ବାଲିପାଟଣା ତା ୦୬/୦୫ : ଜୟଦେବ ନିର୍ବାଚନ ମଣ୍ଡଳୀ ପାଇଁ ଆଜି ପୂର୍ବାହ୍ନରେ ବିଜୁ ଜନତା ଦଳ ର ପ୍ରାର୍ଥୀ ନବକିଶୋର ମଲ୍ଲିକ ଓ ସ୍ବାଧିନ ପ୍ରାର୍ଥୀ ସତ୍ୟପ୍ରିୟ ବେହେରା ଭୁବନେଶ୍ୱର ଉପ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି।ପ୍ରାୟ ପାଞ୍ଚ ହଜାର ରୁ ଅଧିକ ସମର୍ଥକ ଙ୍କୁ ନେଇ ବିଶାଳ ପଟୁଆର ନେଇ ଗଡ ଶ୍ରୀରାମପୁର ଦଳୀୟ କାର୍ଯ୍ୟାଳୟ ଠାରୁ ବିଜେଡି ପ୍ରାର୍ଥୀ ବାହାରିଥିଲେ।କମଳ କୁମାର ପାତ୍ର (ଚନ୍ଦନ)ଙ୍କ ନେତୃତ୍ୱରେ ଏହି ଶୋଭାଯାତ୍ରାରେ ଦଳୀୟ କର୍ମକର୍ତ୍ତା ଙ୍କ ସହିତ ଲୋକ ପ୍ରତିନିଧି ଓ ବିଭିନ୍ନ ବର୍ଗର ଜନସାଧାରଣ ଯୋଗ ଦେଇଥିଲେ।ଶ୍ରୀ ମଲ୍ଲିକ ଙ୍କ ପାଇଁ ୪ ସେଟ୍ ପ୍ରାର୍ଥୀପତ୍ର ଦାଖଲ କରାଯାଇଛି।ଏଥିରେ ଦୁଇ ବ୍ଲକ ର ସଭାପତି କିଶୋର ଜେନା,ପ୍ରଦୀପ ଜେନାମଣି ଓ ଦୁଇ ବ୍ଲକର ଚେୟାରମେନ ହରପ୍ରିୟା ଦାସ ଓ ବାସନ୍ତୀ ଖଟୁଆ ପ୍ରସ୍ତାବକ ଅଛନ୍ତି।ଦଳୀୟ କର୍ମକର୍ତ୍ତାଙ୍କ ଏକ ମିଳିତ ଶକ୍ତି ଜନସାଧାରଣ ଙ୍କ ଆସ୍ଥାଭାଜନ ହୋଇ ନବୀନ ବାବୁ ଙ୍କୁ ପୁନର୍ବାର ମୁଖ୍ୟମନ୍ତ୍ରୀ ଓ ଜୟଦେବ ରେ ବିଜେଡି ପ୍ରାର୍ଥୀଙ୍କୁ ଜିତିବାର ଆଶା ଦଳ ରଖିଥିବା ଦଳୀୟ କର୍ମକର୍ତ୍ତା ଦୃଢ ଆଶା ରଖିଛନ୍ତି। ଅନ୍ୟପକ୍ଷରେ ବାଲିପାଟଣା ସରିପୁର ସ୍ଥିତ ମା ଗିରିଙ୍ଗେଶ୍ଵରି ମନ୍ଦିରରୁ ଅନୁରୂପ ଏକ ଶୋଭାଯାତ୍ରା ହଜାର ହଜାର ଜନସାଧାରଣ ଙ୍କୁ ନେଇ ପ୍ରାର୍ଥୀ ସତ୍ୟପ୍ରିୟ ବେହେରା ଭୁବନେଶ୍ୱର ଯାଇଥିଲେ।ତାଙ୍କ ସହିତ ଅଭିନେତ୍ରୀ ବିଦୁସ୍ମିତା ମନ୍ତ୍ରୀ ଙ୍କ ସମେତ ସ୍ଥାନୀୟ ମୂରବୀ ଶ୍ରେଣୀୟ ଲୋକମାନେ ଶୋଭାଯାତ୍ରାରେ ଉପସ୍ଥିତ ଥିଲେ।ଉଭୟଙ୍କ ପ୍ରାର୍ଥୀପତ୍ର ଦାଖଲ ପରେ ଜୟଦେବ ରାଜନୀତି ସରଗରମ ହୋଇଛି।ସିଧାସଳଖ ଚାରିଜଣ ପ୍ରାର୍ଥୀଙ୍କ ମଧ୍ୟରେ ଜୋରଦାର ଲଢେଇ ହେବାର ସ୍ଥିତି ସ୍ପଷ୍ଟ ହୋଇଛି।ଆଗାମୀ ମେ ମାସ ୨୫ ତାରିଖ ରେ ପ୍ରାର୍ଥୀ ମାନଙ୍କର ଭାଗ୍ୟ ମ୍ୟାଜିକ ବାକ୍ସ ରେ ବନ୍ଦ ହୋଇଯିବ ବୋଲି ଜଣାପଡିଛି ।
