ବାଲିପାଟଣା ୧୦/୦୫ : ଆଜି ଅପରାହ୍ନରେ ବିଜୁ ଜନତା ଦଳର ୨୦ ଓ ୨୧ ନମ୍ବର ଜୋନକୁ ନେଇ ସଂଗଠନର ମୁଖ କମଲ କୁମାର ପାତ୍ରଙ୍କ ନେତୃତ୍ୱ ବନମାଳୀପୁର କଲେଜ ଖେଳ ପଡିଆରେ ହଜାର ହଜାର କର୍ମୀଙ୍କୁ ନେଇ ଏକ ବିଶାଳ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଜୋନ ୨୦ ଓ ୨୧ ନମ୍ବର କର୍ମୀମାନଙ୍କୁ ନେଇ ଏକ ବିଶାଳ ଶୋଭାଯାତ୍ରା ବନମାଳୀପୁର ନୂଆସାହି କେନାଲ ବ୍ରିଜ ଠାରୁ ବାଜା, ବାଣ ଫୁଟାଇ ସଭା ମଣ୍ଡପ ଅଭିମୁଖେ ବାହାରିଥିଲା । ସଭା ମଣ୍ଡପ ନିକଟରେ ପ୍ରଜ୍ଞା ଖଟୁଆ ଓ କଣ୍ଠ ଶିଳ୍ପି ତାରିକ୍ ସିନେ ଅଭିନେତ୍ରୀ ଲିପିସା କଳାକାରମାନଙ୍କ ଦ୍ୱାରା ବିଜୁ ଜନତା ଦଳର ବିଭିନ୍ନ କଲ୍ୟାଣକାରୀ ଯୋଜନା ସମ୍ପର୍କରେ ସୁନ୍ଦର ଅଭିନୟ ମାଧ୍ୟମରେ ପରି ପ୍ରକାଶ କରିଥିଲେ। ଏଥିରେ ସାଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟ ଓ ବିଧାୟକ ପ୍ରାର୍ଥୀ ନବ କିଶୋର ମଲ୍ଲିକ,ଜିଲ୍ଲାପରିଷଦ ସଭ୍ୟ ପବିତ୍ର ମୋହନ ପଟେଲ, ଗଙ୍ଗାଧର ମଲ୍ଲିକ, ସୁକନ୍ୟା ସେଠୀ, ମହେଶ୍ୱର ଦାସ ,ମଙ୍ଗରାଜ ବେହେରା, କୁନ ମୁନ ଲେଙ୍କା,ଦୁଇ ବ୍ଲକର ଅଧ୍ୟକ୍ଷା ହରପ୍ରିୟା ଦାସ, ସୁଚିତ୍ରା ଜେନାମଣି, ଦୁଇ ବ୍ଲକର ବିଜୁ ଜନତା ଦଳର ସଭାପତି, କିଶୋର କୁମାର ଜେନା, ପ୍ରଦୀପ୍ତ ଜେନାମଣି, ପ୍ରତାପ କେଶରୀ ନାୟକ, କାହ୍ନୁ ଚରଣ ପାତ୍ର, ଦୀପ୍ତିମାନ ପୃଷ୍ଟି, ପଦ୍ମିନୀ ଦାଶ ବାକ୍ତବ୍ୟ ରଖିଥିଲେ।, ଅନ୍ୟ ମାନଙ୍କ ମଧ୍ୟରେ ବହୁ ସରପଞ୍ଚ ,ସମିତି ସଭ୍ୟ,ଉପସ୍ଥିତ ରହି କାର୍ଯ୍ୟକ୍ରମର ସଫଳତାରେ ସହଯୋଗ କରିଥିଲେ।
