ବାଲିପାଟଣା ୧୩/୦୧ : ସାମାଜିକ ସୁରକ୍ଷା ଓ ସଶକ୍ତିକରଣ ବିଭାଗ ଓଡିଶା ସରକାର ଓ ଖୋର୍ଦ୍ଧା ଜିଲ୍ଲାପାଳ ଙ୍କ ନିର୍ଦେଶ ଅନୁଯାୟୀ ଗତକାଲି ସ୍ଥାନୀୟ ମଣ୍ଡଳ ଉନ୍ନୟନ ଅଧିକାରୀ ଙ୍କ ଅଧ୍ୟକ୍ଷତାରେ ପଞ୍ଚାୟତ ସମିତି ସମିଳନୀ କକ୍ଷରେ ଏକ ଜରୁରୀକାଳୀନ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭା ରେ ସମସ୍ତ ସରପଞ୍ଚ , ନିର୍ବାହୀ ଅଧିକାରୀ, ଗ୍ରାମ ରୋଜଗାର ସେବକ ମାନେ ଉପସ୍ଥିତ ଥିଲେ । ଯେଉଁ ଭତ୍ତା ହିତାଧିକାରୀ ମାନଙ୍କର ଆଧାର ଓ ବ୍ୟାଙ୍କ ଜମା ବହି ସଂଯୋଗ କରାଯାଇ ନାହିଁ ସେମାନେ ତୁରନ୍ତ ଆଧାର ଓ ବ୍ୟାଙ୍କ ଜମା ବହି ଆଣି ବ୍ଲକ ର ସାମାଜିକ ସୁରକ୍ଷା ବିଭାଗ ରେ କିମ୍ବା ନିଜ ନିଜ ପଞ୍ଚାୟତ ରେ ଦାଖଲ କରି ଦିଅନ୍ତୁ ଯାହା ଫଳରେ କି ସେମାନେ ଆଗାମୀ ଦିନରେ ଭତ୍ତା ପାଇବାରୁ ବଞ୍ଚିତ ନ ହେବେ ସେଥି ପ୍ରତି ମଣ୍ଡଳ ଉନ୍ନୟନ ଅଧିକାରୀ ଶ୍ରୀ ଆଦିକନ୍ଦ ବେହେରା ଗୁରୁତ୍ୱ ଦେଇଥିଲେ ଏବଂ ବିଭାଗୀୟ ଅଧିକାରୀ ଙ୍କୁ ବି ପରାମର୍ଶ ଦେଇଥିଲେ । ଶେଷରେ ଏହା ନିଷ୍ପତ୍ତି ହୋଇଥିଲା ଯେ ଆଧାର ଓ ବ୍ୟାଙ୍କ ଆକାଉଣ୍ଟ ନାହିଁ ତ ଭତ୍ତା ନାହିଁ। ଆମ ବ୍ଲକ ରେ ୭୪୫୩ ମଧୁବାବୁ ହିତାଧିକାରୀଙ୍କ ମଧ୍ୟରୁ ଏ ମାସ ରେ ୩୨୦୬ ଜଣଙ୍କ ବ୍ୟାଙ୍କ ଆକାଉଣ୍ଟ କୁ ୨ ତାରିଖରେ ଭତ୍ତା ଯାଇଥିଲା। ଅବଶିଷ୍ଟ ୪୨୪୭ ଜଣ ହିତାଧିକାରୀଙ୍କ ଜମା ଖାତା ଓ ଆଧାର ସଂଯୋଗ ହୋଇ ନଥିବାରୁ ସେମାନଙ୍କର ଭତ୍ତା ଯାଇପାରି ନାହିଁ।ଏଥି ସହିତ ଯେଉଁ ଭିନ୍ନକ୍ଷମ ଭତ୍ତା ହିତାଧିକାରୀଙ୍କ ର ହାତ ଲେଖା ପ୍ରମାଣ ପତ୍ର ଅଛି ସେମାନେ ତୁରନ୍ତ ଅନଲାଇନ (online) ରେ ଭାରତ ସରକାର ଙ୍କ ପୋର୍ଟାଲ ରେ ଆବେଦନ କରି ପ୍ରମାଣପତ୍ର ହାସଲ କରିବାକୁ ପଡିବ । ନଚେତ୍ ସେମାନେ ସେମାନଙ୍କର ଭତ୍ତା ପାଇବାରୁ ବଞ୍ଚିତ ହେବେ।ସାମାଜିକ ସୁରକ୍ଷା ଅଧିକାରୀ ଙ୍କ କହିବା ମୁତାବକ ବାଲିପାଟଣା ବ୍ଲକରେ ୧୫୮୬ ଜଣ ଭିନ୍ନକ୍ଷମ ହିତାଧିକାରୀ ଭତ୍ତା ପାଉଛନ୍ତି। ସେମାନଙ୍କର ନିମନ୍ତେ ଖୁବ୍ ଶୀଘ୍ର ଏକ କ୍ୟାମ୍ପ (camp) ର ଆୟୋଜନ କରାଯିବ । ସେଥିରେ ସେମାନଙ୍କୁ ଏ ସମ୍ବଧରେ ସଚେତନତା କରାଯିବ । ସଂଗ୍ରାମ କେଶରୀ ଦାସ ଏହାକୁ ପରିଚାଳନା କରୁଥିଲେ ।
