ବାଲିପାଟଣା ତା୨୮/୦୧ : ଆଜି ପୂର୍ବାହ୍ନରେ କୁରୁଞ୍ଜିପୁର ଅଞ୍ଚଳର ସୁପରିଚିତ ପ୍ରତିଷ୍ଠାନ ଅନ୍ନପୂର୍ଣ୍ଣା କୃଷକ ସେବା ଅନୁଷ୍ଠାନର ଦ୍ଵିତୀୟ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇ ଯାଇଛି।ମୁଖ୍ୟ ଅତିଥି ଭାବରେ ପଞ୍ଚାୟତ ସମିତି ଚେୟରମେନ ହରପ୍ରିୟା ଦାସ ଉଦଘାଟନ କରିଥିଲେ।ମୁଖ୍ୟ ବକ୍ତା ଭାବରେ ଜୈବ କୃଷି ଉପରେ ଜୀବନବ୍ୟାପୀ ଗବେଷଣା କରୁଥିବା ପୂର୍ବତନ ପ୍ରଧାନ ଶିକ୍ଷକ ନଟବର ଷଡ଼ଙ୍ଗୀ, ସମ୍ମାନିତ ଅତିଥି ଭାବରେ ଜିଲ୍ଲା ପରିଷଦ ସଭ୍ୟ ସୁକନ୍ୟା ସେଠୀ,ସରପଞ୍ଚ ବିନୋଦିନୀ ମଲ୍ଲିକ,କୃଷି ଗବେଷକ ବ୍ରଜ ବିହାରୀ ଦାଶ,ଶିକ୍ଷାବିତ କ୍ଷେତ୍ରମୋହନ ଦୀକ୍ଷିତ,ସୁରେନ୍ଦ୍ର କୁମାର ସ୍ବାଇଁ ଓ ଚକ୍ରଧର ନାୟକ ପ୍ରମୁଖ ଯୋଗଦେଇ କୃଷକର ସମ୍ମାନ ବୃଦ୍ଧି ପାଇଁ ନିର୍ଦ୍ଧିଷ୍ଟ ପଦ୍ଧତି ପ୍ରସ୍ତୁତ ହେବା ଉପରେ ଗୁରୁତ୍ୱାରୋପ କରିଥିଲେ।ଏହି କାର୍ଯ୍ୟକ୍ରମରେ ସଫଳ କୃଷକ ଭାବରେ ବାବାଜୀ ବେହେରା,ଉତ୍ତମ କୃଷକ ଭାବରେ ସନାତନ ନାୟକ,କୃଷି ସେବକ ସମ୍ମାନ ସନ୍ତୋଷ ବେହେରା,ମହେଶ୍ୱର ଛାଟୋଇ,ବିଜୟ ସେଠୀ ଙ୍କୁ ପ୍ରଦାନ କରାଯାଇଥିଲା। ସଭାପତି ପ୍ରସନ୍ନ କୁଣ୍ଡ ଓ ସମ୍ପାଦକ ରମାରଞ୍ଜନ୍ ପାତ୍ର କାର୍ଯ୍ୟକ୍ରମ ଆୟୋଜନରେ ସହଯୋଗ କରିଥିଲେ।ଏହି ଅବସରରେ କିଛି ଅସହାୟ ବୟସ୍କ କୃଷକ ମାନଙ୍କୁ କମ୍ବଳ ବଣ୍ଟନ କରାଯାଇଥିଲା।
