Odisha news

ଜୟଦେବ ଗୌରବ ସମ୍ମାନ ଉତ୍ସବ ପାଇଁ ବାଲିପାଟଣା ଚଳ ଚଞ୍ଚଳ                         

0
 ବାଲିପାଟଣା ୧୭/୧୨ : ଆଉ ଦିନ କେଇଟା ପରେ ଜୟଦେବ ମାଟି ବାଲିପାଟଣା ଖେଳ ପଡିଆରେ ପହଞ୍ଚିବେ ଦେଶ ଓ ରାଜ୍ୟର ପ୍ରଖ୍ୟାତ ସିନେ କଳାକାରମାନଙ୍କ ସହ ବହୁ ମନ୍ୟଗଣ୍ୟ ବ୍ୟକ୍ତି ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ସେଥିପାଇଁ ବାଲିପାଟଣା ଅଞ୍ଚଳ ଏବେ ଚଳ ଚଞ୍ଚଳ ହୋଇ ଉଠିଛି। ତିନିଦିନ ଧରି ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମର ମୂଳ କର୍ଣ୍ଣଧାର ହେଉଛନ୍ତି, ସିଦ୍ଧି ବିନାୟକ ଚ୍ୟାରୀଟେବୁଲ ଟ୍ରଷ୍ଟର ନିର୍ଦ୍ଦେଶକ ସତ୍ୟପ୍ରିୟ ବେହେରା। ଆଜି ପୂର୍ବାହ୍ନରେ ଏକ ବିରାଟ ସମାବେଶରେ ସୁସଜ୍ଜିତ ପ୍ରଚାର ରଥ ଗାଁ ଗାଁ ବୁଲି ନବୀନ ପଟ୍ଟନାୟକଙ୍କ କଲ୍ୟାଣକାରି ଯୋଜନାର ପ୍ରଚାର କରିବା ସହ ଆଗାମୀ ଦିନରେ ଆସିବାକୁ ଥିବା ଅତିଥିମାନଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା କରିବାକୁ ନିବେଦନ କରାଯାଇଛି।ଆସନ୍ତା ୨୦ ତାରିଖ ରୁ ୨୨ ତାରିଖ ତିନିଦିନ ଧରି ଏହି କାର୍ଯ୍ୟକ୍ରମ ଚଳିବ ବୋଲି ଶ୍ରୀ ବେହେରା କହିଛନ୍ତି । କାର୍ଯ୍ୟକ୍ରମକୁ କିପରି ଅଧିକ ସରସ ସୁନ୍ଦର କରିବାକୁ ହେବ ସେଥିପାଇଁ ଜୟଦେବ ନିର୍ବାଚନ ମଣ୍ଡଳୀର ଜନ ସାଧାରଣଙ୍କୁ ଉକ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ରହିବା ପାଇଁ ନିବେଦନ କରିଛନ୍ତି । ଏହି ଉପଲକ୍ଷେ ଆଜି ଶତାଧିକ ମହିଳା ଓ ସ୍ବେଛସେବୀ ମହିଳାମାନଙ୍କୁ ବିଭିନ୍ନ ବସ୍ତ୍ର ବଣ୍ଟନ କରାଯାଇଥିଲା।

Leave A Reply