Odisha news

ହାତରେ ଟୋକନ୍ , ଟାର୍ଗେଟ ଶେଷ : ଧାନ ଦେଇ ପାରୁ ନାହିଁ ଚାଷୀ

0
ବାଲିପାଟଣା, ୦୬।୦୨ :  ସରକାରୀ ଧାନ ମଣ୍ଡି ରେ  ଧାନ ଦେବା ପାଇଁ ଟୋକନ୍ ପାଇଲେ ଚାଷୀ । ମାତ୍ର  ଟାର୍ଗେଟ ପୂର୍ଣ୍ଣ ହୋଇଯିବାରୁ ଧାନ କିଣୁ ନାହିଁ ମିଲର । ଏଭଳି ସ୍ଥିତିରେ ଚାଷୀ କ’ଣ କରିବ ଭାବି ପାରୁ ନାହିଁ । ଏଭଳି ଏକ ସମସ୍ୟା ଦେଖାଦେଇଛି ବାଲିପାଟଣା ବ୍ଲକ ଭଅଁରାନିଜିଗଡ ଧାନ ମଣ୍ଡି ରେ ।
ଫେବୃୟାରୀ ମାସ ୩୦ ତାରିଖ ପର୍ଯ୍ୟନ୍ତ ଚାଷୀ ସରକାରୀ ଧାନ ମଣ୍ଡି ରେ ଧାନ ବିକ୍ରି କରିବା ପାଇଁ ଟୋକନ ମିଳିସାରିଛି । ମାତ୍ର ୬ ତାରିଖ ସୁଦ୍ଧା ମିଲର କହୁଛି ଟାର୍ଗେଟ ଶେଷ ହୋଇଯାଇଛି । ଆଉ ଧାନ କିଣାଯିବନି । ଭଅଁରାନିଜିଗଡ ସେବା ସମବାୟ ସମିତି ସରକାରୀ ଧାନ ମଣ୍ଡି ରେ ୬୪୦ ଜଣ ଚାଷୀ ରେଜିଷ୍ଟ୍ରେସନ କରିଥିଲେ । ଆଜି ସିଦ୍ଧା ୨୫୧ ଜଣ ଚାଷୀ ୧୩ ହଜାର ୫ଶହ କ୍ବିଣ୍ଟାଲ ଧାନ ମଣ୍ଡି ରେ ଦେଇ ସାରିଛନ୍ତି । ବଳକା ୩୮୯ ଜଣ ଚାଷୀଙ୍କର ପ୍ରାୟ ୧୫ ହଜାର କ୍ବିଣ୍ଟାଲ ଧାନ ପଡ଼ି ରହିଛି । ମିଲର ଟାର୍ଗେଟ ଶେଷ ହୋଇଯାଇଥିବାରୁ  ଧାନ କିଣିବାକୁ ଅନିଛା ପ୍ରକାଶ କରୁଛି ମିଲର ।
ଏଭଳି ସ୍ଥିତିରେ ବେସରକାରୀ ବ୍ୟବସାୟୀଙ୍କୁ ଧାନ ବିକ୍ରି କଲେ କ୍ବିଣ୍ଟାଲ ପିଛା ପ୍ରାୟ ୬ ଶହ ଟଙ୍କା କ୍ଷତି ସହିବ ଗଷୀ ।  ଏହାକୁ ନେଇ ଚାଷୀ ଅସନ୍ତୋଷ ଦାନା ବାନ୍ଧିବାରେ ଲାଗିଛି । ଯଥାଶିଘ୍ର ଟାର୍ଗେଟ ବଢାଯାଇ ଚାଷୀଙ୍କର ଧାନ କିଣିବା ପାଇଁ ଜିଲ୍ଲା ପ୍ରଶାସନ ନିକଟରେ ଦାବୀ କରିଛନ୍ତି ଚାଷୀ । ଦାବୀ ପୂରଣ ନହେଲେ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନାତ୍ମକ ପଦକ୍ଷେପ ନେବାକୁ ଚାଷୀ ଚେତାବନି ଦେଇଛନ୍ତି ।
Nalco
Leave A Reply