ବାଲିପାଟଣା ୧୩/୦୨ : ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଫାଇବି ଟି ନିର୍ଦ୍ଧେଶ କ୍ରମେ ବାଲିପାଟଣା ତହସିଲ ଅନ୍ତର୍ଗତ ସୋମଣାଶାସନ ଗ୍ରାମ ନିକଟରେ ଏକ ଅସ୍ଥାୟୀ
କ୍ୟାମ୍ପ କୋର୍ଟର ଆୟୋଜନ କରାଯାଇଥିଲା।ସ୍ଥାନୀୟ ତହସିଲଦାର ମୃତ୍ୟୁଞ୍ଜୟ ତ୍ରିପାଠୀ ଙ୍କ ଦ୍ଵାରା ୩୧ ଟି ରଜ୍ଵସ କେଶ୍ ମଧ୍ୟରୁ ସାତ ଜଣଙ୍କୁ ତୁରନ୍ତ ପଟ୍ଟା ପ୍ରଦାନ କରିବା ସହ ୨୦ ଜଣଙ୍କର ଜମିବାଡ଼ି ସମ୍ପର୍କିତ ମାମଲାର ଶୁଣାଣି କରାଯାଇଥିଲା।ବାକି ୪ଜଣଙ୍କର ଅଭିଯୋଗ କୁ ରଫା ଦଫା କରାଯାଇଥିଲା।ସ୍ଥାନୀୟ ରାଜସ୍ବ ନିରୀକ୍ଷକ ବସନ୍ତ କୁମାର ସ୍ବାଇଁ ସମସ୍ତ କାର୍ଯ୍ୟ ପରିଚାଳନା କରିଥିଲେ। ତହସିଦାର ଶ୍ରୀ ତ୍ରିପାଠୀ କହିଥିଲେ ଏଣିକି ଆଉ ଲୋକେ ତହସିଲ କାର୍ଯ୍ୟାଳୟକୁ ଆସିବା ଦରକାର ନାହିଁ,ସେମାନଙ୍କର ପଟ୍ଟା ଡାକ ଦ୍ୱାରା ଘରେ ଯାଇ ପହଞ୍ଚିବ।
