Odisha news

ବନ୍ୟା ଅଞ୍ଚଳରେ ରାଜ ନେତାଙ୍କ ରିଲଫ ବଣ୍ଟନ

0
ବାଲିପାଟଣା  : ବନ୍ୟା ବିଧ୍ଵସ୍ତ ବାଲିପାଟଣା ଅଞ୍ଚଳ ରେ ଶାସକ ଓ ବିରୋଧୀ ଦଳ ର ରାଜ ନେତା ମାନେ ପହଞ୍ଚି ଲୋକଙ୍କ ଦୁର୍ଦ୍ଦଶା ବୁଝିବା ସହିତ ଶୁଖିଲା ଓ ରନ୍ଧା ଖାଦ୍ୟ ଇତ୍ୟାଦି ବଣ୍ଟନ କରୁଛନ୍ତି। ରାଜ୍ୟ ସଭା ସାଂସଦ ମୁନା ଖାଁ,ପୂର୍ବତନ ବିଧାୟକ ତଥା ବିଜେଡି ଜିଲ୍ଲା ସଭାପତି ବିଭୂତି ବଳବନ୍ତରାୟ,ଅରୂପ ପଟ୍ଟନାୟକ ପ୍ରମୁଖ ଏହି ଅଞ୍ଚଳର ଦରଡା, ଟିକିପଡା, ଇଣ୍ଡୋଲକୁସିଆରୀ, ବିଲିପଡ଼ା,କୃଷ୍ଟପୁର,ଗରିଆ, ରାଜସ ଭୋଇସାହି, ବେଲାମରା ପ୍ରଭୃତି ଗ୍ରାମରେ ପହଞ୍ଚି  ପ୍ରପୀଡ଼ିତ ଙ୍କୁ ଆଶ୍ଵାସନା ଦେଇଥିଲେ । ଆମ ସଂଗଠନ ତରଫରୁ ରିଲିଫ୍ ସାମଗ୍ରୀ ବଣ୍ଟନ କରାଯିବା ବେଳେ ବ୍ଲକ ଅଧ୍ୟକ୍ଷା ହରପ୍ରିୟା ଦାସ,ଜିଲ୍ଲା ପରିଷଦ ସଭ୍ୟ ପବିତ୍ର ପଟେଲ,ସୁକନ୍ୟା ସେଠୀ,ପର୍ଯ୍ୟବେକ୍ଷକ କୈଳାସ ପାତ୍ର ପ୍ରମୁଖଙ୍କ ସହ ବହୁ ଦଳୀୟ କର୍ମକର୍ତ୍ତା ଉପସ୍ଥିତ ଥିଲେ।ଗତକାଲି ସାଂସଦ ଅପରାଜିତା ଷଡ଼ଙ୍ଗୀ ଓ ଆଜି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ବନ୍ୟା ଅଞ୍ଚଳ ପରିଦର୍ଶନ କରିଥିଲେ।
Nalco
Leave A Reply