Odisha news

କଂଗ୍ରେସ ସାଂସଦ ପ୍ରାର୍ଥୀ ୟାସିର ନୱାଜ୍ ଙ୍କୁ ଜୟଦେବରେ ଭାବ୍ୟ ସ୍ଵାଗତ ସମ୍ବର୍ଦ୍ଧନା।

0

ବାଲିପାଟଣା ୨୦/୦୪ : ଆଜି ଅପରାହ୍ନ ସମୟରେ ବାଳକାଟି ନଦି ବନ୍ଧରେ ଥିବା ଜୟଗୁରୁ ମନ୍ଦିରରେ ଆଶ୍ରିବାଦ ଭିକ୍ଷା କରିବା ଶହ ବାଳକାଟି ମେଡିକାଲ ଛକ ନିକଟରେ ଥିବା ସତ୍ୟପ୍ରିୟ ମହାନ୍ତିଙ୍କ ପ୍ରତୀମୃତିରେ ପୁଷ୍ପ ମାଲ୍ୟା ଅର୍ପଣ କରିଥିଲେ କଂଗ୍ରେସ ସାଂସଦ ପ୍ରାର୍ଥୀ ୟାସିର ନୱାଜ୍। ତତ୍ ସହିତ ବାଳକାଟି ଛକ ନିକଟରେ ଥିବା ବାଳ କୃଷ୍ଣ ଦାସଙ୍କ ପ୍ରତି ମୃତ୍ତିରେ ପୁଷ୍ପ ମାଲ୍ୟ ପ୍ରଦାନ କରିଥିଲେ। ସେଠାରୁ ବାଲିପାଟଣା ଛକ ନିକଟରେ ଶତାଧିକ ସମର୍ଥକଙ୍କ ସହ ଅପେକ୍ଷା କରିଥିବା ବାଲିପାଟଣା ବ୍ଲକ୍ କଂଗ୍ରେସ ସଭାପତି ବଟ କୃଷ୍ଣ ରାଉତରାୟଙ୍କ ନେତୃତ୍ଵରେ ସ୍ବାଗତ ସମ୍ବର୍ଦ୍ଧନା କରିବା ସହ ଗୋପବନ୍ଧୁଙ୍କ ପ୍ରତିମୃତ୍ତିରେ ପୁଷ୍ପ ମାଲ୍ୟ ଅର୍ପଣ କରାଯାଇଥିଲା।  ବାଲିପାଟଣା ଛକରୁ ଏକ ବିଶାଳ ବାଇକ୍ ରାଲିରେ ଯାଇ ବେଙ୍ଗବତି କ୍ରିକେଟ ଟୁର୍ଣାମେଣ୍ଟରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ମାଇନରଟୀ ସମ୍ପ୍ରଦାୟର ମଜିତ୍ କୁ ଯାଇ ମୂରବୀ ଶ୍ରେଣୀର ଲୋକମାନଙ୍କ ସହିତ ନିର୍ବାଚନ ସଂମ୍ପର୍କରେ ଆଲୋଚନା କରିଥିଲେ ।  ଏଥିସହିତ ମାରାଥନ ପ୍ରଚାରରେ ବାଲିପାଟଣା ବ୍ଲକ୍ ର ରାଜସ ଗ୍ରାମ ପଞ୍ଚାୟତର ବାରହଳ, ବରଦାପଡା ସହ ଅଚ୍ୟୁତପୁର ଗ୍ରାମକୁ ଯାଇ ପୂର୍ବତନ କଂଗ୍ରେସ ବ୍ଲକ୍ ସଭାପତି ବିନେସ ନାୟକ ଓ ବ୍ରଜ ଭୋଇଙ୍କୁ ଭେଟି ନିର୍ବାଚନ ରଣ ନୀତି ପ୍ରସ୍ତୁତ କରିବା  ନେଇ ଆଲଚନା କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ  ବାଲିଅନ୍ତା ବ୍ଲକ୍ କଂଗ୍ରେସ ସଭାପତି ଜନ୍ମେଜୟ ସ୍ବାଇଁ, ବରିଷ୍ଠ କଂଗ୍ରେସ ନେତା ବେଣୁଧର ଭୋଇ, ମନୋଜ ନାୟକ, ଆଖେୟ ମୁଦୁଲି, ବସନ୍ତ ପଣ୍ଡାଙ୍କ ସହ ବାଲିପାଟଣା ବ୍ଲକର ସମସ୍ତ ପଞ୍ଚାୟତ ସଭାପତି, ଯୁବଛାତ୍ର କଂଗ୍ରେସ  ସଭାପତି , ଜିଲ୍ଲାପରିଷଦ ପ୍ରାର୍ଥୀଙ୍କ ସହିତ କଂଗ୍ରେସ ଦଳର ବହୁ କର୍ମକର୍ତ୍ତା ଯୋଗ ଦେଇଥିଲେ ।

Nalco
Leave A Reply