ବାଲିପାଟଣା ୦୭/୧୦ : ଲଘୁଚାପ ଜନିତ ଲଗାଣ ବର୍ଷାରେ ବାଲିପାଟଣା ବ୍ଲକର ଅନେକ ଅଞ୍ଚଳ ଜଳମଗ୍ନ ହୋଇଥିବା ବେଳେ ଶାରଦୀୟ ଦୁର୍ଗାପୂଜାକୁ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ କରିଦେଇଛି।କିନ୍ତୁ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ବାଲିପାଟଣା ବ୍ଲକର ପ୍ରାଣିଚିକିତ୍ସା କେନ୍ଦ୍ର।ଲଗାଣ ବର୍ଷାରେ ତିନିଦିନ ହେବ ପଶୁ ଚିକିତ୍ସା କେନ୍ଦ୍ରର ଚାରିପଟ ବୁଡିଯିବାରୁ ଡାକ୍ତର ଠାରୁ ଆରମ୍ଭ କରି ସାଧାରଣ ଲୋକମାନଙ୍କ ପର୍ଯ୍ୟନ୍ତ କେହି ଭିତରକୁ ଯିବା ସମ୍ଭବ ହେଉନଥିଲା ।ନିଜର ଗୃହପାଳିତ ପଶୁର ଚିକିତ୍ସା କରିବା ପାଇଁ ଅନେକ ଲୋକ ଫେରିଯାଇଥିଲେ।ଯେଉଁମାନେ ଆଣ୍ଠୁଏ ପାଣିରେ ପଶି ଭିତରକୁ ଆସନ୍ତି, ସେମାନେ ଆଉଥରେ ଆସିବାକୁ ମନେ କରନ୍ତି ନାହିଁ।ବାଲିପାଟଣା ପ୍ରାଣି ଚିକିତ୍ସା କେନ୍ଦ୍ର ପକ୍ଷରୁ ବାରମ୍ବାର ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କେହି କର୍ଣ୍ଣପାତ କରିନାହାନ୍ତି।ବହୁ ଦୟନୀୟ ଅବସ୍ଥାରେ ଡାକ୍ତର ଓ କର୍ମଚାରୀମାନେ ଦୃଗନ୍ଧ ପାଣିରେ ପଶି ଅଫିସକୁ ଆସି ପଶୁମାନଙ୍କ ଚିକିତ୍ସା କରିବା ଏକ କଷ୍ଟକର ବ୍ୟାପାର।ଏହାକୁ ଦେଖି ଦୁଇ ସଂଲଗ୍ନ ଗ୍ରାମ ପଞ୍ଚାୟତର ସରପଞ୍ଚ ଅଠାନ୍ତର ର ଅଜିତ କୁମାର ମହାନ୍ତି ଓ ଗାରେଡିପାଞ୍ଚନ ସରପଞ୍ଚ ସଂକୁନ୍ତଳା ଭୋଇଙ୍କ ମିଳିତ ସହଯୋଗ ଓ ଅଗ୍ନିଶ୍ରମ ବାହିନୀର ସହଯୋଗରେ ପାଣି ପମ୍ପ ଲଗାଇ ବର୍ଷା ଜଳ ନିଷ୍କାସନ କରିଥିଲେ।ଏହା ଏକ ଅସ୍ଥାୟୀ କାର୍ଯ୍ୟକ୍ରମ ହୋଇଥିବାରୁ ତୁରନ୍ତ ବର୍ଷା ଜଳ ନିଷ୍କାସନ ପାଇଁ ଏକ ଡ୍ରେନ କରାଯିବାକୁ ସାଧାରଣରେ ଦାବି ହେଉଛି।
