Odisha news

ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଙ୍କ ପିତୃ ବିୟୋଗ

0
ବାଲିପାଟଣା ତା୧୦/୧୦ : ଭଂରା ନିଜିଗଡ ର ବରିଷ୍ଠ କୃଷକ ଦୀନବନ୍ଧୁ ପାତ୍ର ଙ୍କର ୮୪ ବର୍ଷ ବୟସ ରେ ପରଲୋକ ଘଟିଛି।ଜଣେ ମିଷ୍ଟଭାଷୀ ସରଳ ଜୀବନ ଯାପନ କରୁଥିବା ବରିଷ୍ଠ ନାଗରିକ ଭାବରେ ସେ ଅତ୍ୟନ୍ତ ଲୋକ ପ୍ରିୟ ଥିଲେ।ତାଙ୍କର ତିନି ପୁତ୍ରଙ୍କ ମଧ୍ୟରୁ ବଡ଼ପୁଅ ଶଶି ଭୂଷଣ ପୁର୍ବତନ ବ୍ଲକ ଅଧ୍ୟକ୍ଷ ସହିତ ଜିଲ୍ଲାପରିଷଦ ସଭ୍ୟ ଥିଲେ।ଅନ୍ୟ ଦୁଇପୁଅ ମନୋଜ, ସରୋଜ ମଧ୍ୟ ପ୍ରତିଷ୍ଠିତ ସଂସ୍ଥା ରେ ନିୟୋଜିତ ଅଛନ୍ତି।ମା ଉଷାରାଣୀ ଙ୍କ ସମେତ ଜ୍ଞାତି,କୁଟୁମ୍ବ,ପରିବାର ବର୍ଗ ମୃତ୍ୟୁ ସମୟରେ ତାଙ୍କ ନିକଟରେ ଉପସ୍ଥିତ ଥିଲେ।ତାଙ୍କର ମର ଶରୀର କୁ ପୁରୀ ସ୍ଵର୍ଗ ଦ୍ଵାର ରେ ଦାହ କରାଯାଇଥିଲା । ବଡ଼ ପୁଅ ଶଶୀ ଭୂଷଣ ମୁଖାଗ୍ନୀ ଦେଇଥିଲେ । ତାଙ୍କ ମୃତୁ ପାଇଁ ସାରା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।
Nalco
Leave A Reply