Odisha news

ବିପିନି ବିହାରୀ ସରକାରୀ ଉଚ୍ଚ ବିଦ୍ୟାଳୟର ୫୬ ତମ ବାର୍ଷିକ ଉତ୍ସବ

0
ବାଲିପାଟଣା ୧୮/୦୧ : ବାଲିପାଟଣା ବ୍ଲକ୍ ଅନ୍ତର୍ଗତ ବାଗଲପୁର ବିପିନ୍ ବିହାରୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ଆଜି ୫୬ ତମ ବାର୍ଷିକ ଉତ୍ସବ ବିଦ୍ୟାଳୟ ପରିସରରେ  ଅନୁଷ୍ଠିତ ହୋଇଯାଇଛି । ବାଲିପାଟଣା ଅତିରିକ୍ତ ବ୍ଲକ୍ ଶିକ୍ଷାଧିକାରୀ ସରୋଜିନୀ ପାଣିଗ୍ରାହୀ ମୁଖ୍ୟ ଅତିଥି ରୂପେ ଯୋଗଦାନ କରି ଚ୍ଛାତ୍ର ଛାତ୍ରୀ ମାନଙ୍କୁ ଶୃଙ୍ଖଳିତ ହେବା ସହିତ ଉତ୍ତମ ଚରିତ୍ର ଗଠନ କରିବା ପାଇଁ ପରାମର୍ଶ ପ୍ରଦାନ କରିଥିଲେ । ସମ୍ମାନିତ ଅତିଥି ରୂପେ କୁରୁଞ୍ଜିପୂର୍ ରାମଚନ୍ଦ୍ର ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ବିଜୟ କୁମାର ବେହେରା,ସିଆରସିସି ଝୁନାରାଣି ସାହୁ, ଆଲୁମିନି ସଭାପତି ପୂର୍ଣ୍ଣଚନ୍ଦ୍ର ପଣ୍ଡା ଉପସ୍ଥିତ ରହି ଛାତ୍ର ଛାତ୍ରୀ ମାନଙ୍କୁ ପାଠ ପଢା ସହିତ କ୍ରୀଡା ପ୍ରତି ଆକର୍ଷିତ ହେବା ପାଇଁ ଉପଦେଶ ପ୍ରଦାନ କରିଥିଲେ । ଏହି ଅବସର ରେ ଅନ୍ୟତ୍ର ବଦଳି ହୋଇଥିବା ବିଦ୍ୟାଳୟ ର ଶିକ୍ଷକ ବଳରାମ ପଣ୍ଡା ଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା ।
ବିଦ୍ୟାଳୟ ର ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ଲଳିତ ମୋହନ୍ ପଣ୍ଡା ଙ୍କ ସଭାପତିତ୍ବରେ ଆୟୋଜିତ ଏହି ଉତ୍ସବରେ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ସାର୍ଟିଫିକେଟ ଓ ମେଡାଲ ପ୍ରଦାନ କରାଯାଇଥିଲା । ଏନ୍ ଆର୍ ଟି ଏସ ଏବଂ ଏନ୍ ଏନ୍ ଏମ ଏସ ପରୀକ୍ଷାରେ କୃତିତ୍ବ ଅର୍ଜନ କରିଥିବା ମୋନାଲିସା ଆଚାର୍ଯ୍ୟ,ବର୍ଷା ପ୍ରିୟଦର୍ଶିନୀ, ଲିଜା ଭୋଇ,ରୁଦ୍ରନାରାୟଣ ଦାସ ଏବଂ ରଶ୍ମିରଞ୍ଜନ ନାୟକ ଙ୍କୁ ଆଜିର ସଭାରେ ସମ୍ବର୍ଦ୍ଧିତ କରାଯାଇଥିଲା । ଜିଲ୍ଲା ସ୍ତରୀୟ ଭଲି ବଲ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ର ସୁନିଲ କୁମାର ମୁଦୁଲି ଙ୍କ ସହିତ  ବିଦ୍ୟାଳୟର କ୍ରୀଡା ଶିକ୍ଷକ ଶୈଳେଶ କୁମାର୍ ବେହେରାଙ୍କୁ ମଧ୍ୟ ଆଜିର ସଭାରେ ସମ୍ବର୍ଦ୍ଧିତ କରାଯାଇଥିଲା । ବରିଷ୍ଠ ଶିକ୍ଷକ ଦିନବନ୍ଧୁ ମହାନ୍ତି ସଭାକାର୍ଯ୍ୟ ପରିଚାଳନା କରିଥିବା ବେଳେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ । ଶେଷରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।
Nalco
Leave A Reply