Odisha news

ବାଲିପାଟଣା ଓ ବନମାଳି ପୁର ରେ ମୋ ବସ କୁ ଭବ୍ୟ ସମ୍ବର୍ଦ୍ଧନା

0
ବାଲିପାଟଣା ୦୨/୦୫ : ଦିର୍ଘ ଦିନ ପରେ ଶ୍ରମିକ ଦିବସ ଅବସର ରେ ଭୁବନେଶ୍ଵର ଠାରୁ ବନମାଳିପୁର କୁ ମୋ ବସ ଚଳାଚଳ ଆରମ୍ଭ ହୋଇଛି । ସେଥିପାଇଁ ବାଲିପାଟଣା ଓ ବନମାଳି ପୁର ଅଞ୍ଚଳରେ ଆନନ୍ଦ ର ଲହରି ଖେଳିଯାଇଛି । ଯେଉଁଥିପାଇଁ ବାଲିପାଟଣା ପ୍ରେସ କ୍ଳବ୍ବ ଓ ଅଞ୍ଚଳ ବାସି ଙ୍କ ତରଫ ରୁ ସୋମବାର ପୂର୍ବାହ୍ନ ରେ ମୋ ବସ ବରମୁଣ୍ଡା ରୁ ଆସି ବାଲିପାଟଣା ଛକ ରେ ପହଁଞ୍ଚିବା ପରେ ଡ୍ରାଇଭର ଓ କଣ୍ଡକ୍କର କୁ  ଉତ୍ତୋ ରୀୟ ଓ ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମ ରେ ସାମ୍ବାଦିକ ଗଙ୍ଗାଧର ଓଝା .ରମେଶ ଚନ୍ଦ୍ର ରଥ : ଅଜିତ କୁମାର ପାରକ ରାୟ .ପୁର୍ଣ୍ଣଚନ୍ଦ୍ର ଜେନା , ଅଭିମନ୍ୟୁ ନାୟକ , ଏସ.କେ ଜାହାଙ୍ଗିର , ମିଟୁ ପ୍ରତିହାରୀ ପ୍ରମୁଖ ଉପସ୍ଥିତ ରହି ବନମାଳି ପୁର କୁ ମୋ ବସ ଚଳାଚଳ କରିବା ଏକ ସୁନ୍ଦର ପଦକ୍ଷେପ ବୋଲି ମତ ଦେଇଥିଲେ । ସେହିପରି ବନମାଳି ପୁର ଠାରେ ମଧ୍ୟ ମୋ ବସ ର କର୍ମଚାରୀ ଙ୍କୁ ସମ୍ବର୍ଦ୍ଧିତ କରାଯିବା ସହିତ ବସ କୁ ପୂଜା ଅର୍ଚନା କରାଯାଉଥିଲା ।ଭାକର ସାହି ସମିତିସଭ୍ୟ ବାହୁ ଚରଣ ପାତ୍ର , ସରପଞ୍ଚ ଚନ୍ଦ୍ରକାନ୍ତି ବେହେରା ବସ ଚଳାଚଳ କୁ ନେଇ ଜୟଦେବ ବିଧାୟକ ଡଃ ଅରବିନ୍ଦ ତାଲୀ ଙ୍କୁ ପ୍ରସଂଶା କରିଥିଲେ । କାରଣ ବନମାଳି ପୁର କୁ ମୋ ବସ ଚଳାଚଳ ପାଇଁ ଦିର୍ଘ ଦିନ ଧରି ବିଧାୟକ ଙ୍କ ସମେତ ବିଭିନ୍ନ ମହଲ ରେ ଦାବି ହୋଇ ଆସୁଥିଲା । ପ୍ରତିଦିନ ମାତ୍ର ଗୋଟିଏ ବସ ବଦଳରେ ଅତିକମ ରେ ୩ ଟି ବସ ଚଳଚଳ କରିବାକୁ ସ୍ଥାନିୟ ପ୍ରେସ କ୍ଳବ୍ ର ସଭାପତି ଦିଲୀପ କୁମାର ଓଝା କୁଟ ନିକଟ ରେ ଦାବି କରିଛନ୍ତି ।
Leave A Reply