ବାଲିପାଟଣା : ଖୋର୍ଦ୍ଧା ଜିଲ୍ଲା ଯୁବ କଂଗ୍ରେସ ସଭାପତି ସ୍ୱାଗତ କର ଓ ଭୁବନେଶ୍ୱର ଯୁବ ଜିଲ୍ଲା କଂଗ୍ରେସ ସଭାପତି ରଂଜିତ୍ ପାତ୍ରଙ୍କ ପକ୍ଷରୁ ଆଜି ବାଲିପାଟଣା ବ୍ଲକ କଂଗ୍ରେସ ସଭାପତି ବଟକୃଷ୍ଣ ରାଉତରାୟଙ୍କ ସହାୟତାରେ ବ୍ଲକର ବେଲମରା, ଟିଙ୍କିପଡା, ଇନେ୍ଦାଳ କୁଶିଆରୀ, ବିଲସାହୀ, ସାନମାଛପୁର, ଅଙ୍ଗାରପଡା, ପ୍ରଭୃତି ଗ୍ରାମରେ ରିଲିଫ ବଂଟନ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ଜଟଣୀ ବିଧାୟକ ଶ୍ରୀ ସୁରେଶ କୁମାର ରାଉତରାୟ ଯୋଗଦେଇ ରିଲିଫ ବଂଟନ କରିବା ସହିତ ବନ୍ୟା କ୍ଷୟକ୍ଷତିର ଅନୁଧ୍ୟାନ କରିଥିଲେ । ଏହି ପରିପ୍ରେକ୍ଷୀରେ ଶ୍ରୀ ରାଉତରାୟ କହିଛନ୍ତି ଯେ ବାଲିପାଟଣା ବ୍ଲକର ପ୍ରାୟ ୭୦ ପ୍ରତିଶନ ଧାନ ଫସଲ ନଷ୍ଟ ହୋଇଛି । ଧାନ ବିଲରେ ବାଲି ଚରିଯିବା ସହିତ ପଟୁମାଟି ମାଡିଯିବା ଫଳରେ ଫସଲ ସମ୍ପୃର୍ଣ୍ଣ ଉଜୁଡି ଯାଇଛି ।

ବହୁ ଚଳଘର ଭୂଷୁଡି ପଡିଛି । ରାସ୍ତା ନଷ୍ଟହେବା ସହ ପୋଲ ଗୁଡିକ ମଧ୍ୟ ଭାଙ୍ଗି ଯାଇଛି । ବିଭିନ୍ନ ବନ୍ୟା ପ୍ଳାବିତ ଗ୍ରାମର ଲୋକାମାନଙ୍କର ଦାବି ଏହିକି ଯେ ଧନୁଆ ଓ ଅଚ୍ୟୁତପୁର କାଜଠାରେ ତୁରନ୍ତ ଆଡି ବନ୍ଧ ନିର୍ମାଣ କରାଯାଉ । ଯାହା ଫଳରେ ସବୁଦିନ ପାଇଁ ବନ୍ୟା ଦାଉରୁ ସାଧାରଣ ଲୋକ ରକ୍ଷା ପାଇପାରିବେ । ସବୁଠାରୁ ଦୁଃଖର ବିଷୟ ଏହିକି ଯେ ଆର. ଆଇ ମାନେ ଏ ପର୍ଯ୍ୟନ୍ତ ଲୋକମାନଙ୍କ ପାଖକୁ ଯାଇ ନାହାଁନ୍ତି । ବିଭିନ୍ନ ସ୍ଥାନରେ ଏ ପର୍ଯ୍ୟନ୍ତ ସରକାରୀ ରିଲିଫ ପହଁଚି ପାରିନାହିଁ ।

ଏହି କାର୍ଯ୍ୟକ୍ରମରେ ଅଖିଳ ଭାରତୀୟ ଯୁବ କଂଗ୍ରେସ ସମ୍ପାଦକ ରିଆ ଜନ୍ସାରୀ ଯୋଗଦେଇ କହିଥିଲେ ଯେ ବନ୍ୟା ପରିସ୍ଥିତକୁ ନିୟନ୍ତ୍ରଣ କରିବାରେ ରାଜ୍ୟସରକାର ସମ୍ପୃର୍ଣ୍ଣ ବିଫଳ ହୋଇଛନ୍ତି । ନବିନ ସରକାର କେବଳ ପ୍ରଚାର ସର୍ବସ୍ୱ ହୋଇଛନ୍ତି । ଏହି କାର୍ଯ୍ୟକ୍ରମରେ ମନୋରଂଜନ ସେନାପତି, ପ୍ରକାଶ ମିଶ୍ର, ବେଣୁଧର ଭୋଇ, ବିପିନ ପାତ୍ର, ସଂଜୟ ମଲ୍ଲିକ, ନାରାୟଣ ମଙ୍ଗରାଜ, ରମେଶ ମହାପାତ୍ର, ନଳିନୀ କାନ୍ତ ନାୟକ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

LEAVE A REPLY

Please enter your comment!
Please enter your name here