Odisha news

ହରିଜନ ଆବାସୀ ବିଦ୍ୟାଳୟ ଗୃହର ଭିତ୍ତି ସ୍ଥାପନ

0
ବାଲିପାଟଣା ତା୨୭/୦୮ : ଆଜି ପୂର୍ବାହ୍ନରେ ସୋଧୁଓ ସ୍ଥିତ ହରିଜନ ଆବାସୀ ଉଚ୍ଚ ବିଦ୍ୟାଳୟ ର ଗୃହ  ପୁନର୍ ନିର୍ମାଣ ପାଇଁ ଭିତ୍ତି ସ୍ଥାପନ କାର୍ଯ୍ୟକ୍ରମ ବିଦ୍ୟାଳୟ ପରିସର ରେ ଅନୁଷ୍ଠିତ ହୋଇଯାଇଛି।କାର୍ଯ୍ୟକ୍ରମରେ ବିଧାୟକ ଡ୍ ଅରବିନ୍ଦ ଢ଼ାଲି ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ନଡ଼ିଆ ବାଡେଇ ଶୁଭାରମ୍ଭ କରି କହିଥିଲେ ଯେ ଆଗାମୀ ଦିନରେ ଏହି ବିଦ୍ୟାଳୟ କୁ ପୋଷ୍ୟ ଭାବରେ ଗ୍ରହଣ କରି ଏହାର ସର୍ବାଙ୍ଗୀନ ଉନ୍ନତି ପାଇଁ ସମସ୍ତ ସହଯୋଗ କରିବେ।ଏବେ ପାଚେରି ଓ ଘର ପାଇଁ ଅର୍ଥ ପ୍ରଦାନ କରାଯାଇଛି।ପ୍ରଧାନ ଶିକ୍ଷକ ନିରଞ୍ଜନ ସାଠୁଆ ଙ୍କ ସଭାପତିତ୍ବରେ ଏହି କାର୍ଯ୍ୟକ୍ରମରେ ସରପଞ୍ଚ ବିନୋଦିନୀ ମଲ୍ଲିକ,ସମିତି ସଭ୍ୟ ରଞଜନ ମହାପାତ୍ର,ଡ୍ ନେତ୍ରାନନ୍ଦ ଭୋଇ, ଚାନ୍ଦ ବାବୁ, ଆଇ ଆଇ ସି କୃପାସିନ୍ଧୁ ବରାଡ,ଗଗନ ଭୋଇ, ବୃକ୍ଷପ୍ରେମି ଦୀନବନ୍ଧୁ ଭୋଇ,କାଳନ୍ଦୀ ସେଠୀ ପ୍ରମୁଖ ଅତିଥି ଭାବରେ ଯୋଗ ଦେଇଥିଲେ।ଜନକଲ୍ୟାଣ ସ୍ମୃତି ପରିଷଦ ତରଫରୁ ସଭାପତି ସୁନୀତା ଜେନା ଓ ମାନସ ମିଶ୍ର କୃତି ଛାତ୍ରୀ ମାନଙ୍କୁ ମାଟ୍ରିକ ପରୀକ୍ଷା ପାଇଁ ଟେଷ୍ଟ ପେପର୍ ବହି ବଣ୍ଟନ କରିଥିଲେ।ଅନ୍ୟମାନଙ୍କ ମଧ୍ୟରେ ସୁକାନ୍ତ ଜେନା,ନିରୁପମା ରାୟ, ଅମୂଲ୍ୟ ସେନାପତି ତାଙ୍କୁ ସହଯୋଗ କରିଥିଲେ।ସମସ୍ତ କାର୍ଯ୍ୟକ୍ରମକୁ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ଙ୍କ ତରଫରୁ ବୁଦ୍ଧନାଥ ବାରିକ ପରିଚାଳନା କରିଥିଲେ।
Nalco
Leave A Reply