ବାଲିପାଟଣା : ଶିଶୁ ଅନନ୍ତ ମହାବିଦ୍ୟାଳୟର ବରିଷ୍ଠ ଅଧ୍ୟାପକ ଅନ୍ତର୍ଯ୍ୟାମୀ ସାହୁଙ୍କର ଆଜି ପ୍ରାତଃ ରେ ହୃଦରୋଗ ରେ ପରଲୋକ ହୋଇଯାଇଛି । ଜଣେ ଲୋକପ୍ରିୟ ଛାତ୍ର ବସôଳ ଶିକ୍ଷକ ଭାବେ ରେ ସେ ଏହି ଅଂଚଳରେ ବିଭିନ୍ନ ଜନକଲ୍ୟାଣ କାର୍ଯ୍ୟକ୍ରମରେ ସାମିଲ ହୋଇ ଜନପ୍ରିୟତା ଲାଭ କରିଥିଲେ । ମହାବିଦ୍ୟାଳୟର ଜାତୀୟ ସେବା ଯୋଜନାରେ କାର୍ଯ୍ୟକ୍ରମ ଅଧିକାରୀ ଭାବରେ ଅନେକ ଜନହିତକର କାର୍ଯ୍ୟକରି ବିଦ୍ୟାଳୟର ସୁନାମ ବୃଦ୍ଧି କରିଥିଲେ । ସ୍ଥାନୀୟ ଅଂଚଳରେ ସେ ଅନ୍ତରା ସାର ଭାବରେ ପରିଚିତ । ସ୍ୱର୍ଗତ ସାହୁଙ୍କର ଅକାଳ ବିୟୋଗରେ ସମଗ୍ର ଅଂଚଳ ସ୍ତବ୍ଧ ହୋଇଯାଇଛି । ପ୍ରାତଃରେ ସେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଭୂବନେଶ୍ୱର ୬ ନମ୍ବର ହସପିଟାଲ ନିଆଯାଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ତାଙ୍କ ମରଶରୀରକୁ ଗାରେଡିପାଚଂଣ ସ୍ଥିତ ଗୃହକୁ ଅଣାଯିବା ପରେ କର୍ମସ୍ଥଳୀ ଶିଶୁଅନନ୍ତ ମହାବିଦ୍ୟାଳୟ ପରିସରକୁ ଓ ବଜାରକୁ ନିଆ ଯିବା ପରେ ଗ୍ରାମ ଶ୍ମଶାନରେ ଦାହ ସଂସ୍କାର କରାଯାଇଥିଲା । ମହାବିଦ୍ୟାଳୟର ଅଧ୍ୟାପକ ଓ ଅନ୍ୟାନ୍ୟ କର୍ମ•ରୀ କଲେଜ ପରିସରରେ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ । ବାଲିପାଟଣା ପ୍ରେସ୍କ୍ଲବ ସବିତ ସେ ଓତଃପ୍ରୋତ ସମ୍ପୃକ୍ତ ଥିବାରୁ କ୍ଲବର ସମସ୍ତ ସଭ୍ୟ ଗଭୀର ଶ୍ରଦ୍ଧାଞ୍ଜଳୀ ଜଣାଇ ଥିଲେ । ଶ୍ମଶାନଠାରେ ତାଙ୍କର ବନ୍ଧୁ ପରିବାର ବର୍ଗ ଛାତ୍ର ଛାତ୍ରୀ ଶୁଭେଚ୍ଛୁ ପ୍ରଶଂସକ ମାନେ ଉପସ୍ଥିତ ରହି ଶେଷ ସମ୍ମାନ ଜଣାଇ ଥିଲେ । ସ୍ୱର୍ଗତ ସାହୁଙ୍କୁ ମାତ୍ର ୫୪ ବର୍ଷ ହୋଇଥିଲା । ସେ ତାଙ୍କର ଶିକ୍ଷୟତ୍ରୀ ପତ୍ନୀ ଓ ଦୁଇପୁତ୍ରଙ୍କୁ ଛାଡି ଯାଇଛନ୍ତି । ବିଭିନ୍ନ ମହଲରୁ ତାଙ୍କର ବିୟୋଗରେ ଶୋକବାର୍ତା ମାନ ପରିବାରକୁ ଆସୁଥିବା ସୂଚନା ମିଳିଛି । ସ୍ୱର୍ଗତ ସାହୁଙ୍କୁ ତାଙ୍କର ଜ୍ୟେଷ୍ଠପୁତ୍ର ଅରଜିତ ମୂଖାଗ୍ନୀ ପ୍ରଦାନ କରିଥିଲେ ।
