Odisha news

ବାଲିପାଟଣା : ଭୟାବହ ଅଗ୍ନିକାଣ୍ଡ ରେ ତିନି ବଖରା ଜଳିଗଲା।ତିନି ଛେଳି ଜୀବନ୍ତ ଦଗ୍ଧ।

0

ବାଲିପାଟଣା,,୦୪/୦୪ : ବାଲିପାଟଣା ଥାନା ଅନ୍ତର୍ଗତ ମାର୍ଥାପୁର ସୁମୁଦି ଗ୍ରାମରେ ଆଜି ରାତ୍ରରେ ଭୟାବହ ଅଗ୍ନିକାଣ୍ଡ ଘଟି ଗୋଟିଏ ପରିବାରର ତିନି ବଖରା ଘର ଜଳିଯିବା ସହିତ ତିନୋଟି ଛେଳି ଓ ଦଶ ରୁ ଅଧିକ କୁକୁଡ଼ା ସହ ଘରର ସମସ୍ତ ଆସବାପତ୍ର ଓ ଧାନ ଚାଉଳ ପୋଡି ପାଉଁଶ ହୋଇଯାଇଛି।ସୂଚନା ଅନୁସାରେ ଏହି ଗ୍ରାମର ବୁଲୁ ଭୋଇ ଘରେ ଆଜି ରାତ୍ରି ପ୍ରାୟ ନଟା ସମୟରେ ନିଆଁ ଲାଗିଯାଇଥିଲା।କେହି କିଛି ଭାବିବା ପୂର୍ବରୁ ଘରର ସବୁକିଛି ପୋଡି ପାଉଁଶ ହୋଇଯାଇଥିଲା।ଖବର ପାଇ ବାଲିପାଟଣା ରୁ ଅଗ୍ନିଶ୍ରମ ଗାଡି ଘଟଣା ସ୍ଥଳକୁ ଯାଇଥିଲା ହେଲେ ସେତବେଳକୁ ସବୁକିଛି ପାଉଁଶ ହୋଇସାରିଥିଲା।ଅଗ୍ନିକାଣ୍ଡ ର ସଠିକ କାରଣ ଜଣାପଡିନି।କ୍ଷତିଗ୍ରସ୍ତ ପରିବାର କୁ ତୁରନ୍ତ ଆବଶ୍ୟକ କ୍ଷତିପୂରଣ ପ୍ରଦାନ କରିବା ସକାଶେ ଗ୍ରାମବାସୀ ଦାବି କରିଛନ୍ତି।

Nalco
Leave A Reply