଟ ଲାଳସା ରାଜନେତା ଙ୍କୁ ସଜାଇ ଦେଉଛି ଧର୍ମ ଦ୍ରୋହୀ କରି l

ବର୍ତମାନ ଚାଲିଛି ଶୀତକାଳୀନ ଅଧିବେଶନ , ଏବଂ ଉଠୁଛି ପଡୁଛି ଉତ୍ତରପ୍ରଦେଶ ର ସମ୍ଭାଲ ଘଟଣାକୁ ନେଇ , କିନ୍ତୁ ବଙ୍ଗଳାଦେଶ ମୁଦା କୁ ନେଇ କାହିଁକି ସମସ୍ତେ ଚୁପ ? ଯେଉଁଠି ବଳି ପଡିଯାଇଛି ପ୍ରଶାସନର ସୁରକ୍ଷା l ଥରୁଟିଏ ଭାରତର ଅଳ୍ପ ସଂଖ୍ୟକ ଭାବିବା ଜରୁରୀ ଯେ ସେମାନେ ଯେଉଁ ଭାରତକୁ ଓ ହିନ୍ଦୁ ଧର୍ମକୁ କରୁଛନ୍ତି ନିନ୍ଦା ସେଠାରେ ସେମାନେ କେତେ ସୁରକ୍ଷିତ ରେ ରହିଛନ୍ତି l

ବଙ୍ଗଳାଦେଶ ର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା ଗାଦିଚ୍ୟୁତ ହେବା ପରେ , ବଙ୍ଗଳାଦେଶରେ ହିନ୍ଦୁ ଅଳ୍ପସଂଖ୍ୟକ ଙ୍କ ଜୀବନ ହୋଇ ପଡିଛି ଦୁର୍ବିସହ l ଯେଉଁ ବଙ୍ଗଳାଦେଶ ଆଜି ଠିଆ ହୋଇଛି ନିଜ ମାଟିରେ ତାହା କେବଳ ସମ୍ଭବ ହୋଇଛି ଭାରତପାଇଁ l ଯେଉଁ ବଙ୍ଗଳାଦେଶ ଦିନେ ଥିଲା ପୂର୍ବ ପାକିସ୍ତାନ , ଡିସେମ୍ବର ୩ତାରିଖ ୧୯୭୧ ଭାରତ ପାକିସ୍ତାନ ସହିତ ଯୁଦ୍ଧ କରିଥିଲା ଏବଂ ଏହି ଯୁଦ୍ଧରେ ପାକିସ୍ତାନ ପରାସ୍ତ ହୋଇଥିଲା l  ଏହାପରେ ଡିସେମ୍ବର ୧୬ ୧୯୭୧ ପାକିସ୍ତାନ ସେନା ଆତ୍ମସମର୍ପଣ କରିଥିଲେ ଏବଂ ବଙ୍ଗଳାଦେଶ ଗୋଟିଏ ସ୍ୱତନ୍ତ୍ର ଦେଶର ମାନ୍ୟତା ପାଇଥିଲା l

ଅନ୍ୟ ପକ୍ଷରେ ସେହି ବଙ୍ଗଳାଦେଶ ଆଜି ମୁସ୍ଲିମ ଦେଶ ଙ୍କ ପ୍ରରୋଚନା ରେ ହିନ୍ଦୁଙ୍କୁ ଦେଉଛି ଅକଥନୀୟ ନିର୍ଯ୍ୟାତନା l ହିନ୍ଦୁ ହରାଇଛନ୍ତି ନିଜର ସ୍ୱାଧୀନତା, ଏପରିକି ମୃତ୍ୟୁ ପରେ ଶବଦାହ କରିବା ପୂର୍ବରୁ କରିବେ ଆଲ୍ଲା ଙ୍କୁ ପ୍ରାର୍ଥନା, ନଚେତ ଦିଆଯିବ ମୃତ୍ୟୁଦଣ୍ଡ l ଇସ୍କନ ପୂଜକଙ୍କୁ ଦଣ୍ଡ ଦିଆଯିବା ସହିତ କରାଯାଉଛି ଅକଥନୀୟ ଅତ୍ୟାଚାର l ସନ୍ଥ ଚିନ୍ମୟଙ୍କ ଉପରେ କରାଗଲା ଆକ୍ରମଣ, ସେ ବର୍ତମାନ ଜୀବନ ମୃତ୍ୟୁ ସହିତ କରୁଛନ୍ତି ସଂଗ୍ରାମ l

ଭାରତରେ  ଯେଉଁଠି ଅନ୍ୟ ଧର୍ମର ମା-ଭଉଣୀ ରହିଛନ୍ତି ସୁରକ୍ଷାର ଚାଦର ତଳେ ଆଜି ସେଇଠି ହିନ୍ଦୁ ନାରୀ ମାନେ ବଙ୍ଗଳାଦେଶ ରେ କଷ୍ଟ, ଯନ୍ତ୍ରଣା ସମୁଖୀନ ହେବା ସହିତ ନିଜର ଇଜ୍ଜତ କୁ ମଧ୍ୟ ଲଗାଇ ଦେଉଛନ୍ତି ବାଜୀ l ଏହା କଣ ଧାର୍ମିକ ଭାବନାରେ ଆଘାତ ନୁହେଁ ? କିପରି ନିରବଦ୍ରଷ୍ଟା ସାଜିଛନ୍ତି ଭାରତୀୟ ରାଜନେତା ଏବଂ ଏଇଟା କେତେଦୂର ଗ୍ରହଣୀୟ ?

Leave A Reply