ବାଲିପାଟଣା ୨୬/୦୩ : ଭାରତୀୟ ଡାକ ବିଭାଗ, ଭୁବନେଶ୍ଵର ଉତ୍ତର ଉପ ମଣ୍ଡଳ ତରଫରୁ ଦରଡା ଶାଖା ଡାକଘର ଆନୁକୁଲ୍ୟରେ ଗୋପୀନାଥ ଯୁବକ ସଂଘ ପ୍ରକୋଷ୍ଠରେ ଏକ ଡାକ ବୀମା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବରେ ଜୟଦେବ ବିଧାୟକ ଡ ଅରବିନ୍ଦ ଢ଼ାଲି ଯୋଗଦେଇ କହିଥିଲେ, ଭାରତରେ ଡାକ ବିଭାଗ ଏପରି ଏକ ଅନୁଷ୍ଠାନ, ଯାହା ଉପରେ ସାଧାରଣ ଲୋକଙ୍କର ଆଗଢ଼ ବିଶ୍ୱାସ, ଲୋକମାନଙ୍କୁ ଡାକ ବିଭାଗ ଦ୍ବାରା ପ୍ରଦତ୍ତ ବିଭିନ୍ନ ଯୋଜନା ସମ୍ପର୍କରେ ବୁଝାଇଥିଲେ। ଅନ୍ୟ ଅତିଥିମାନଙ୍କ ମଧ୍ୟରେ ଭୁବନେଶ୍ଵର ମଣ୍ଡଳର ବରିଷ୍ଠ ଡାକ ଅଧିକ୍ଷକ ବସନ୍ତ କୁମାର ପଣ୍ଡା ସଭାପତିତ୍ବ କରି ଡାକ ବିଭାଗର ସମସ୍ତ ସୁବିଧା ସୁଯୋଗ ସମ୍ବଧରେ ବୁଝାଇଥିଲେ। ଡିଏସଏସଓ ମମତା ନାୟକ, ଡିଓପିଏଲଆଇ ପ୍ରଭାକର ଶତପଥି, ଡାକ ଜୀବନ ବୀମା ଓ ସ୍ୱଳ୍ପ ସଞ୍ଚୟ ଯୋଜନା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ଏହି ଅବସରର ୮ ଜଣ ଗ୍ରାମୀଣ ଡାକପାଳଙ୍କୁ ଉତ୍ତମ ସେବା ପାଇଁ ସମ୍ବର୍ଦ୍ଧିତ କରଯାଇଥିଲା।ଏଥିରେ ବାଲିପାଟଣା, ବନମାଳୀପୁର, ବାଲିଅନ୍ତା, ବାଳକାଟି , ମହାଲକ୍ଷ୍ମୀ ବିହାର,କୀଟ, ପଟିଆ, ଡାକ ମଣ୍ଡଳ କର୍ମକର୍ତ୍ତାମାନେ ଯୋଗଦେଇଥିଲେ ।ଦରଡା ଶାଖା ଡାକପାଳ ତଥା ଗ୍ରାମୀଣ ଡାକ ସେବା ସଂଘର ସମ୍ପାଦକ ଘନଶ୍ୟାମ ପଣ୍ଡାଙ୍କ ନେତୃତ୍ୱରେ ସମସ୍ତ କାର୍ଯ୍ଯ ପରିଚାଳନା କରଯାଇଥିଲା, ସ୍ୱାଗତ ଭାଷଣ ଦେଇଥିଲେ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ ଇନ୍ଦିରା ପ୍ରିୟଦର୍ଶିନୀ, ଉତ୍ତର ମଣ୍ଡଳର ସହ ଅଧିକ୍ଷକ ଭଗବାନ୍ ନାୟକ ଧନ୍ୟବାଦ୍ ଅର୍ପଣ କରିଥିଲେ ।
