ବାଲିପାଟଣା୧୯/୦୫ : ନିର୍ବାଚନ ଯେତେ ପାଖେଇ ଆସୁଛି,ସବୁ ଦଳ ପକ୍ଷରୁ ପ୍ରଚାର ସେତେ ଜୋରଦାର ହେଉଛି।କଂଗ୍ରେସ ପକ୍ଷରୁ ରବିବାର ସନ୍ଧ୍ୟାରେ ଏକ ବାଇକ ଶୋଭାଯାତ୍ରା ବିଶ୍ୱନାଥପୁର ଛକଠାରୁ
ବାହାରି କିଆଯୋରୀ,ବାଲିପାଟଣା, ଅଠାନ୍ତର,ନୂଆଗାଁ,ବେଙ୍ଗବତୀ ,ନରଦା ,ବନମାଳିପୁର ସମେତ ବାଲିପାଟଣା ବ୍ଲକ୍ର ବିଭିନ୍ନ ଗାଁ ପରିକ୍ରମା କରି ଭୋଟ ପ୍ରଚାର କରିଥିଲେ।ବାଲିପାଟଣା ବ୍ଲକ କଂଗ୍ରେସ ସଭାପତି ବଟକୃଷ୍ଣ ରାଉତରାୟଙ୍କ ନେତୃତ୍ୱରେ ଭୁବନେଶ୍ବର ସଂସଦୀୟ କ୍ଷେତ୍ର ସାଂସଦ ପ୍ରାର୍ଥୀ ୟାଶୀର ନୱଜ ଓ ଜୟଦେବ ବିଧାନସଭା ପ୍ରାର୍ଥୀ କୃଷ୍ଣ ଚନ୍ଦ୍ର ଶଗରିଆ ଶୋଭାଯାତ୍ରାରେ ସାମିଲ ହୋଇଥିଲେ।ପ୍ରମୁଖ ଛକ ଓ ଗାଁ ମାନଙ୍କରେ ଅଟକି ରହି ତାଙ୍କ ସପକ୍ଷରେ ଭୋଟ ପ୍ରାର୍ଥନା କରୁଥିବା ଦେଖା ଯାଇଛି।ଏଥି ସହିତ ଆଜି କୂଳନ୍ତିରା ଶାସନ ହାଟ ପଡ଼ିଆଠାରେ ଅନୁଷ୍ଠିତ ପମ୍ପଲ ପଞ୍ଚାୟତ ସ୍ତରୀୟ ବୈଠକରେ କଂଗ୍ରେସର ଇସ୍ତାହାର ପତ୍ର ବାଣ୍ଟି ଏକ ନିର୍ଭରଯୋଗ୍ୟ ଜାତୀୟ ଦଳକୁ ରାଜ୍ୟ ଓ କେନ୍ଦ୍ରରେ ସରକାର ଗଢିବାକୁ ସୁଯୋଗ ଦେବାକୁ ନିବେଦନ କରିଛନ୍ତି। ଉକ୍ତ କାର୍ଯ୍ୟକ୍ରମ ରେ ବ୍ଲକ ସଭାପତି ବଟକୃଷ୍ଣ ରାଉତରାୟ ,ଯୁବ ସଭାପତି ନିହାର ନାୟକ , ଛାତ୍ର ସଭାପତି ସନ୍ଦିପ ରାଉତରାୟ , ଦିଲ୍ଲୀପ ସ୍ୱାଇଁ, ଉମାକାନ୍ତ ସାହାଣି , ପ୍ରମୁଖ ଉପସ୍ଥିତ ରହି ସାଂସଦ ଓ ବିଧାୟକ ପ୍ରାର୍ଥୀ ଙ୍କୁ ହାତ ଚିହ୍ନରେ ମୋହର ମାରି ଜୟଯୁକ୍ତ କରିବା ପାଇଁ ଭୋଟରମାନଙ୍କୁ ଅନୁରୋଧ କରିଥିଲେ ।
