Odisha news

ଗାରେଡିପାଞ୍ଚନ ସେବା ସମବାୟ ସମିତିର ସାଧାରଣ ବୈଠକ

0
ବାଲିପାଟଣା୨୩ : ବାଲିପାଟଣା ବ୍ଲକ ଅନ୍ତର୍ଗତ ଗାରେଡିପାଞ୍ଚଣ ସେବା ସମବାୟ ସମିତିର ବାର୍ଷିକ ସାଧାରଣ ବୈଠକ ସମିତି ସଭାପତି ଅଭିମନ୍ୟୁ ନାୟକଙ୍କ ସଭାପତିତ୍ୱରେ ଗୁରୁବାର ସମିତି ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି।ସରକାର ଚାଷୀମାନଙ୍କୁ ଦେଉଥିବା ପ୍ରତିଶୃତି ଅନୁସାରେ କିଣୁନଥିବା ଅଧିକ ସଂଖ୍ୟାରେ ଅଭିଯୋଗ ହୋଇଥିଲା।ଟୋକନ ଅବଧି ବଢ଼ାଇବା,ଚାଷ ଜମି ଅନୁସାରେ ଧାନ କିଣିବା,କେତେ ଧାନ କିଣିବେ ସାଧାରଣ ଯୋଗାଣ ବିଭାଗ ଆଗୁଆ ଜଣାଇବାକୁ ପ୍ରସ୍ତାବ ରହିଥିଲା।ସୁଫଳ ନମିଳିଲେ ଆନ୍ଦୋଳନକୁ ଓଲ୍ହାଇବେ ବୋଲି ଉପସ୍ଥିତ ଚାଷୀମାନେ ଚେତାବନୀ ଦେଇଥିଲେ।ଏହି କାର୍ଯ୍ୟକ୍ରମରେ ବାଲିପାଟଣା ସମବାୟ ବ୍ୟାଙ୍କ ଶାଖା ପରିଚାଳକ ସୁଭାସିସ ରାୟ,ସୁପରଭାଇଜର ସତ୍ୟନନ୍ଦ ବିଶ୍ବାଳ,ସୁକାନ୍ତ ପରିଡା,ଅର ସି ଏମ ଏସ ସମ୍ପାଦକ ନିରଞ୍ଜନ ନାଥ , ଇଫକୋ କ୍ଷେତ୍ର ଅଧିକାରୀ ସୌମ୍ୟରଂଜନ ହାତୀ ଓ ଅଳକା ବୋର୍ଡ ସଭ୍ୟ ପ୍ରଦୋଷ ସେନାପତି ପ୍ରମୁଖ ଅତିଥିଭାବେ ଯୋଗଦାନ କରି ସମବାୟ ବ୍ୟାଙ୍କ ସହାୟତା , ଜୈବିକ ଓ ନାନା ପ୍ରଣାଳୀରେ ଚାଷ କରିବାକୁ ସଚେତନ କରିଥିଲେ।ଡି ଇ ଓ ହରିହର ଭାତ,ବୋର୍ଡ ସଭ୍ୟମାନେ ସହଯୋଗ କରିଥିଲେ।
Nalco
Leave A Reply