Odisha news

ଦ୍ୱାରଶୁଣି ଘାଟିରେ ଟ୍ରକ ଦୁର୍ଘଟଣା : ଡ୍ରାଇଭର ଆହାତ

0

ବାଙ୍ଗିରିପୋଷି୧୮/୯: ଶୁକ୍ରବାର ବାଙ୍ଗିରିପୋଷି ୪୯ ନମ୍ବର ଜାତୀୟ ରାଜପଥ ଦ୍ୱାରଶୁଣି ଘାଟିରେ ଡବ୍ଲୁବି୨୩ଡି୭୨୮୬ ନମ୍ବର ବିଶିଷ୍ଟ ଏକ ଟ୍ରକ କଲିକତା ଅଭିମୁଖେ ଯାଉଥିବା ବେଳେ ପଛ ପଟୁ ଅନ୍ୟ ଏକ ମାଲବହୀ ଟ୍ରକ ୟୁପି ୬୧ଏଟି ୦୧୧୯ ଭାରସାମ୍ୟ ହରାଇ ଟ୍ରକକୁ ପିଟିଲା ଏବଂ ସୁରକ୍ଷା ପାଚେରୀରେ ବାଡେଇ ହୋଇଥିଲା ।

ତେବେ ପାହାଡ ତଳକୁ ଖସିବା ପୁର୍ବରୁ ସୌଭାଗ୍ୟ କ୍ରମେ ରାସ୍ତା ଉପରେ ଓଲଟି ପଡିଥିଲା । ଖବର ପାଇ ବାଙ୍ଗିରିପୋଷି ପୁଲିସ ଘଟଣା ସ୍ଥଳରେ ପହଂଚି ଆହାତ ଡ୍ରାଇଭରକୁ ବାଙ୍ଗିରିପୋଷି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିସôା କରାଇଥିଲେ । ଉଭୟ ଟ୍ରକ ଗୁଜରାଟରୁ ବିଭିନ୍ନ ସାମଗ୍ରୀ ନେଇ କଲିକତା ଅଭିମୁଖେ ଯାଉଥିଲା । ରାସ୍ତାରେ ଓଲଟି ପଡିବା ଯୋଗୁଁ ଘାଟି ରାସ୍ତାଟି ୨ ଘଣ୍ଟାରୁ ଉର୍ଦ୍ଧ ସମୟ ବନ୍ଦ ରହିଥିଲା । ଯାହାଫଳରେ ଉଭୟ ରାସ୍ତା ପାଖରେ ଶହ ଶହ ଗାଡି ଛିଡା ହୋଇଥିବାର ଦେଖିବାକୁ ମିଳିଥିଲା ।

Nalco
Leave A Reply