Odisha news

ସମସ୍ୟାର ସମାଧାନ ପାଇଁ, ଉଚ୍ଚ ଶିକ୍ଷାମନ୍ତ୍ରୀ ଓ ନିର୍ଦ୍ଦେଶିକାଙ୍କୁ ଭେଟିଲେ ଶିକ୍ଷକ ସଂଘ।

0
ବାଲିପାଟଣା ୦୮/୦୬ (ସ ବ୍ୟୁ)ରାଜ୍ୟରେ ନୂତନ ଭାବେ ଶପଥ ଗ୍ରହଣ କରିଥିବା ଉଚ୍ଚ ଶିକ୍ଷାମନ୍ତ୍ରୀ ମାନ୍ୟବର ରୋହିତ ପୂଜାରୀ ଓ ନିର୍ଦେଶୀକା ଡ଼ ନିବେଦିତା ମିଶ୍ରଙ୍କୁ ଆଜି ବେ-ସରକାରୀ ଅନୁଦାନ ପ୍ରାପ୍ତ ଶିକ୍ଷକ ସଂଘର ଏକ ପ୍ରତିନିଧି ଦଳ ଭେଟି ସମ୍ବର୍ଦ୍ଧିତ କରିଥିଲେ।ପରେ ପରେ ବେ ସରକାରୀ ଅନୁଦାନ ପ୍ରାପ୍ତ ଶିକ୍ଷକମାନଙ୍କର ବିଭିନ୍ନ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ବିସ୍ତୃତ ଆଲୋଚନା ହୋଇଥିଲା।କିପରି ସ୍ୱଳ୍ପ ବେତନରେ କାମ କରି  ନିଜର ହକ ପାଇବା ପୂର୍ବରୁ ଅବସର ନେଇ ହକ ପାଇବାରୁ ବଞ୍ଚିତ ହେଉଛନ୍ତି।ସେ ସମ୍ବଧରେ ଆଲୋଚନା କରିଥିଲେ, ଓ ଅବସର କାଳୀନ ବୟସ ସୀମା ୬୦ ରୁ ୬୨ ବର୍ଷକୁ ବୃଦ୍ଧି କରିବା ପାଇଁ ମାନ୍ୟବର ମନ୍ତ୍ରୀ ଉଚିତ ପଦକ୍ଷେପ ନେବେ ବୋଲି କହିଥିଲେ।ଉକ୍ତ ଆଲୋଚନାରେ ବେ ସରକାରୀ ଶିକ୍ଷକ ସଂଘ ପକ୍ଷରୁ ଇଂରାଜୀ ଅଧ୍ୟାପକ ଡ଼ ସହଦେଵ ମଲ୍ଲିକ, ଡ଼ ବ୍ରଜ କିଶୋର ସାହୂ, ମନମୋହନ ମିଶ୍ର, ଓ ମୀନାଖି କୁମାର ଜେନା ପ୍ରମୁଖ ଉପସ୍ଥିତ ଥିଲେ।ଏକ ସଫଳ ଆଲୋଚନା ପାଇଁ ମାନ୍ୟବର ମନ୍ତ୍ରୀ ଓ ନିର୍ଦେଶୀକା ଙ୍କୁ ଧନ୍ୟବାଦ ଦେବା ସହ କୂତଜ୍ଞତା ଜ୍ଞାପନ କରିଥିଲେ।
IEC 2 years
Leave A Reply